37.1 C
Bhubaneswar
Thursday, March 28, 2024
Homeଓଡିଶାକିଡନୀ ରୋଗକୁ ନେଇ ଅତା ଲୋକମାନେ ମଧ୍ୟରେ ଛାନିଆ

କିଡନୀ ରୋଗକୁ ନେଇ ଅତା ଲୋକମାନେ ମଧ୍ୟରେ ଛାନିଆ

ଯାଜପୁର: ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ କୀଡୀନି ଜନିତ ରୋଗ ଦିନକୁ ଦିନ କାୟା ବିସ୍ତାର କରୁଛି l.ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ଏହି ରୋଗ ମହାମାରୀ ରୂପ ନେଉଛି ଜିଲ୍ଲାର ସର୍ବl ଧିକ -କୀଡୀନି ରୋଗୀ ସୁକିନ୍ଦା ରେ ଦେଖିବାକୁ ମିଳୁଛି । ଏହି ରୋଗ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି ଶିଳ୍ପାୟନ ପ୍ରଦ୍ୟୁଷଣ ଓ ଲୋହ କ୍ରୋମାଇଟ ମିଶ୍ରିତ ପାଣି ପିଇ ଯୋଗୁ ଏହି ରୋଗ ର ମୂଳ କାରଣବୋଲି କୁହା ଯାଉଛି l କିଡନୀ ରୋଗକୁ ନେଇ ଭୟବିତ ଅବସ୍ଥା ରେ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ଅତା ପଞ୍ଚାୟତ ଗ୍ରାମର ଲୋକେ , 10 ବର୍ଷ ହେବ କୁମ୍ଭକର୍ଣ ନିଦ୍ରା ରେ ପ୍ରଶାସନ ।,ଗତ 10 ବର୍ଷ ଭିତରେ ପାଖାପାଖି 80 ଜଣ ଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ କିଡନୀ ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ପାଖାପାଖି ପହଞ୍ଚିଲାଣି । ଗ୍ରାମର ଲୋକ ଆଇରନ ଭାଗ ଅଧିକ ଥିବା ପାଣିକୁ ବ୍ୟବହାର କରି କିଡନୀ ରୋଗର ଶିକାର ହେଉଛନ୍ତି ।, 5 ବର୍ଷ ତଳୁ ପ୍ରଶାସନକୁ ଗ୍ରାମବାସୀ ମାନେ ପ୍ରଶାସନକୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସ୍ଥାନୀୟ ପ୍ରଶାସନର ଓ ନେତା ଙ୍କ ଚେତା ପସୁନି ।,ପ୍ରଶାସନ ଓ ବିଧାୟକ ଙ୍କ କାର୍ଯ୍ୟକଳାପକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ଦେଖା ଦେଇଛି । ଦିନକୁ ଦିନ ଅତା ଗ୍ରାମ ରେ କିଡନୀ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ରୁ ଆଖପାଖ ଗାଁର ଲୋକେ ଅତା ଗ୍ରାମକୁ ଯିବାକୁ ଭୟ କଲେଣି । କେବେ ଏହି ଗାଁରେ ପହଞ୍ଚିବ ପ୍ରଶାସନ ?, ଗୋଟିଏ ପଟେ ରାଜ୍ୟ ସରକାର ରାଜ୍ୟରେ ସ୍ବାସ୍ଥ୍ୟ ବିଭାଗର ବିକାଶକୁ ନେଇ ଡିଣ୍ଡିମ ପିଟୁଥିବା ବେଳେ ଅତା ଗାଁ ରେ ଆଜି ପର୍ଯ୍ୟନ୍ତ ସ୍ୱତନ୍ତ୍ର ଡାକ୍ତରୀ ଦଳ ପହଞ୍ଚିପାରିନଥିବା ଘଟଣା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଛବିକୁ ମଳିନ ପକାଉଛି । କଣ ଗୋଟେ ଗାଁ କିଡନୀ ରୋଗରେ ଶିକାର ହୋଇ ଜନଶୂନ୍ୟ ହେଲା ପରେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ର ଚେତା ପଶିବ କି ? ଦେଖିବାକୁ ବାକି ରହିଲା କେବେ ସରକାରଙ୍କ ଚେତା ପଶୁଛି, ଆଉ କେବେ ଅତା ଗାଁରେ ଡାକ୍ତରୀ ଦଳ ପହଞ୍ଚୁଛି । ରାଜ ନେତା ମାନେ କୀଡୀନି ରୋଗ ନିରାକରଣ ପାଇଁ ମୁଣ୍ଡ ପୁରାଉ ନାହାନ୍ତି l ସମୟ ଆସିବ ସମଗ୍ର ସୁକିନ୍ଦା ଅଞ୍ଚଳ କୀଡୀନି ରୋଗ ଗ୍ରାସ କରିବ ଏବେ ବେଳୁ ସାବଧାନ ପାଇଁ ରାଜ ନେତା ସରକାର ଓ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଧ୍ୟାନ ଦେଲେ ଏହି ରୋଗ ରୁ ଲୋକେ ରକ୍ଷା ପାଇବେ !

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking