34.1 C
Bhubaneswar
Friday, March 29, 2024
Homeଓଡିଶାରାଜ୍ୟରେ ଆଜି ସୁସ୍ଥ ହେଲେ ସର୍ବାଧିକ ୪୦୧ କରୋନା ଆକ୍ରାନ୍ତ

ରାଜ୍ୟରେ ଆଜି ସୁସ୍ଥ ହେଲେ ସର୍ବାଧିକ ୪୦୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ସର୍ବାଧିକ ୪୦୧ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ଗଂଜାମରୁ ସର୍ବାଧିକ ୧୦୦ ଜଣ ସୁସ୍ଥ ହୋଇଥିବା ବେଳେ ଗଜପତିରୁ ୬୭, କଟକରୁ ୪୨, ଯାଜପୁରରୁ ୩୨, ଦେବଗଡରୁ ୧୯, କୋରାପୁଟରୁ ୧୮ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୧୫, ବରଗଡରୁ ୧୪, ଭଦ୍ରକରୁ ୧୪, ବାଲେଶ୍ୱରରୁ ୧୨, କେନ୍ଦୁଝରରୁ ୧୦, ମାଲକାନଗିରିରୁ ୧୦, ଜଗତସିଂହପୁରରୁ ୯ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ଝାରସୁଗୁଡା ଓ ମୟୁରଭଂଜରୁ ୭ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ କନ୍ଧମାଳରୁ ୬, ନୟାଗଡ ଓ ସମ୍ବଲପୁରରୁ ୫ ଜଣ ଲେଖାଏଁ ସୁସ୍ଥ ହେବା ସହ ନବରଂଗପୁରରୁ ୪, କେନ୍ଦ୍ରାପଡାରୁ ୩ ଓ ଢେଙ୍କାନାଳରୁ ୨ ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ ୭୪୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking