28.1 C
Bhubaneswar
Friday, April 26, 2024
Homeଓଡିଶାଚାକିରିରୁ ବିଦା ହେଲେ ବରିଷ୍ଠ କିରାଣୀ

ଚାକିରିରୁ ବିଦା ହେଲେ ବରିଷ୍ଠ କିରାଣୀ

ମାଲକାନଗିରି : ଜାଲ୍ ଜାତିଗତ ପ୍ରମାଣପତ୍ର ଦେଖାଇ ଚାକିରି କରିବା ଏବଂ ପଦୋନ୍ନତି ପାଇଥିବା ଜଣେ ବରିଷ୍ଠ କିରାଣୀଙ୍କୁ ମାଲକାନଗିରି ଜିଲ୍ଲାପାଳ ଓ୍ୱାଇ ବିଜୟ ଚାକିରିରୁ ବହିଷ୍କୃତ କରିଛନ୍ତି। ବହିଷ୍କୃତ ହୋଇଥିବା କର୍ମଚାରୀ ହେଉଛନ୍ତି ମାଲକାନଗିରି ଜିଲ୍ଲା କଲ୍ୟାଣ ବିଭାଗରେ କାର୍ଯ୍ୟରତ ବରିଷ୍ଠ କିରାଣୀ ଲକ୍ଷ୍ମୀପ୍ରିୟା ବେହେରା।

ପ୍ରାୟ ୨୪ ବର୍ଷ ଧରି ସେ କନିଷ୍ଠ କିରାଣୀରୁ ଏବେ ବରିଷ୍ଠ କିରାଣୀ ଭାବେ ପଦନ୍ନୋତି ପାଇଥିଲେ ଓ ଜିଲ୍ଲା କଲ୍ୟାଣ ବିଭାଗରେ ସେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟ କରୁଥିଲେ। ଗତ କିଛି ଦିନ ହେଲା ଛୁଟିରେ ରହିଥିବାରୁ ସେ ନିଜର ବହିଷ୍କୃତ ପତ୍ରକୁ ଗ୍ରହଣ କରିନଥିଲେ। ଫଳରେ ତାଙ୍କର ସରକାରୀ ବାସଭବନ ଆଗରେ ଏହି ନୋଟିସକୁ ଲଗାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ତଦନ୍ତରୁ ଜଣାପଡ଼ିଥିଲା ଯେ, ଲକ୍ଷ୍ମୀପ୍ରିୟା ଏସ୍‌ଇବିସି ବର୍ଗର ହୋଇଥିବା ବେଳେ ଜଣେ ଆଦିବାସୀଙ୍କୁ ବିବାହ କରିଛନ୍ତି। ବିବାହ ପରେ ନିଜ ପ୍ରକୃତ ଜାତିକୁ ଲୁଚାଇ ସେ ସ୍ୱାମୀଙ୍କ ଜାତି ଆଧାରରେ ନୂଆ ଜାତି ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ। ତତ୍କାଳୀନ ଜୁନାଗଡ଼ ତହସିଲଦାର ମଧ୍ୟ ବିନା ଯାଞ୍ଚରେ ତାଙ୍କୁ ଆଦିବାସୀ ବୋଲି ଦର୍ଶାଇ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହି ପ୍ରମାଣପତ୍ର ଦାଖଲ କରି ସଂରକ୍ଷଣ ବର୍ଗରେ ଲକ୍ଷ୍ମୀପ୍ରିୟା ନିଯୁକ୍ତି ପାଇଥିଲେ। ଅଭିଯୋଗ ପରେ ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ଖୋଳତାଡ଼ ହୋଇଥିଲା। ଏହାପରେ ଲକ୍ଷ୍ମୀପ୍ରିୟା ଜାଲିଆତି କରିଥିବା ସମ୍ପର୍କରେ ଜଣାପଡ଼ିବା ପରେ ମାଲକାନଗିରି ଜିଲ୍ଲାପାଳ ତାଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking