33.1 C
Bhubaneswar
Saturday, April 27, 2024
Homeଓଡିଶାଆଜି ମକର ସଂକ୍ରାନ୍ତି

ଆଜି ମକର ସଂକ୍ରାନ୍ତି

ଭୁବନେଶ୍ୱର:ଆଜି ମକର ସଂକ୍ରାନ୍ତି। ସୂର୍ଯ୍ୟଦେବଙ୍କର ଉତ୍ତରାୟଣର ଓଷା। ଓଡ଼ିଆ ସଂସ୍କୃତିରେ ବାରମାସରେ ତେରପର୍ବ ପାଳନ ହେଉଥିବାବେଳେ ଆଜିର ଦିନଟି ପ୍ରତି ଓଡ଼ିଆଙ୍କ ପାଇଁ ବେଶ ସ୍ୱତନ୍ତ୍ର ଅଟେ ।ଘରେ ଘରେ ହେଉଛି ମକର ଚାଉଳ । ଲୋକେ ସକାଳୁ ସକାଳୁ ଯାଇ ଠାକୁରଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଏହା ସହ ଗୁଡ଼ି ଉଡ଼ାକୁ ନେଇ ଲୋକଙ୍କ ମନରେ ଦେଖାଦେଇଛି ପ୍ରବଳ ଉତ୍ସାହ ।  ଏହି ପର୍ବକୁ ନେଇ ଆଜି ସହରଠାରୁ ଆରମ୍ଭ କରି ପୁରପଲ୍ଲୀ ପର୍ଯ୍ୟନ୍ତ ଚାରିଆଡ଼େ ପରିବେଶ ଉତ୍ସବମୁଖର । ଆଦିବାସୀ ପରମ୍ପରାରେ ଏହି ପର୍ବକୁ ପାଳନ ନିମନ୍ତେ ସଭିଏଁ ତତ୍ପର ।
ଦେବାଳୟ ମାନଙ୍କରେ ଶ୍ରଦ୍ଧାଳୁଙ୍କର ଭିଡ ଲାଗି ରହିବା ସହ ପ୍ରତି ଓଡିଆଙ୍କ ଘରେ ମକର ଚାଉଳ ପ୍ରସ୍ତୁତ ହୋଇଥିବା ଦେଖାଯାଇଛି । ଚାଉଳ, ଛେନା, ନଡିଆ, ଗୁଡ, କର୍ପୂର, କଦଳୀ, ଗୋଲମରିଚ ଇତ୍ୟାଦିକୁ ନେଇ ଓଡିଆମାନେ ମକର ଚାଉଳ ପ୍ରସ୍ତୁତ କରିଥାନ୍ତି । ଏହାକୁ ନେଇ ସାରା ଭାରତରେ ଉତ୍ସବର ପରିବେଶ ଲାଗି ରହିଛି । ବିଭିନ୍ନ ରାଜ୍ୟରେ ଏହା ଅଲଗା ଅଲଗା ନାମରେ ପାଳିତ ହେଉଥିଲେ ବି ସେହି ସମାନ ମାନ୍ୟତା ରହିଛି । ସୂର୍ଯ୍ୟଦେବ ଆଜି ଧନୁ ରାଶିରୁ ମକରରେ ପହଂଚିଥାନ୍ତି । ତେଣୁ ଆଜି ଏହାକୁ ମକର ସଂକ୍ରାନ୍ତି ଭାବେ ପାଳନ କରାଯାଏ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking