29.1 C
Bhubaneswar
Wednesday, April 24, 2024
Homeକରୋନାଏବେ ବିମାନ ଯାତ୍ରୀଙ୍କୁ ମିଳିବନି ଏହି ସୁବିଧା

ଏବେ ବିମାନ ଯାତ୍ରୀଙ୍କୁ ମିଳିବନି ଏହି ସୁବିଧା

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସଂକ୍ରମଣ ରୋକିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି । ଏବେ ଫ୍ଲାଇଟରେ ଯାତ୍ରା କରିବାକୁ ଥିବା ଯାତ୍ରୀ ଯାହାର ଯାତ୍ରା ସମୟ ୨ ଘଣ୍ଟାରୁ କମ୍ ସେମାନଙ୍କୁ ଉଡାଣ ସମୟରେ ଫ୍ଲାଇଟରେ ଖାଇବା ଦିଆଯିବ ନାହିଁ ।
ବେସାମିରକ ବିମାନ ଚଳାଚଳ ମନ୍ତ୍ରାଳୟ ସୋମବାର କହିଛି ଯେ, ଦେଶରେ କରୋନା ଭାଇରସଜନିତ ମାମଲା ଲଗାତର ବଢିବା ମଧ୍ୟରେ ସେହି ଏୟାରଲାଇନକୁ ଉଡାଣ ସମୟରେ ଖାଇବା ଉପଲବ୍ଧ କରାଇବା ପାଇଁ ଅନୁମତି ମିଳିବନି, ଯାହାର ଯାତ୍ରା ଅବଧି ୨ ଘଣ୍ଟାରୁ କମ୍ ।
ଗତବର୍ଷ କରୋନା କାଳରେ ଲକଡାଉନ ପରେ ୨୫ ମେ ରୁ ଘରୋଇ ବିମାନ ଉଡାଣ ସେବା ଆରମ୍ଭ ହୋଇଥିଲା । ସେତେବେଳେ ମନ୍ତ୍ରାଳୟ କିଛି ସର୍ତ୍ତ ଅନୁସାରେ ବିମାନ ଭିତରେ ଖାଇବା ଉପଲବ୍ଧ କରାଇବା ପାଇଁ ଏୟାରଲାଇନଗୁଡିକୁ ଅନୁମତି ଦେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking