42.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶପର୍ଯ୍ୟଟକଙ୍କ ପସନ୍ଦର ସ୍ଥାନ 'ଦୁବାଇ' ବିଷୟରେ କିଛି ଅଜଣା ତଥ୍ୟ

ପର୍ଯ୍ୟଟକଙ୍କ ପସନ୍ଦର ସ୍ଥାନ ‘ଦୁବାଇ’ ବିଷୟରେ କିଛି ଅଜଣା ତଥ୍ୟ

ଦୁବାଇ: ସାଧାରଣତ ଦୁବାଇ କଥା ଶୁଣିଲେ ମନକୁ ଦୁଇଟି କଥା ଆସେ । ପ୍ରଥମଟି ହେଲା ସେଠାରେ ଥିବା ଉଚ୍ଚ ଅଟାଳିିକା ଏବଂ ବାସ କରୁଥିବା ଧନୀ ଲୋକଙ୍କ ଲାଇଫ ଷ୍ଟାଇଲ । ତେବେ କେବଳ ଏହା ଉପରେ ଦୁବାଇ ସୀମିତ ନୁହେଁ । ବରଂ ସେଠାକାର ଚକାଚକ ଭରା ଦୁନିଆକୁ ବାଦ ଦେଲେ କିଛି ଏମିତି କଳା ସତ ରହିଛି, ଯାହାକୁ ଶୁଣିବା ପରେ ଆପଣଙ୍କ ହୋସ ଉଡିଯିବ । ଦୁବାଇ ଭଳି ଦେଶରେ ଏତେ ବଡ ବଡ ଅଟ୍ଟାଳିକା କିପରି ନିର୍ମାଣ ହୋଇଛି । ନିହାତି ଭାବରେ କିଛି କ୍ଷମ ମଧ୍ୟରେ ତ ଏହା ସମ୍ଭବ ନୁହେଁ । ଏଭଳି ଉଚ୍ଚ କୋଠା ନିର୍ମାଣ ପାଇଁ ଭାରତ, ପାକିସ୍ତାନ ଓ ବାଂଲାଦେଶ ଭଳି ଦେଶରୁ ଆସିଥିବା ବ୍ୟକ୍ତିଙ୍କୁ କାମରେ ଲଗାଯାଏ । ଅଧିକ ପଇସା ରୋଜଗାର କରିବା ପାଇଁ ସେମାନେ ନିଜ ଘର, ପରିବାର ଛାଡି ଦୁବାଇରେ ପହଂଚିଯାନ୍ତି । ଯାହାର ଫାଇଦା ସେଠିକାର ଧନି ଲୋକମାନେ ଉଠାନ୍ତି । ଏମିତି କୋଠା ଜଲଦି ଛିଡା କରିବା ପାଇଁ ସେମାନେ ଶ୍ରମିକଙ୍କୁ ୧୪ ଘଣ୍ଟା କାମରେ ଲଗାନ୍ତି । ସେଥିପାଇଁ ଦୁବାଇରେ ଅନେକ ଦୁର୍ଘଟଣାମାନ ଦେଖିବାକୁ ମିଳେ । ହେଲେ ପଇସା ବଳରେ ଏହାକୁ ଚାପିଦିଆଯାଏ । ଏହାକୁ ବାଦ ଦେଲେ ସେହି ଶ୍ରମିକମାନଙ୍କୁ ଯେଉଁଠି ରହିବାକୁ ଦିଆଯାଏ, ତାହା ମଧ୍ୟ ରହିବା ଉପଯୋଗୀ ନଥାଏ । ଯେଉଁଠି ୨ ଜଣ ରହିବା କଥା ସେ ଜାଗାରେ ୧୦ ଜଣଙ୍କୁ ସେମାନେ ରଖିଥାନ୍ତି । ଅନେକ ଏଜେଣ୍ଟମାନଙ୍କ ମାଧ୍ୟମରେ ଦୁବାଇରେ ପହଂଚିଯାନ୍ତି । ଆଉ ସେଠାରେ ପହଂଚିବା ପରେ ମାଲିକ ସେମାନଙ୍କ ପାସପୋର୍ଟ ରଖିଦିଅନ୍ତି । ଯାହା ଫଳରେ ସେ ଦୁବାଇ ଛାଡି କୁଆଡେ ଯାଇପାରିବେ ନାହିଁ । ଫଳସ୍ୱରୂପ ୫/୧୦ ବର୍ଷ ପର୍ଯ୍ୟନ୍ତ ସେମାନଙ୍କୁ ଶ୍ରମିକ ଭଳି କାମରେ ଲଗାଯାଏ ।

ଦୁବାଇର ସୋନାପୁରରେ ହିଁ ସମସ୍ତ ଶ୍ରମିକ ରୁହନ୍ତି । ଗୋଟିଏ ଛୋଟ ଘରେ ସମସ୍ତଙ୍କୁ ରହିବାକୁ ଦିଆଯାଏ । ଖାଇବା ଯଦି କେତେବେଳେ ଠିକ ସମୟରେ ମିଳିଯାଏ , ସେଇଟା ତାଙ୍କ ପାଇଁ ବହୁତ ବଡ କଥା । ସେଠିକାର ଧନୀ ଲୋକମାନେ ଏମିତି ପଇସା କମାନ୍ତି ଯେ, ଖର୍ଚ କେମିତି କରିବେ ଜାଣନ୍ତି ନାହିଁ । ହେଲେ ଶ୍ରମିକଙ୍କୁ ଠିକ ସେ ପଇସା ଦିଅନ୍ତିନି କି ଠିକ ଭାବରେ ସେମାନଙ୍କୁ ଖାଇବା ମିଳେନି । ଦୁବାଇ ସଂପୂର୍ଣ୍ଣ ଭାବରେ ହେଉଛି ମୁସଲମାନ ସହର । ସେଠାରେ ସେମାନଙ୍କ ହିସାବରେ ଆଇନ ଚାଲେ । ସେଠିକାର ଆଇନ ହେଉଛି ଶକ୍ତ । ପୁଅ ଝିଅ ସେଠାରେ ହାତ ଧରାଧରି ହୋଇ ମଧ୍ୟ ଯାଇପାରିବେ ନାହିଁ । ଯଦିଓ ଏହା ଟୁରିଷ୍ଟମାନଙ୍କ ପସନ୍ଦ, କିନ୍ତୁ ସେଠାକୁ ଯାଉଥିବା ପର୍ଯ୍ୟଟକଙ୍କୁ ପୂର୍ବରୁ ସୂଚାଇ ଦିଆଯାଏ ଯେ, ସେମାନେ ମର୍ଯ୍ୟାଦା ଭିତରେ ରହି ଏକ୍ସପ୍ଲୋର କରନ୍ତୁ । ଯଦି ଆପଣ ନିଜ ସୀମା ବାହାରେ କିଛି ଏମିତି କରନ୍ତି, ଯେଉଁଥିରେ ସେମାନଙ୍କ ସଂସ୍କୃତି, ପରମ୍ପରାକୁ ଆଘତ ଲାଗେ, ତେବେ ଆପଣଙ୍କୁ ସେଥିପାଇଁ ଦଣ୍ଡ ବିଧାନ ହୋଇପାରେ । ସେଥିପାଇଁ ଯଦି ଆପଣ ନିଜ ପାର୍ଟନର ସହିତ ଦୁବାଇ ଯିବା କଥା ଚିନ୍ତା କରୁଛନ୍ତି, ତା ପୂର୍ବରୁ ଭଲଭାବରେ ଚିନ୍ତା କରନ୍ତୁ ।

ନିଶା, ଡ୍ରଗ୍ସ ନେଇ ଦୁବାଇ ବହୁତ ଶକ୍ତ । ତେବେ ସେଠାରେ ରାତି ହେବାମାତ୍ରେ ମାହୋଲ ସଂପୂର୍ଣ୍ଣ ଭାବରେ ବଦଳିଯାଏ । କାରଣ ସେଠାରେ ଦେହ ବ୍ୟବସାୟ ଅତିମାତ୍ରାରେ ଚାଲେ । ଆପଣଙ୍କୁ ସେଠାରେ ୩୦ ହଜାରରୁ ଅଧିକ ଝିଅ ଏମିତି ଦେଖିବାକୁ ମିଳିଯିବେ । କାରଣ ସେଠାରେ ସମସ୍ତେ ସିଧା ବିବାହ କରନ୍ତି । କୌଣସି ସଂପର୍କ ସେଠି ନଥାଏ । ପୋଲିସ ଏ ସଂପର୍କରେ ସବୁ ଜାଣି ଚୁପ୍ ରୁହନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking