28.1 C
Bhubaneswar
Friday, April 26, 2024
Homeରାଜନୀତିଜନସାଧାରଣଙ୍କ ସମସ୍ୟା ପାଇଁ ବିଜେପି ସର୍ବଦା ଲଢେ଼ଇ କରିବ: ବାବୁ ସିଂ

ଜନସାଧାରଣଙ୍କ ସମସ୍ୟା ପାଇଁ ବିଜେପି ସର୍ବଦା ଲଢେ଼ଇ କରିବ: ବାବୁ ସିଂ

ଭୂବନେଶ୍ୱର, ତା.୦୨/୦୪: ସୁନ୍ଦରପଦା-ଜଟଣୀ ମୁଖ୍ୟରାସ୍ତା ଦୀପତଳ ଅନ୍ଧାର ପରି ଅବହେଳିତ ଥିବାରୁ ରାସ୍ତାର ସଂପ୍ରସାରଣ ସହ ମରାମତି ଏବଂ ଟ୍ରାଫିକ ନିୟନ୍ତ୍ରଣ ନିମନ୍ତେ ଏକାମ୍ର ଜଟଣୀ ବିଜେପି ପକ୍ଷରୁ ମିଳିତ ଧାରଣା ଦିଆଯାଇଥିଲା । ବ୍ୟବସାୟିକ ପେଣ୍ଠସ୍ଥଳୀ ଜଟଣୀକୁ ଏକାମ୍ର ନିର୍ବାଚନ ମଣ୍ଡଳୀର ସୁନ୍ଦରପଦା ଦେଇ ଯାଇଥିବା ରାସ୍ତାରେ ଦିନକୁ ହଜାର ହଜାର ଲୋକଙ୍କ ଯିବାଆସିବା ହେଉଥିବା ବେଳେ ରାସ୍ତାଟି ଅଣଓସାରିଆ ସହ ଖାଲ ଢ଼ିପ ଥିବାରୁ ପ୍ରତ୍ୟହ ଦୁର୍ଘଟଣା ଘଟି ଲୋକମାନେ ନାହିଁ ନଥିବା ହଇରାଣ ହେଉଥିବାରୁ ଆଜି ଏକାମ୍ର ବିଜେପି ତରଫରୁ ଭୁବନେଶ୍ୱର ଜିଲ୍ଲା ସଭାପତି ତଥା ଏକାମ୍ର ବିଧାୟକ ପ୍ରାର୍ଥୀ ବାବୁ ସିଂ ଙ୍କ ସହ ଜଟଣୀ ବିଜେପି ପକ୍ଷରୁ ମିଳିତ ଭାବେ ଧାରଣା ଦିଆଯାଇଥିଲା ।
ସୁନ୍ଦରପଦା-ଜଟଣୀ ୧୫ମିନିଟର ରାସ୍ତାକୁ ଲାଗୁଛି ୧ଘଣ୍ଟା, ତେଣୁ ସରକାର ଏଥିପ୍ରତି ଯଦିଧ୍ୟାନ  ନଦିଅନ୍ତି ତେବେ ଆଗାମି ଦିନରେ ଏହି ଆନ୍ଦୋଳନ ଆହୁରି ତୀବ୍ରତର ହେବ ଵୋଲି ଭୁବନେଶ୍ୱର ବିଜେପି ଜିଲ୍ଲା ସଭାପତି ବାବୁସିଂ ଚେତାବନୀ ଦେଇଛନ୍ତି। ଏଥିରେ ଜଟଣୀ ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ୱରଞ୍ଜନ ବଡ଼ଜେନା,ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ମନୋଜ କିଶୋର ନନ୍ଦ ,ଲିଙ୍ଗରାଜ ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ଜଗନ୍ନାଥ ବେହେରା, ଦାମଦୋର ବେହେରା, ଅମର ଜ୍ଵତିଜଗଦେଵ,ଫିରୋଜ ଖାନ,ରାଜ୍ୟ କୃଷକ ମୋର୍ଚ୍ଚାର ସଂଯୋଜକ ସୁନୀଲ ପ୍ରଧାନ,ରାଜ୍ୟସମ୍ପାଦକ ମନୋଜ ପଶ୍ଚିମକବାଟ, ରଶ୍ମିରଞ୍ଜନ ମହାପାତ୍ର, ଯୁବ ମୋର୍ଚ୍ଚା ମିଡ଼ିଆ ସଂଯୋଜକ ସୁଜିତ ସାହୁ, ବିଜେପି ମହିଳା ମୋର୍ଚ୍ଚାର  ତୃପ୍ତିମୟୀ ମକଦ୍ଦମ,ସବିତା ପଟ୍ଟନାୟକ, ବନ୍ଦନା କାନୁନଗୋ ଙ୍କ ସହ ଏକାମ୍ର ଓ ଜଟଣୀ ବିଜେପିର ସମସ୍ତ ବିଜେପି କାର‌୍ୟ୍ୟକର୍ତ୍ତା  ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking