28.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶମହାରାଷ୍ଟ୍ର: ସଡ଼କ ଦୁର୍ଘଟଣାରେ ୧୨ ମୃତ, ୨୦ ଆହତ

ମହାରାଷ୍ଟ୍ର: ସଡ଼କ ଦୁର୍ଘଟଣାରେ ୧୨ ମୃତ, ୨୦ ଆହତ

ନାଗପୁର: ମହାରାଷ୍ଟ୍ରରେ ଦୁଇଟି ସଡ଼କ ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨୦ ଜଣ ଆହତ ହୋଇଛନ୍ତି । ନାଗପୁର-ପୁଣେ ହାଇୱେରେ ଏକ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ଲାଗିବା ଫଳରେ ୭ ଜଣ ବସ୍‌ଯାତ୍ରାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୩ ଜଣ ଆହତ ହୋଇଛନ୍ତି । ବସ୍‌ଟି ପୁଣେରୁ ମହକର ଯାଉଥିବା ବେଳେ ସାମ୍ନାରୁ ଆସୁଥିବା ଏକ ଟ୍ରକ୍ ତାକୁ ଧକ୍କା ଦେଇଥିଲା । ଆହତଙ୍କୁ ନିକଟତମ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ସେହିପରି ସୋମବାର ବିଳମ୍ବିତ ରାତିରେ ଅମରାବତୀ ଜିଲ୍ଲାର ଦରିୟାପୁର-ଅଞ୍ଜନଗାଓଁ ରାସ୍ତାରେ ଏକ ଏସ୍‌ୟୁଭିକୁ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ ଧକ୍କା ଦେବା ଫଳରେ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଅନ୍ୟ ସାତଜଣ ଆହତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking