36.1 C
Bhubaneswar
Monday, May 6, 2024
Homeକରୋନାମହାରାଷ୍ଟ୍ରରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ

ମହାରାଷ୍ଟ୍ରରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ କରାଯାଇଛି । ମହାରାଷ୍ଟ୍ର ଶିକ୍ଷାମନ୍ତ୍ରୀ ବର୍ଷା ଗାୟକବାଡ କହିଛନ୍ତି, ମହାରାଷ୍ଟ୍ରର ବର୍ତମାନର କୋଭିଡ ସ୍ଥିତିକୁ ଦେଖିବା ପରେ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ସ୍ଥଗିତ କରାଯାଇଛି ।
ଦ୍ୱାଦଶ ପରୀକ୍ଷା ମେ’ ଶେଷ ସୁଦ୍ଧା ଆୟୋଜନ କରାଯିବ ବୋଲି ସେ କହିଛନ୍ତି । ଦଶମ ଶ୍ରେଣୀ ପରୀକ୍ଷା ଜୁନରେ ହେବ । ଏହା ଅନୁସାରେ, ନୂଆ ତାରିଖ ଘୋଷଣା କରାଯିବ ।
ଶିକ୍ଷାମନ୍ତ୍ରୀ କହିଛନ୍ତି ଆମେ ସିବିଏସଇ, ଆଇସିଏସଇ ଓ ଆଇବି କୁ ଅନୁରୋଧ କରିବୁ ଯେ, ପରୀକ୍ଷା ତାରିଖ ଉପରେ ପୁନର୍ବିଚାର କରନ୍ତୁ । କହିରଖୁଛୁ ଯେ, ସିବିଏସଇ ପରୀକ୍ଷା ସ୍ଥଗିତ ହେବା ନେଇ ଦାବି ହେଉଥିଲା । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶିକ୍ଷା ମନ୍ତ୍ରୀ ରମେଶ ପୋଖରୀଆଲ ନିଶଙ୍କଙ୍କୁ ପତ୍ର ଲେଖି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ବୋର୍ଡ ପରୀକ୍ଷା ବାତିଲ କରିବା ପାଇଁ ବିଚାର କରିବାରୁ କହିଥିଲେ । ରବିବାର ମହାରାଷ୍ଟ୍ରରେ କୋଭିଡ ୧୯ରେ ଏପର୍ଯ୍ୟନ୍ତ ସର୍ବାଧିକ ୬୩୨୯୪ ନୂଆ ମାମଲା ସାମ୍ନାକୁ ଆସିଥିଲା । ରାଜ୍ୟରେ ଏପର୍ଯ୍ୟନ୍ତ ୩୪୦୭୨୪୫ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି ଏବଂ ୫୭୯୮୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking