31.1 C
Bhubaneswar
Tuesday, May 7, 2024
Homeଜୀବନଶୈଳୀମହାଶିବରାତ୍ରି ରେ କରନ୍ତୁ ଏହି କାମ, ପ୍ରାପ୍ତ ହେବ ଶୁଭ ଫଳ

ମହାଶିବରାତ୍ରି ରେ କରନ୍ତୁ ଏହି କାମ, ପ୍ରାପ୍ତ ହେବ ଶୁଭ ଫଳ

ଭୁୁବନେଶ୍ୱର: ଆସନ୍ତାକାଲି ହେଉଛି ମହାଶିବରାତ୍ରି । ଚଳିତ ବର୍ଷ ଏହି ପର୍ବ ଏକ ବିରାଟ ସଂଯୋଗ ସହିତ ପଡୁଛି । ଦେଖିବାକୁ ଗଲେ ପ୍ରତି ମାସରେ ଶିବରାତ୍ରି ପଡିଥାଏ । ହେଲେ ଏହି ମହା ଶିବରାତ୍ରି ଦିନର ବିଶେଷ ମହତ୍ତ୍ୱ ରହିଥାଏ । ମାନ୍ୟତା ଅନୁସାରେ, ଏହି ଦିନ ବିଧି ବିଧାନ ସହ ପୂଜାପାଠ କରିବା ଦ୍ୱାରା ଭୋଳାବାବା ଭକ୍ତଙ୍କ ସମସ୍ତ ଦୁଃଖ ଶୁଣିଥାନ୍ତି । ତାହେଲେ ଚାଲନ୍ତୁ ଜାଣିବା ମହାଶିବରାତ୍ରିର ସଠିକ ତିଥି, ପୂଜା ବିଧି, ଶୁଭ ମୂହୁର୍ତ୍ତ ସହ ଜଡିତ କିଛି ତଥ୍ୟ ।
ସିନ୍ଦୂର ହେଉଛି ସୌଭାଗ୍ୟର ପ୍ରତୀକ । ଭାଗବାନ ଶିବ ବୈରାଗୀ । ସେଥିପାଇଁ ଶିବଙ୍କୁ ସିନ୍ଦୁର ଲଗାଇବା ଅନୁଚିତ । ଏହାସହିତ ହଳଦି ମଧ୍ୟ ଶିବ ଲିଙ୍ଗରେ ଲଗାଇବା ଅନୁଚିତ୍ । ଶାସ୍ତ୍ର ଅନୁସାରେ, ଏହି ଦିନ ଭଗବାନ ଶିବ ଓ ଦେବୀ ପାର୍ବତୀଙ୍କ ବିବାହ ହୋଇଥିଲା । ହିନ୍ଦୁଧର୍ମରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ । ଏହି କାରଣ ପାଇଁ ହିନ୍ଦୁ ଧର୍ମରେ ରାତିରେ ବିବାହ ମୂହୁର୍ତ୍ତକୁ ଉତ୍ତମ ବୋଲି ଧରାଯାଏ । ଏହି ଦିନ ଭକ୍ତ ଯାହା ମାଗନ୍ତି ତାହା ପୂର୍ଣ୍ଣ ହୋଇଥାଏ । ଏହି ଦିନ ୬୪ ଶିବଲିଙ୍ଗ ରୂପରେ ଭଗବାନ ଶିବ ସଂସାରରେ ପ୍ରକଟ ହୋଇଥିବା ଜଣାଯାଏ । ପୂଜା କରିବା ସମୟରେ ଓମ ନମଃ ଶିବାୟ ମନ୍ତ୍ର ୧୦୮ ଥର ଜପ କରିବା ଦରକାର । ଭଗବାନ ଶିବଙ୍କୁ ତିନି ଟିକିଆ ବେଲପତ୍ର ଅର୍ପଣ କରି ଜଳ ଢାଳନ୍ତୁ । ବେଲ ପତ୍ର ଚଢାଇବା ସମୟରେ ଓମ ନମଃ ଶିବାୟ ମନ୍ତ୍ର ଜପ କରିବା ଦରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking