30.1 C
Bhubaneswar
Thursday, April 25, 2024
Homeଓଡିଶାକରୋନା ମହାମାରୀ ସମୟରେ ତୈଳ ଦର ବୃଦ୍ଧି ଲୋକଙ୍କ ଦୁର୍ଦ୍ଦଶାକୁ ବଢାଇ ଦେଇଛି

କରୋନା ମହାମାରୀ ସମୟରେ ତୈଳ ଦର ବୃଦ୍ଧି ଲୋକଙ୍କ ଦୁର୍ଦ୍ଦଶାକୁ ବଢାଇ ଦେଇଛି

 
ଭୁବନେଶ୍ୱର – ଆଜି ଓଡିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ତୈଳ ଦର ବୃଦ୍ଧି ପ୍ରତିବାଦରେ ମାଷ୍ଟର କ୍ୟାଂଟିନ୍ ଛକ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତଳିକା ଦାହ କରାଯାଇଛି । ଏହି ଅବସରରେ ଯୁବ କଂଗ୍ରେସ ସଭାପତି ଶ୍ରୀ ଲୋକନାଥ ମହାରଥି କହିଛନ୍ତି ଯେ ସଂପ୍ରତି ଦେଶ କରୋନା ମହାମାରୀରେ ହନ୍ତସନ୍ତ ହେଉଥିବା ବେଳେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦର ମନଇଚ୍ଛା ବଢାଇ ଚାଲିବା ଜନସାଧାରଣଙ୍କ ଆର୍ଥିକ ମାନଦଣ୍ଡକୁ ଦୋହଲାଇ ଦେଇଛି । ଦୀର୍ଘ ଦିନ ଧରି ଲକଡାଉନ୍‌ରେ ହନ୍ତସନ୍ତ ହେବାପରେ ଯେତେବେଳେ ଲକ୍‌ଡାଉନ୍ କୋହଳ ହେଲା ଏବଂ ଲୋକମାନେ ଜୀବନ ଜୀବିକାକୁ ନେଇ ଯିବା ଆସିବା ପାଇଁ ବାହାରିଲେ ସେତେବେଳେ ଏହି ତେଲ ଦର ବୃଦ୍ଧି ସେମାନଙ୍କୁ ଆଘାତ ଦେଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଆର୍ନ୍ତଜାତିକ ବଜାରରେ ଯେତେବେଳେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୨୦ ଡଲାର ଥିଲା, ସେତେବେଳେ ପେଟ୍ରୋଲ ଲିଟର ପିଛା ୭୦ ଟଙ୍କା ଥିଲା । ବର୍ତମାନ ଆର୍ନ୍ତଜାତିକ ବଜାରରେ ଅଶୋଧିତ ତୈଳ ବ୍ୟାରେଲ୍ ପିଛା ୩୦ ଡଲାରରୁ କମ୍ ଥିବାବେଳେ କେନ୍ଦ୍ର ସରକାର ଡିଜେଲ ଓ ପେଟ୍ରୋଲ ଦରକୁ ହୁ ହୁ ହୋଇ ବଢ଼ାଇ ଚାଲିଛନ୍ତି । ଫଳରେ ଲୋକମାନଙ୍କର ଦୁର୍ଦ୍ଦଶା ଅହେତୁକ ଭାବରେ ବୃଦ୍ଧି ପାଇଛି । କେନ୍ଦ୍ର ଓ ରାଜ୍ୟ ସରକାର ତୈଳ ଉପରେ ଶତକଡା ୭୫ ଭାଗ ଟିକସ ନେଉଛନ୍ତି । ଏଭଳି ପରିସ୍ଥିତିରେ ଯଦି ସରକାର ଟିକସ ନେବା କମାଇ ଦିଅନ୍ତେ, ତେବେ ତୈଳ ଦର ବହୁତ କମି ଯାଆନ୍ତା । କିନ୍ତୁ ସରକାର ଏହା ନକରି ମନଇଚ୍ଛା ତୈଳ ଦର ବୃଦ୍ଧି କରି ଜନସାଧାରଣଙ୍କ ଅଂଟାକୁ ପାହାର ଦେଇ ସେମାନଙ୍କର ଜୀବନ ଜୀବକାକୁ ପ୍ରଭାବିତ କରୁଛନ୍ତି ବୋଲି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ଲୋକନାଥ ମହାରଥି ସରକାରଙ୍କୁ ତୀବ୍ର ନିନ୍ଦା କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମନୋରଞ୍ଜନ ଦାଶ, ରଂଜିତ୍ ପାତ୍ର, ସଂକୁନା କହଁର, ଦେବାଶିଷ ମହାପାତ୍ର, ବିରଂଚି ବାରିକ, ଦୀପକ ମହାପାତ୍ର, ବିଶ୍ୱରଂଜନ ଦାସ, ଚିନ୍ମୟ ପ୍ରଧାନ, ବିପ୍ଳବ ପରିଡା, ନଳିନୀକାନ୍ତ ନାୟକ, ପ୍ରତାପ କୁମାର ପ୍ରଧାନ, ଶୁଭ୍ରକାନ୍ତ ଜେନା, କାର୍ତିକେଶ୍ୱର ତାଣ୍ଡି ଓ ଆଲୋକ କୁମାର ଦିଗଲ ଉପସ୍ଥିତ ଥିଲେ ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking