30.1 C
Bhubaneswar
Sunday, May 5, 2024
Homeଓଡିଶାରାଜ୍ୟସ୍ତରୀୟ ଲୁଲୁ ମହାପାତ୍ର ସ୍ମୃତି କମିଟିର କାର୍ଯ୍ୟକାରିଣୀ ବୈଠକ

ରାଜ୍ୟସ୍ତରୀୟ ଲୁଲୁ ମହାପାତ୍ର ସ୍ମୃତି କମିଟିର କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର : ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତିକମିଟି ଆନୁକୂଲ୍ୟରେ ଆଜି ଭୁବନେଶ୍ୱର ୟୁନିଟ୍ ୯ ସ୍ଥିତ ରୋଟାରୀ
ଭବନ ଠାରେ ଏକ ସାଧରଣ ବୈଠକ ସ୍ମୃତି କମିଟିର ଅଧ୍ୟକ୍ଷ ଶ୍ରୀ ଶୁଭେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷତା
କରି ଶ୍ରୀ ମହାନ୍ତି ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ସ୍ମୃତିଚାରଣ କରି କହିଲେ ଯେ ଆଜିର ଯୁବ ଓ ଛାତ୍ର ସମାଜ ଲୁଲୁବାବୁଙ୍କ ଆଦର୍ଶରେ
ଅନୁପ୍ରାଣିତ ହେବାର ସମୟ ଆସିଛି । ତାଙ୍କ ଭଳି ନିର୍ଭିକ, ସ୍ପଷ୍ଟବାଦୀ ଓ ଆଦର୍ଶଗତ ଭୂମିକା ଆଜିର ଯୁବ ସମାଜ ନେଇ ପାରିଲେ
କଂଗ୍ରେସ ଦଳ ସୁସଂଗଠିତ, ସୁଦୃଢ଼ ଓ ଶକ୍ତିଶାଳୀ ହୋଇପାରିବ ବୋଲି ସେ କହିଥିଲେ ।
ବୈଠକର ପ୍ରାରମ୍ଭରେ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ଉତ୍ସବର
ଆନୁଷ୍ଠାନିକ ଶୁଭଉଦ୍‌ଘାଟନ କରାଯାଇଥିଲା । ଶ୍ରୀ ଆଲୋକ ମିଶ୍ର ପ୍ରାରମ୍ଭିକ ସୂଚନା ଦେଇ ଅତିଥି ପରିଚୟ ପ୍ରଦାନ କରିଥିଲେ । ସ୍ମୃତି
କମିଟିର ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ଚିନ୍ମୟ ପ୍ରସାଦ ବେହୁରା ସ୍ମୃତିଚାରଣ କରି କହିଲେ ଯେ ଲୁଲୁବାବୁ ନିଜ ପରିବାର
ଅପେକ୍ଷା କଂଗ୍ରେସ ଦଳକୁ ଭଲ ପାଉଥିଲେ । କିନ୍ତୁ କଂଗ୍ରେସ ଦଳ ତାଙ୍କ ପ୍ରତି ଅବହେଳା ପୋଷଣ କରିଛି । ସେ ଦେଇଥିବା
ବଳିଦାନକୁ ଆଜିର ଯୁବ ସମାଜ ଭୁଲିଯିବା ଉଚିତ୍ ନୁହେଁ । ସମସ୍ତେ ସଂଗଠିତ ହୋଇ କଂଗ୍ରେସକୁ ସୁଦୃଢ଼ କରିପାରିଲେ ତାଙ୍କର ସ୍ୱପ୍ନ
ସାକାର ହେବ ବୋଲି ଶ୍ରୀ ବେହୁରା ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସୁନ୍ଦରଗଡର ଯୁବନେତା ଶ୍ରୀ ପ୍ରଫୁଲ୍ଲ ସୁନାନୀ ପ୍ରସ୍ତାବ
ଦେଇ କହିଥିଲେ ଯେ ଲୁଲୁ ମହାପାତ୍ରଙ୍କ କାର୍ଯ୍ୟକଳାପ ଓ ତ୍ୟାଗକୁ ଉଦ୍‌ଜୀବିତ କରିବା ପାଇଁ ଏକ “ଲୁଲୁ ଯୁବ ଜ୍ୟୋତି ରଥ“ ସାରା
ଓଡିଶାରେ ପରିକ୍ରମା କଲେ ନୀରବ ଭାବରେ ରହିଥିବା ଛାତ୍ର ଯୁବମାନେ କଂଗ୍ରେସମୁହାଁ ହେବେ ଯାହାଫଳରେ ଦଳ ଲାଭବାନ
ହୋଇପାରିବ ବୋଲି କହିଥିଲେ । ସେହିପରି କନ୍ଧମାଳର ଯୁବ ନେତା ଶ୍ରୀ ଚନ୍ଦ୍ରଶେଖର ପରିଡା କହିଲେ ଯେ କଂଗ୍ରେସ ଏକ ସର୍ବ
ପୁରାତନ ଦଳ । ଆମ୍ଭେମାନେ ଜଣେ ଜଣେ ସିପାହୀ ଭାବରେ କଂଗ୍ରେସ ଦଳକୁ ଭଲ ପାଉଛେ ଓ ପାଉଥିବା । କୌଣସି ପରିସ୍ଥିତିରେ
ବି ଆମେ ଦଳ ପ୍ରତି ବିମୁଖ ହେବାନାହିଁ କି ଦଳ ତ୍ୟାଗ କରିବା ନାହିଁ ବୋଲି ଆଜି ସମସ୍ତେ ସଂକଳ୍ପ ନିଅନ୍ତୁ ବୋଲି ସେ ଆହ୍ୱାନ
କରିଥିଲେ । ଯାହାକି ଲୁଲୁ ବାବୁଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ ହେବ ।
ସର୍ବଶ୍ରୀ ସୀତାକାନ୍ତ ମିଶ୍ର, ନିମାଇଁ ସରକାର, ନିହାର ମହାନନ୍ଦ, ଦେବାଶିଷ ପଟ୍ଟନାୟକ, ମିଟୁ ମହାନ୍ତି, ଶ୍ୟାମଚରଣ ହାଁସଦା,
ଆଦିତ୍ୟ ମହାପାତ୍ର, ନଜିବୁର ରହମନ ଖାଁ, ଦେବୀ ବିଷୋୟୀ, ଯୋଗୀନାଥ ବାହୁବଳେନ୍ଦ୍ର, ଲଲାଟେନ୍ଦୁ ଦାସ, ବିଶ୍ୱଭୂଷଣ ଦାସ,
ସନ୍ତୋଷ ମହାନ୍ତି, ପ୍ରଦୀପ୍ତ ଦାସ, ଅମିତ୍ ମହାନ୍ତି, ଦିଲ୍ଲୀପ ମହାନ୍ତି, ରିସ୍ନା ସାହୁ, ସୁନିଲ୍ ପରିଡା, ସୁନିଲ୍ ପ୍ରଧାନ, ପ୍ରକାଶ କୁଅଁର,
ଜ୍ୟୋତି ପ୍ରକାଶ ରଥ ପ୍ରମୁଖ ଲୁଲୁ ବାବୁଙ୍କ ସ୍ମୃତିଚାରଣ କରି କଂଗ୍ରେସ ଦଳକୁ ସୁଦୃଢ଼ କରିବା ପାଇଁ ଆହ୍ୱାନ ଦେଇଥିଲେ ।
ଏହି ଅବସରରେ ଚାରି ଗୋଟି ଚିଠା ପ୍ରସ୍ତାବ ଯଥା ୧) ଓଡିଶାର ବହୁ ଗାଁ ପଡୋଶୀ ରାଜ୍ୟ କବଳରେ । ରାଜ୍ୟର ଇଂଚେ ଜାଗା
ଅନ୍ୟରାଜ୍ୟକୁ ଦିଆଯିବ ନାହିଁ, ଏଥିପାଇଁ ସମସ୍ତେ ଏକଜୁଟ୍ ହୋଇ ତା’ର ପ୍ରତିବାଦ କରିବାକୁ ସଂକଳ୍ପ ନେଇଥିଳେ । ୨) ରାଜ୍ୟର
ଶିକ୍ଷାନୀତି ଭୁଷୁଡି ପଡିଛି ଏବଂ ଶିକ୍ଷା ବ୍ୟବସ୍ଥା ବେପାରୀମାନଙ୍କ ହାତକୁ ଚାଲିଯାଇଛି । ଏହି ଶିକ୍ଷାକୁ ମୁକୁଳାଇବା ପାଇଁ ସମସ୍ତେ
ଆନ୍ଦୋଳନକୁ ଓହ୍ଲାଇବାକୁ ସଂକଳ୍ପ ନିଆଯାଇଥିଲା । ୩) ରାଜ୍ୟରେ ଲକ୍ଷ ଲକ୍ଷ ଶିକ୍ଷିତ ବେକାର ଯୁବକ ଯୁବତୀ ଥିଲେ ମଧ୍ୟ ନିଯୁକ୍ତି
ସୁଯୋଗ ନାହିଁ । ଏହା କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଫଳତା ଓ ଅପାରଗତା । ନିଜର ହକ୍ ପାଇଁ ଯୁବ ସମାଜ ଆନ୍ଦୋଳନକୁ
ଓହ୍ଲାଇବାକୁ ନିଷ୍ପତି ହୋଇଥିଲା । ୪) ୧୯୯୦-୯୫ ମସିହା ମଧ୍ୟରେ ଲୁଲୁବାବୁଙ୍କ ସହ କାର୍ଯ୍ୟ କରି ଦଳକୁ ସରକାରକୁ ଆଣିଥିବା
କର୍ମୀମାନେ ଆଜି ଅଣଦେଖା ଅବସ୍ଥାରେ ଅଛନ୍ତି । ସେମାନଙ୍କୁ ଦଳରେ ଉପଯୁକ୍ତ ଦାୟିତ୍ୱ ପ୍ରଦାନ କରିବା ପାଇଁ କେନ୍ଦ୍ରୀୟ ଓ ରାଜ୍ୟ
ନେତୃତ୍ୱଙ୍କୁ ଅନୁରୋଧ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା । ଶେଷରେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ
ସଭାପତି ହିମାଂଶୁ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦୀପକ କୁମାର ସାହୁ, ସରୋଜ ପରିଡା ଓ ଦେବଦତ
ଜେନା ପରିଚାଳନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସାରା ଓଡିଶାର ସମସ୍ତ ଜିଲ୍ଲାରୁ ସର୍ବଶ୍ରୀ ଗୌରୀ ପ୍ରସାଦ ନନ୍ଦ, ବିକ୍ରମ ପଣ୍ଡା, ମନୋଜ କୁମାର ସାହୁ,
ନିର୍ମଳ ପଣ୍ଡା, ବିଦେଶୀ ରାଜ, ପ୍ରକାଶ ମହାନ୍ତି, ରାକେଶ ସିଂ, ନିରଞ୍ଜନ ଦାସ, ସଂଜୟ ରାଉତ, ପ୍ରଦୀପ ପ୍ରଧାନ, ଧରିତ୍ରୀ ଜେନା,
ଭରତଚନ୍ଦ୍ର ପରିଡା, କିଷାନ ପଣ୍ଡା, ସୁରେଶ ସାହାଣୀ, ସଂଜୟ ରାୟ, ସୁଦୀପ ସାମଲ, ରଶ୍ମିରଂଜନ ପାଢ଼ୀ, କୀର୍ତନାନନ୍ଦ ଦାସ,
ଚଣ୍ଡିଆ ପଶାୟତ, ହେମନ୍ତ ବିଶ୍ୱାଳ, ଦକ୍ଷିଣା ମହାନ୍ତ, ବିମାନ ଚନ୍ଦ୍ର ସାହୁ, ସତ୍ୟସ୍ମିତ ମହାନ୍ତି, ବିଶ୍ୱଜିତ୍ ସ୍ୱାଇଁ, ବିନୋଦ ବିହାରୀ
ପାଣି, ଅର୍ଜିତ ଘୋଷାଲ, ମଳୟ ଦାସ, ଆଲୋକ ଖୁଂଟିଆ, ଦିଲ୍ଲୀପ କୁମାର ସ୍ୱାଇଁ, ଗୋକୁଳି ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking