28.1 C
Bhubaneswar
Friday, April 26, 2024
Homeଓଡିଶାମଣ୍ଡି ତଦାରଖ କଲେ ବିଜେପି କର୍ମୀ

ମଣ୍ଡି ତଦାରଖ କଲେ ବିଜେପି କର୍ମୀ

ମାଲକାନଗିରି : ଧାନ ମଣ୍ଡିରେ ଅନିମିୟତା, ନୀତି ନିୟମ ସବୁକୁ ବେଖାତିର କରୁଛନ୍ତି ଏମ୍‌ଡି ଶ୍ରୀନିବାସ ଜେନା l ପ୍ରତି ବର୍ଷ ଧାନ ମଣ୍ଡି ସମୟରେ ଶ୍ରୀନିବାସଙ୍କ ନାମରେ ଆସୁଛି ବିଭିନ୍ନ ଅଭିଯୋଗ l ଏହାର ସତ୍ୟତା ଜାଣିବା ପାଇଁ ବିଜେପି ନେତା ଆଦିତ୍ୟ ମାଡି  ଓ କାର୍ଯ୍ୟକର୍ତା ମାନେ ମାଲକାନଗିରି ଜିଲ୍ଲା ଶିଖପଲ୍ଲୀ ମଣ୍ଡି ଗ୍ରସ୍ତ କରିଥିଲେ l ସେଠାରେ ଚାଷୀଙ୍କୁ ପଚାରି ବୁଝିବାରୁ ଜାଣିଲେ ମଣ୍ଡିରେ ତାଙ୍କ ପ୍ରତି ସବୁ ସମୟରେ ଅନ୍ୟାୟ ହେଉଛି l ମଣ୍ଡି କମିଟି, କୃଷକ ସଂଘ, ଆର୍‌ଏମ୍‌ସି  ଏବଂ ମିଳ ମାଲିକ ମାନଙ୍କ ମିଳିତ ବୈଠକରେ ୧୦୦  କିଗ୍ରା ଧାନରେ ୩ କିଗ୍ରା ଧାନ ଛଡା ଯିବ ବୋଲି କୁହାଯାଇଥିଲା l ମାତ୍ର ତାହା ହେଉ ନାହିଁ, ୧୦୦କିଗ୍ରା ଧାନରେ ୬ ରୁ ୮ କିଗ୍ରା ଧାନ ଛଡା ହେଉଛି ଅଭିଯୋଗ କରିଥିଳେ ଚାଷୀ l କେବଳ ଏତିକି ନୁହେଁ ଧାନ ବିକ୍ରି ହେଲା ପରେ ମିଳ ମାଲିକ ଯଦି ଧାନ ନେବାରେ ବିଳମ୍ବ କରନ୍ତି ତେବେ ସେଠାରେ ଚାଷୀଙ୍କୁ ଧାନ ଯୋଗୀବାକୁ ପଡିଥାଏ l ଯଥାଶୀଘ୍ର ଚାଷୀଙ୍କ ସମସ୍ୟାର ସମାଧାନ ନହେଲେ ବିଜେପି କର୍ମୀ ମାନେ ରାଜ ରାସ୍ତାକୁ ଓଲ୍ହାଇବେ ବିଧାୟକ ଆଦିତ୍ୟ ମାଡି କହିଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking