27.8 C
Bhubaneswar
Friday, April 19, 2024
Homeଖେଳଆଇଏସ୍‌ଏଲ୍‌-୭ : ଚେନ୍ନାୟିନ୍ ବିଜୟୀ

ଆଇଏସ୍‌ଏଲ୍‌-୭ : ଚେନ୍ନାୟିନ୍ ବିଜୟୀ

ଗୋଆ : ଚଳିତ ଆଇଏସ୍‌ଏଲର ସପ୍ତମ ସଂସ୍କରଣରେ ଶନିବାର ଏଠାକାର ଫତୋର୍ଦା ଷ୍ଟାଡିୟମ୍‌ଠାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାୟିନ୍ ଏଫ୍‌ସି  ୨-୧ ଗୋଲ୍‌ରେ ବିଜୟୀ ହୋଇଛି । ଦଳ ତା’ର ଷଷ୍ଠ ମ୍ୟାଚ୍ ପରେ ୨ଟି ଲେଖାଏଁ ବିଜୟ, ପରାଜୟ ଓ ଡ୍ର’ ସହ ସମୁଦାୟ ୮ ପଏଣ୍ଟ୍ ପାଇ ଟେବଲ୍‌ର ଅଷ୍ଟମ ସ୍ଥାନରେ କାଏମ୍ ରହିଛି । ଅନ୍ୟପକ୍ଷରେ ସପ୍ତମ ମ୍ୟାଚ୍‌ରେ ତୃତୀୟ ପରାଜୟ ବରଣ କରିଥିବା ଏଫସି ଗୋଆ ୮ ପଏଣ୍ଟ୍ ସହ ଟେବଲ୍‌ର ସପ୍ତମ ସ୍ଥାନରେ ରହିଛି ।

ଏହି ମ୍ୟାଚ୍‌ରେ  ପ୍ରଥମ ଗୋଲ୍‌ଟି ଚେନ୍ନାୟିନ୍ ପକ୍ଷରୁ ପଞ୍ଚମ ମିନିଟ୍‌ରେ ରାଫେଲ୍ କ୍ରିଭେଲାରୋ ସ୍କୋର୍ କରିଥିଲେ । କିନ୍ତୁ ନବମ ମିନିଟ୍‌ରେ ଏହି ଗୋଲ୍‌ଟିକୁ ଶୁଝିଦେଇଥିଲେ ଜର୍ଜ ଓର୍ଟିଜ୍ ମେଣ୍ଡୋଜା । ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ସ୍ଥିତି ବରାବର ରହିଥିଲେ ହେଁ ଦ୍ୱିତୀୟାର୍ଦ୍ଧରେ ୫୩ତମ ମିନିଟ୍‌ରେ ରହିମ୍ ଅଲୀ ଗୋଲ୍ ଦେବା ଫଳରେ ଏହା ଶେଷରେ ବିଜୟସୂଚକ ଗୋଲ୍ ସାବ୍ୟସ୍ତ ହୋଇଥିଲା । ଏଥିସହ ଗୋଆ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଥିବା ବେଳେ ଚେନ୍ନାୟିନ୍ ବିଜୟ ଧାରାକୁ ଫେରିଛି । 

 
 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking