33.1 C
Bhubaneswar
Sunday, May 5, 2024
Homeଓଡିଶାମାର୍କେଟ ବିଲ୍ଡିଂ ସିଲ୍

ମାର୍କେଟ ବିଲ୍ଡିଂ ସିଲ୍

ଭୁବନେଶ୍ୱର: ସିଲ୍ ହେଲା ଭୁବନେଶ୍ୱର ମାର୍କେଟ ବିଲ୍ଡିଂ । ରଜ ପାଇଁ ମାର୍କେଟରେ ପ୍ରବଳ ଗହଳି ଲାଗିବା ସହ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ନଥିଲା । ସେଥିପାଇଁ ଭୁବନେଶ୍ୱର ମହାନଗର ନିଗମ ଜୋନାଲ ଡେପୁଟି କମିଶନର । କରୋନା ସଂକ୍ରମଣ ଆଶଙ୍କା ଥିବାରୁ ବିଏମସି ଜୋନାଲ ଡେପୁଟି କମିଶନର ସିଲ୍ କରିଥିବା ସୂଚନା ମିଳିଛି । ରଜ ବଜାର ପାଇଁ ଲୋକେ ସଂପୂର୍ଣ୍ଣ ଭାବେ କରୋନା ଡରକୁ ଭୁଲି କିଣାକିଣି କରୁଥିଲେ । ଏହା ନଜରକୁ ଆସିବା ପରେ ସିଲ୍ କରାଯାଇଛି । ପୋଲିସ ଉପସ୍ଥିତ ରହି ନିୟନ୍ତ୍ରଣ କରିବା କାଠିକର ପାଠ । ଲୋକମାନେ କେହି କାହାକୁ ନମାନି କିଣାକିଣି କରୁଥିଲେ । ଗହଳି ସାମାନ୍ୟ ଧରଣର ନଥିଲା । ପୋକମାଛି ପରି ଗ୍ରାହକ ଗହଳି କରିବାରୁ ଏହି ପଦକ୍ଷେପ ନିଆଯାଇଛି । ଆଜି ଗୋଟିଏ ଦିନ ପାଇଁ ମାର୍କେଟ ବିଲ୍ଡିଂକୁ ସିଲ୍ କରାଯାଇଥିବା ସୂଚନା ମିଳିଛି ।
ଆଉ ଯଦି ଏଠି ସରକାରଙ୍କ ନିୟମ ଲାଗୁ କରିବା, ଯେମିତି ତାଙ୍କ ଠାରୁ ଫାଇନ ଆଦାୟ କରିବା । ହେଲେ ଏତେମାତ୍ରାରେ ଗହଳିକୁ ଦେଖିଲେ ପୋଲିସ କେତେ ଆଉ କାହାଠାରୁ ଫାଇନ ଆଦାୟ କରିଥାନ୍ତା ତାହା ବି ଏକ ପ୍ରଶ୍ନ । ସେଥିପାଇଁ ଏହି ଗହଳିକୁ ଭାଙ୍ଗିବାର ଏକମାତ୍ର ଉପାୟ ଥିଲା ସିଲ୍ । ଜୀବନ ଜୀବିକାକୁ ସାମନ ଭାବରେ ନେଇ ଆଗକୁ ବଢିବାକୁ ସରକାର କହୁଥିବା ବେଳେ ଆଜି ମାର୍କେଟ ବିଲ୍ଡିଂରେ କିଛି ଅଲଗା ଦୃଶ୍ୟ ଦେଖିବାକୁ ମିଳିଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking