38.1 C
Bhubaneswar
Friday, April 26, 2024
Homeଓଡିଶାନିର୍ଭୟା ଅଭିଯୁକ୍ତକୁ ଫାଶୀ ଦେବା ପୂର୍ବରୁ ଜାଣନ୍ତୁ କଣ କହୁଛନ୍ତି ଜହ୍ଲାଦ....

ନିର୍ଭୟା ଅଭିଯୁକ୍ତକୁ ଫାଶୀ ଦେବା ପୂର୍ବରୁ ଜାଣନ୍ତୁ କଣ କହୁଛନ୍ତି ଜହ୍ଲାଦ….

ଭୁବନେଶ୍ୱର : ନିର୍ଭୟା ଗଣଦୁଷ୍କର୍ମର ୪ ଅଭିଯୁକ୍ତକୁ ୨୨ରେ ଫାଶୀ ଦେବାକୁ ପଟିଆଲା ହାଉସ କୋର୍ଟ ଆଦେଶ ଦେଇଛନ୍ତି। ଫାଶୀ ପାଇଁ ସମୟ ପାଖେଇ ଆସୁଛି । ଏହି ଫାଶୀ ଏବେ ସମଗ୍ର ଦେଶରେ ମୁଖ୍ୟ ଚର୍ଚାର ବିଷୟ ହୋଇଛି । ଫାଶୀ ନେଇ ଅବଗଣନା ଆରମ୍ଭ ହୋଇଯାଛି । ଫାଶୀ ଦେବାକୁ ଜହ୍ଲାଦ ମଧ୍ୟ ପ୍ରସ୍ତୁତ । ଫାଶୀ ଦେବାକୁ ସ୍ଥିର ହୋଇଛନ୍ତି ପବନ ଜହ୍ଲାଦ । ତାଙ୍କ ଘର ହେଉଛି ଉତ୍ତର ପ୍ରଦେଶରେ । ଏହା ହେଉଛି ତାଙ୍କର କୌଳିକ ବୃତି। ବାପା,ଜେଜେ ବାପା ଓ ତାଙ୍କ ବାପା ବି ଏହି ଫାଶୀ ଦେବା କାର‌୍ୟ୍ୟ କରୁଥିଲେ। ନିର୍ଭୟା ଦୁଷ୍କର୍ମକାରିକୁ ଫାଶୀ ଦେବା ପୂର୍ବରୁ ପବନ ତାଙ୍କ ଅନୁଭୂତି ସମ୍ପର୍କରେ ଯାହା କୁହନ୍ତି ତାହା ଆପଣ ଜାଣିଲେ  ଆଶ୍ଚର୍ଯ୍ୟ ହୋଇଯିବେ ।

ସେ କୁହନ୍ତି ଅପରାଧର ସମାପ୍ତ ଓ ଅପରାଧୀଙ୍କୁ ଦଣ୍ଡିତ କରିବା ପାଇଁ ସେ ଏହି ପାରିବାରିକ ବୃତି ଛାଡ଼ି ପାରୁ ନାହାଁନ୍ତି। ପ୍ରତିଟି ଅପରାଧୀଙ୍କୁ ଆଇନ ସମ୍ମୁଖରେ ଖୋଲା ଶରୀରରେ ଦେଖିବାକୁ ତାଙ୍କ ଇଛା । ପିତାମାତା ଅସୁମାରି ସ୍ୱପ୍ନ ରଖି କନ୍ୟା ସନ୍ତାନ ଟିଏ ଜନ୍ମ କରିଥାଆନ୍ତି । ମାତ୍ର ୩/୪ବର୍ଷର ସେମାନେ ନର ଦାନବଙ୍କ ଶୀକାର ହଉଛନ୍ତି । ଏହାଠାରୁ କୁ-କାର‌୍ୟ୍ୟ ଆଉ କ’ଣ ହୋଇପାରେ ବୋଲି ପବନ ପ୍ରଶ୍ନ କରନ୍ତି । ଏପରି ଦାନବମାନଙ୍କୁ ଫାଶୀ ଖୁଂଟରେ ଝୁଲାଇ ବାରେ ସେ ଆନନ୍ଦ ପାଆନ୍ତି ବୋଲି ପବନ କୁହନ୍ତି । ପିଲାଦିନେ ଦାଦା କଲ୍ଲୁଙ୍କ ସାଙ୍ଗରେ ମିରଟ ଜେଲ ଭିତରକୁ ଯାଉଥିବାବେଳେ ସେଠାରେ ଉପସ୍ଥିତ କେତେକ କର୍ମଚାରୀ ତାଙ୍କ ଜେଜଙ୍କୁୂ ସାଲ୍ୟୁଟ କରୁଥିଲେ । ଜେଜେ ପରି ଜଣେ ଜହ୍ଲାଦଙ୍କୁ ବି ଲୋକେ ସମ୍ମାନ କରୁଛନ୍ତି ଜାଣି ତାଙ୍କୁ ଖୁସି ଲାଗିଥିଲା । କେତେକ କ୍ଷେତ୍ରରେ ମାନବାଧିକାରକୁ ଦୃଷ୍‌ଟିରେ ରଖି ଫାଶୀ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ବଦଳାଇ ଦିଆଯାଉଛି । ଏହା ଅତ୍ୟନ୍ତ ନିନ୍ଦନୀୟ । ଫାଶୀ ଦଣ୍ଡାଦେଶ ରହିଲେ ଆଇନ ପ୍ରତି ଲୋକଙ୍କ ଭୟ ଅତୁଟ ରହିବ ବୋଲି ସେ କହିଛନ୍ତି ।
ପବନ କହିଛନ୍ତି ଆହ୍ଲାବାଦ ଜେଲରେ ଜଣେ ବଳାତ୍କାରକୁ ଫାଶୀ ଦିଆଯିବାର ଥାଏ । ତାର ହାତ ଗୋଡ଼ ବାନ୍ଧି ଯେତେଥର ଫାଶୀ ଖୁଂଟକୁ ଆଣୁଥିଲେ ସେ ସେତେଥର ଫେରିଯାଉଥାଏ । ଶେଷରେ ୫ଜଣ କର୍ମଚାରୀ ତାକୁ କୁଣ୍ଢାଇ ଧରି ଫାଶୀ ଖୁଂଟରେ ଆଣି ବାନ୍ଧି ଥିଲେ । ଆଉ ବିଳମ୍ବ ନ କରି ସାଙ୍ଗେ ସାଙ୍ଗେ ତା’ ଗଳାକୁ ରଶିରେ ଝୁଲାଇ ମାତ୍ର ମିନିଟିଏ ମଧ୍ୟରେ ଫାଶୀ ଖୁଂଟରେ ଝୁଲାଇ ଦିଆଯାଇଥିଲା । କେତେକ କଏଦୀ ଫାଶୀ ଖୁଂଟକୁ ଚଢ଼ିବା ପୂର୍ବରୁ ବହୁ ନାଟକ କରିଥାନ୍ତି । ସେମାନଙ୍କ ପାଇଁ ଆମେ ଅନ୍ୟ ଉପାୟ ଅବଲମ୍ବନ କରିଥାଉ । ବଂଚିବା ପାଇଁ ସମସ୍ତେ ଆଗ୍ରହୀ, ହେଲେ ଆମେ ସରକାରୀ ନିର୍ଦ୍ଦେଶ ମାନିବାକୁ ବାଧ୍ୟ ବୋଲି ପବନ କହିଛନ୍ତି ।
ଏପରି ବି ଘଟଣା ଅଛି ଦୋଷୀ ଫାଶୀ ପାଇଁ କୁଣ୍ଠା କରନ୍ତି ନାହିଁ ଜ୍ଝ ଆଗ୍ରା ଜେଲରେ ଆଉ ଜଣେ ବଳାତ୍କାରୀ କାହାରି ସାହାଯ୍ୟ ନନେଇ ସିଧା ଆସି ଫାଶୀ ଖୁଂଟରେ ଛିଡ଼ା ହୋଇ ବେକରେ ଦୌଡ଼ି ଲଗାଇ ଫାଶୀ ଦେବାକୁ କହିଥିଲା । ଏହି କଏଦୀ ଜଣଙ୍କ ସାହାସୀ ଥିଲା । ତେବେ ଅଧିକାଂଶ କଏଦୀ ମୃତ୍ୟୁକୁ ଭୟ କରି ଛାନିଆ ହୋଇ ବିଭିନ୍ନ ଅଭିନୟ କରିଥାଆନ୍ତି । ବେଳେବେଳେ ସେମାନଙ୍କ ନାଟକ ଯୋଗୁଁ ଫାଶୀ ସମୟ ୧/୨ଘଂଟା ଗଡ଼ି ଯାଇଥାଏ । ତଥାପି ଅଧିକ ଜେଲ କର୍ମୀଙ୍କ ସାହାଯ୍ୟ ନେଇ ତାଙ୍କୁ ଫାଶୀ ଖୁଂଟରେ ଝୁଲାଇ ଦିଆଯାଇଥାଏ । ପଟିଆଲାରେ ଦୁଇଜଣ ଭାଇ ନିଜ ୪ଭାଇ ଓ ଦୁଇ ଭଉଣୀଙ୍କୁ ହତ୍ୟା କରିଥିଲେ । ଏମାନଙ୍କୁ ଫାଶୀ ଦେବା ପାଇଁ ତାଙ୍କ ଜେଜେ କଲ୍ଲୁ ରାମ ତାଙ୍କୁ କହିଥିଲେ । ଜେଜେ କହିଥିଲେ, ତୁ ଆମର କୌଳିକ ବୃତିକୁ ଛାଡ଼ି ଯଦି ଅନ୍ୟ କାମ କରିବୁ କର, ହେଲେ ପବନ ରାଜି ହେଲେନି ଓ ପ୍ରଥମ ଥର ଜେଜେଙ୍କ ସହ ଯାଇ ଦୁଇ ଭାଇଙ୍କୁ ଖୁଂଟରେ ଝୁଲାଇଥିଲେ । ପବନଙ୍କ ଜେଜେ ତିହାର ଜେଲରେ ରାଙ୍ଗା-ବିଲ୍ଲାଙ୍କୁ ଫାଶୀ ଦେଇଥିଲେ । ନିଠାରୀ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର କୋହଲୀକୁ ଫାଶୀ ଦେବା ପାଇଁ ପବନ ପ୍ରସ୍ତୁତ ହେଉଥିବାବେଳେ ମାତ୍ର କିଛି ଘଂଟା ପୂର୍ବରୁ ଏହାକୁ ବାତିଲ କରିଦିଆଯାଇଥିଲା । ଅଜମାଲ କସାବ, ୟାକୁବ ମେନନ ଓ ଅଫଜଲ ଗୁରୁ ନାମକ ତିନି ଅଭିଯୁକ୍ତଙ୍କୁ କୌଣସି ଜହ୍ଲାଦ ନୁହେଁ ବରଂ ଜେଲ ଭିତରେ କୌଣସି କର୍ମଚାରୀ ଫାଶୀ କୁଂଟରେ ଝୁଲାଇଥିଲେ । ଜହ୍ଲାଦ ହେଲେ ବି ସରକାର ସେମାନଙ୍କ ସୁରକ୍ଷା ପ୍ରତି ବେଶ ସଚେତନ ବୋଲି କହନ୍ତି ପବନ । ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ହୁଏତ ଅନ୍ୟମାନଙ୍କୁ ଏହି କାର‌୍ୟ୍ୟରେ ନିୟୋଜିତ କରିଥିବା ପବନ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking