33.1 C
Bhubaneswar
Saturday, April 27, 2024
Homeଅପରାଧସୁକୁଲାଳଭଟ୍ଟା ଓ ଗୁରୁଗାଁ’ରେ ମାଓ ପୋଷ୍ଟର

ସୁକୁଲାଳଭଟ୍ଟା ଓ ଗୁରୁଗାଁ’ରେ ମାଓ ପୋଷ୍ଟର

 
ରାୟଗଡା : ପୁଣି ନିଜ ସ୍ଥିତି ଜାହିର କାଲେ ମାଓ ସଂଗଠନ । ଅମ୍ବାଦଳା ଥାନା ସୁକୁଲାଭଟ୍ଟା ଓ ଗୁରୁଗାଁ’ରେ ଲଗାଇଲେ ମାଓ ପୋଷ୍ଟର । ସିପିଆଇ ମାଓ ସଂଗଠନ ବାଘୁନା ଡିଭିଜନ୍ ପକ୍ଷରୁ ଲାଗିଥିବା ପୋଷ୍ଟରରେ ଜବକାର୍ଡଧାରୀ, ଗରିବ ଲୋକଙ୍କୁ ମନରେଗାରେ କାମ ଯୋଗାଇବା ବଦଳରେ ମେସିନଊରେ କରାଯିବାକୁ ବିରୋଧ କରିଛି ମାଓସଂଗଠନ । ଲକଡାଉନ୍ ଯୋଗୁଁ ଗାଁ’ ଫେରନ୍ତା ଶ୍ରମିକ ଏବେ କାମଧନ୍ଦା ଅଭାବ ଫଳରେ ଚିନ୍ତାରେ ପଡିଯାଇଛିନ୍ତି । ଗାଁ’ ମୁହାଁ ପ୍ରବାସୀଙ୍କୁ କାମ ଯୋଗାଇବା ପାଇଁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଲକ୍ଷାଧିକ ଟଙ୍କାର ଅନୁଦାନ ଯୋଗାଇ ଦେଇଛନ୍ତି ସରକାର । କିନ୍ତୁ ଶ୍ରମିକ ବଦଳରେ ମେସିନ କରୁଛି କାମ ଏହାକୁ ବିରୋଧ କରି ମାଓବାଦୀ ଗାଁ’ ନିକଟରେ ପହଞ୍ଚି ପୋଷ୍ଟର ଲଗାଇଛନ୍ତି । ଫଳରେ ମୁନିଗୁଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତରେ ମନରେଗା ଯୋଜନାରେ ବହୁ ଉନ୍ନୟନମୂଳକ ପ୍ରକଳ୍ପର କାମ ଚାଲିଛି । ଅମ୍ବାଦଳା ପଞ୍ଚାୟତରେ ଚାଲିଥିବା କାର୍ଯ୍ୟରେ ଜବକାର୍ଡଧାରୀ ଓ ଗ୍ରାମବାସୀଙ୍କୁ ସାମିଲ୍ ନକରି ବରଂ ମେସିନରେ କାମ କରାଯାଉଛି । ଏଥିରେ ଅମ୍ବାଦଳା ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ, ଜିଆରଏସ୍‌, ଅଧିକାରୀ, ଠିକାଦାର, ଏନଜିଓ ସଂସ୍ଥା ସାମିଲ୍ ଅଛନ୍ତି । ଜବକାର୍ଡଧାରୀଙ୍କ ବଦଳରେ ମେସିନ୍ ଲଗାଇ ଯେଉଁ କାର୍ଯ୍ୟ କରାଯାଇଛି ସେହି ଠିକାଦାରଙ୍କ ବିଲକୁ ବନ୍ଦ କରିବାକୁ ମାଓବାଦୀ ଚେତାବନୀ ଦେଇଛନ୍ତି । ନଚେତ୍ ମେସିନ୍ ଜାଳିବା ସହ କାମରେ ନିୟୋଜିତ ଠିକାଦାରଙ୍କୁ ଉଚିତ୍ ଜବାବ ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ କରିଛନ୍ତି ମାଓବାଦୀ । ଗତକାଲି ବିଳମ୍ବିତ ରାତିରେ ମାଓବାଦୀ ଗାଁ’ ନିକଟରେ ପହଞ୍ଚି ପୋଷ୍ଟର ଲଗାଇଥିବା ପୁଲିସ୍ ଅନୁମାନ କରିଛି । ସୁକୁଲାଭଟ୍ଟା, ଗୁରୁଗାଁ’ ରାସ୍ତାକଡ଼ର ତିନୋଟି ସ୍ଥାନରେ ଲାଗିଥିବା ପୋଷ୍ଟରକୁ ପୁଲିସ୍ ଆଜି ସକାଳେ ଜବତ କରିଛି । ଅମ୍ବାଦଳା ଥାନା ଅଧିକାରୀ ବନ୍ଦନା ନାୟକଙ୍କ ସହ ପୁଲିସ୍ ଟିମ୍ ଗାଁ’ରେ ପହଞ୍ଚି ପୋଷ୍ଟର ଜବତ କରିବା ସହ ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ପୋଷ୍ଟର ଜବତ ପରେ କମ୍ବିଂ ଅପରେସନକୁ ଜୋରଦାର୍ କରାଯାଇଛି । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଜଙ୍ଗଲରେ ପୁଲିସ୍ ଏନକାଉଣ୍ଟରରେ ୪ ମାଓବାଦୀଙ୍କ ମୃତ୍ୟୁ ପରେ ବାଘୁନା ଡିଭିଜନ ମାଓବାଦୀ ବେଲଘର ଓ ଝିରିପାଣି ଜଙ୍ଗଲରେ ଆତ୍ମଗୋପନ କରିଛନ୍ତି । ମାଓବାଦୀଙ୍କ ଗତିବିଧିକୁ ଲକ୍ଷ୍ୟ କରି ରାୟଗଡ଼ା ପୁଲିସ୍ ପକ୍ଷରୁ ଜୁନ୍ ୨୮ରୁ ଜୁଲାଇ ୨ ପର୍ଯ୍ୟନ୍ତ କନ୍ଧମାଳ-କଳାହାଣ୍ଡି ସୀମାନ୍ତରେ କମ୍ବିଂ ଅପରେସନକୁ ଜୋରଦାର୍ କରାଯାଇଥିଲା । ତେବେ ଏହି ଘଟଣା ପରେ ଅମ୍ବାଦଳା ପୁଲିସ୍ ସୁକୁଲାଭଟ୍ଟା ଓ ଗୁରୁଗାଁରେ ପହଞ୍ଚି ମାଓ ପୋଷ୍ଟରକୁ ଜବତ କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking