38.1 C
Bhubaneswar
Friday, April 26, 2024
Homeଓଡିଶାଶ୍ରମିକଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ରାଜ୍ୟ ସରକାର

ଶ୍ରମିକଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଦିନକୁ ଦିନ ଶ୍ରମିକଙ୍କ ସଂଖ୍ୟା ରାଜ୍ୟରେ ବଢିବାରେ ଲାଗିଛି । ପେଟ ପୋଷିବା ସହ ଟଙ୍କା ଲୋଭରେ ଦାଦନ ଖଟୁଥିବା ଦେଖିବାକୁ ମିଳୁଛି । ତେବେ ଦାଦନ ଶ୍ରମିକ ରୋକିବାକୁ ରାଜ୍ୟ ସରକାର ୧୧ଟି ଜିଲ୍ଲା ପାଇଁ ଆଜି ଏକ ପ୍ୟାକେଜ ଘୋଷଣା କରିଛନ୍ତି । ରାଜ୍ୟର ୧୧ଟି ପ୍ରବାସୀ ଶ୍ରମିକ ପ୍ରବଣ ଜିଲ୍ଲାର ପ୍ରବାସୀ ଶ୍ରମିକଙ୍କ ଆର୍ଥିକ ମାନଦଣ୍ଡ ଓ ଜୀବନଜୀବିକାର ସ୍ୱଚ୍ଛଳତା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ଓଡ଼ିଶାରେ ୧୧ଟି ପ୍ରବାସୀ ଶ୍ରମିକ ପ୍ରବଣ ଜିଲ୍ଲା ଗୁଡିକ ହେଉଛି ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା, ନବରଙ୍ଗପୁର ଏବଂ ଖୋର୍ଦ୍ଧା ପାଇଁ ଏହି ପ୍ୟାକେଜ ଘୋଷଣା କରାଯାଇଛି । ଏହା ପ୍ରବାସୀ ଶ୍ରମିକଙ୍କ ପାଇଁ ପାଇଁ ନିଜ ଅଞ୍ଚଳରେ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ପ୍ୟାକେଜରେ ତ୍ୱରିତ ମଜୁରୀ ପ୍ରଦାନ ବ୍ୟବସ୍ଥା, ଶିକ୍ଷା ଓ ଉନ୍ନତ ଜୀବନଶୈଳୀ ଅବଲମ୍ବନର ବ୍ୟବସ୍ଥା କରାଯାଇଛି । ଏକ ସ୍ୱତନ୍ତ୍ର ରାଜ୍ୟ ଖସଡା ମାଧ୍ୟମରେ ରାଜ୍ୟ ସରକାର ବିଭିନ୍ନ ସରକାରୀ ବିଭାଗ ସହିତ ସମନ୍ୱୟ କରି ଏ ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି । ବରଗଡ, ବଲାଙ୍ଗିର, ନୂଆପଡା ଓ କଳାହାଣ୍ଡିର ୨୦ଟି ବ୍ଲକରେ ପ୍ରତ୍ୟେକ ଗ୍ରାମୀଣ ପରିବାର ନିମନ୍ତେ ଅତିରିକ୍ତ ଶହେ ଦିନ କାର‌୍ୟ୍ୟ ବୃଦ୍ଧିକରି ମୋଟ ୨ ଶହ ଦିନ କାର‌୍ୟ୍ୟସହିତ ଦୈନିକ ମଜୁରୀକୁ ବି ବୃଦ୍ଧି କରାଯାଇଛି ।
ଏହି ୪ ଜିଲ୍ଲାରେ ୨୦ଟି ବ୍ଲକର ସମସ୍ତ ଗ୍ରାମପଞ୍ଚାୟତକୁ ଓଡିଶା ଜୀବିକା ମିଶନର ସଘନ ପଂଚାୟତ ଭାବରେ କାର‌୍ୟ୍ୟକାରୀ କରାଯାଇଛି । ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ବୀମାଭୁକ୍ତ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି । ୪ ଜିଲ୍ଲାର ୨୦ ଟି ବ୍ଲକରେ ଯୋଗ୍ୟ ବିବେଚିତ ପରିବାରକୁ ପକ୍କା ଘର ଯୋଗାଇ ଦିଆଯବା ବ୍ୟବସ୍ଥା କରାଯାଇଛି । ବିଶେଷ କରି ନିଯୁକ୍ତି ପାଇଥିବା ଶ୍ରମିକମାନଙ୍କର ପ୍ରାପ୍ୟ ନିର୍ଦ୍ଧାରିତ ସମୟରେ ଏବଂ ନିର୍ବିଘ୍ନରେ ପ୍ରଦାନ ନିମନ୍ତେ ୫୦୦ କୋଟି ଟଙ୍କାର ରାଜ୍ୟସ୍ତରୀୟ କର୍ପସ ପାଣ୍ଠି ଗଠନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking