28.1 C
Bhubaneswar
Friday, April 26, 2024
Homeଓଡିଶାବଲାଙ୍ଗିର ଜିଲ୍ଲା କରାଟେ ସଂଘର: ୨୯ତମ ଜିଲ୍ଲାସ୍ତରୀୟ କରାଟେ ପ୍ରତିଯୋଗିତା

ବଲାଙ୍ଗିର ଜିଲ୍ଲା କରାଟେ ସଂଘର: ୨୯ତମ ଜିଲ୍ଲାସ୍ତରୀୟ କରାଟେ ପ୍ରତିଯୋଗିତା

ବଲାଙ୍ଗିର (ଦେବାଶିଷ ମିଶ୍ର)- ବଲାଙ୍ଗିର ଜିଲ୍ଲା କରାଟେ ସଂଘ ତରଫରୁ ୨୯ତମ ଜିଲ୍ଲାସ୍ତରୀୟ କରାଟେ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ବିଭିନ୍ନ ବୟସ ତଥା ବର୍ଗର ଅୟୋଜିତ ଏହି ପ୍ରତି÷ଯୋଗିତାରେ ସମୁଦାୟ ୨୩ଟି ବର୍ଗ ରୁ କୁମୁତି ମହିଳା ବିଭାଗ ର ୭ବର୍ଷ ବର୍ଗରେ ସୁପ୍ରିୟା ସାହୁ.୧୧ବର୍ଷ ବର୍ଗରେ ପ୍ରେରଣା ଗୁପ୍ତା,୧୩ ବର୍ଷ ବର୍ଗରେ ଶର୍ମିଷ୍ଠା ଜାଲ,୧୫ବର୍ଷ ବର୍ଗରେ କନିଷ୍କା ବେହେରା ସେହିପରି କୁମୁତି ପୁରୁଷ ବିଭାଗରେ ୧୩ବର୍ଷ ବର୍ଗରେ ଲମ୍ବୋଦର ବନଛୋର,୧୫ବର୍ଷ ବର୍ଗରେ ଦେବାଶିଷ ଧରୁଆ, ୨୦ ବର୍ଷ ବର୍ଗରେ ସାଗର ଜେନା ପ୍ରଥମ ବିବେଚିତ ହୋଇଥିଲେ । ସେହିପରି କାତା ମହିଳା ବିଭାଗର ୭ବର୍ଷ ବର୍ଗରେ ସୁପ୍ରିୟା ସାହୁ ,୯ବର୍ଷ ବର୍ଗରେ ତନିଷା ସାହୁ, ୧୧ବର୍ଷ ବର୍ଗରେ ବୈଷ୍ନବି ଜାଲ, ୧୩ବର୍ଷ ବର୍ଗ ରେସ୍ରେୟାଂଶି ହାସଦା,୧୫ବର୍ଷ ବର୍ଗ ରେ ଅନନ୍ୟା ସାହୁ ଓ କାତା ପୁରୁଷ ବିଭାଗର ୯ବର୍ଷ ବର୍ଗରେ ଏକାଗ୍ର ପାଢି, ୧୧ବର୍ଷ ବର୍ଗରେ ସୁମନ୍ତ ରଣା,୧୩ବର୍ଷ ବର୍ଗରେ ନାରାୟଣ ପୋଢ, ୧୫ବର୍ଷ ବର୍ଗରେ ଆର‌୍ୟନ ନାଏକ, ୧୭ବର୍ଷ ବର୍ଗରେ ଏମଡି. ସୋଏବ, ୨୦ବର୍ଷ ବର୍ଗରେ ସାଗର ଜେନା ପ୍ରଥମ ସ୍ଥାନ ଗ୍ରହଣ କରିଛନ୍ତି । ଆହୁରି ମଧ୍ୟ ପୁରୁଷ କଲର ବେଲ୍ଟ୍ ପାଇଁ ଶରଣ କୁମାର ବେହେରା, ପୁରୁଷ ବ୍ଲାକ ବେଲ୍ଟ୍ ପାଇଁ ରାହୁଲ ଜାଲ ଯୋଗ୍ୟ ବିବେଚିତ ହୋଇଛନ୍ତି ।
କଲେଜଛକ ସ୍ଥିତ କଲ୍ୟାଣ ମଣ୍ଡପରେ ଆୟୋଜିତ ଏହି ପ୍ରତିଯୋଗିତାରେ ସଂଘର ସଭାପତି ବଳରାମ ସିଂ ଯାଦବ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବନଖଣ୍ଡ ଅଧିକାରୀ ସମୀର କୁମାର ଶତପଥି ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । କରାଟେ ସଂଘର ସଂପାଦକ ମାନୁଏଲ ନାଗ, ସହ-ସଂପାଦକ ହୃଦୟ ଶବରଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ୧୭୫ରୁ ଅଧିକ ପ୍ରତିଯୋଗୀ ଓ ଶତାଧିକ ଅଭିଭାବକଙ୍କ ଉପସ୍ଥିତିରେ ରେଫରି ସୁରେଶ ଚନ୍ଦ୍ର ଜାଲ, ସରୋଜକାନ୍ତ ବେହେରା, ଗୋପାଳ ଦୀପ ପ୍ରମୁଖ ଖେଳକୁ ପରିଚାଳନା କରିଥିଲେ । ଶେଷରେ ଉଦ୍‌ଯାପନି ତଥା ପୁରସ୍କାର ବିତରଣୀ ସଭାରେ ସଚିନ ବାଗ ଯାଦବ ମଞ୍ଚ ପରିଚାଳନା କରିଥିବା ବେଳେ ବଲାଙ୍ଗିର କରାଟେ ସ୍କୁଲର କୋଚ ଚନ୍ଦ୍ର ଶେଖର ସେଠ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବଦ୍ରିନାଥ ହୋତା, ମାନଗୋବିନ୍ଦ ମେହେର, ବିରେନ ସାହୁ, ପର୍ଶୁରାମ ସ୍ୱାଇଁ, ଅଜିତ ସେଠ ପ୍ରମୁଖ ସହଯୋଗ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking