26.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶମନମୋହନ ସିଂହଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର

ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର

ନୂଆଦିଲ୍ଲୀ: ଏମ୍ସରେ ଭର୍ତ୍ତି ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଅବସ୍ଥା ସ୍ଥିର ଅଛି ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁଛି। ଏମ୍ସର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି । ହଠାତ୍ ସ୍ବାସ୍ଥ୍ୟ ବିଗିଡ଼ି ଯିବାରୁ ବୁଧବାର ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଗୁରୁବାର ସକାଳେ ଏମ୍ସ ଯାଇ ମନମୋହନ ସିଂହଙ୍କୁ ସାକ୍ଷାତ କରି ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ଏଥି ସହିତ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଗୁରୁବାର ତାଙ୍କୁ ଭେଟିବା ପାଇଁ ଏମ୍ସରେ ପହଞ୍ଚିଥିଲେ।

ଡାକ୍ତର ନୀତୀଶ ନାୟକଙ୍କ ନେତୃତ୍ବରେ ଏକ ଟିମ୍ ମନମୋହନଙ୍କ ଚିକିତ୍ସା ଚାଲିଛି । କଂଗ୍ରେସର ଏହି ୮୮ ବର୍ଷୀୟ ନେତା ଚଳିତ ବର୍ଷ ଏପ୍ରିଲରେ କରୋନା ପଜିଟିଭ୍ ହୋଇ ଏମ୍ସରେ ଭର୍ତ୍ତି ହୋଇଥିଲେ | ଦଶ ଦିନ ଚିକିତ୍ସିତ ହେବା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking