24.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶମାଟ୍ରିମୋନି ସାଇଡରୁ ବର ଖୋଜୁଛନ୍ତି କି?; ହୋଇଯାଆନ୍ତୁ ସାବଧାନ!

ମାଟ୍ରିମୋନି ସାଇଡରୁ ବର ଖୋଜୁଛନ୍ତି କି?; ହୋଇଯାଆନ୍ତୁ ସାବଧାନ!

ବେଙ୍ଗାଲୁରୁ: ମାଟ୍ରିମୋନି ସାଇଡରୁ ବର ଖୋଜୁଛନ୍ତି କି ? ଯଦି ଖୋଜୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । ଫେକ ଆଇଡି ଖୋଲି ବିବାହର ପ୍ରଲୋଭନ ଦେଖାଇ ଠକୁଛନ୍ତି ଠକ । ଟଙ୍କା ଠକି ନେଇ ଆଉ ଧରାଛୁଆଁ ଦେଉନାହାନ୍ତି । ଜଣେ କି ଦୁଇ ଜଣ ନୁହଁ ବରଂ ୨୫୦ ଜଣ ମହିଳାଙ୍କୁ ବିବାହର ପ୍ରଲୋଭନ ଦେଖାଇ ପ୍ରତାରଣା କରିଛନ୍ତି ଜଣେ ଯୁବକ । ଏଭଳି ଘଟଣା ଘଟିଛି ବେଙ୍ଗାଲୁରୁରେ । ବିବାହର ପ୍ରତିଶ୍ରୁୃତି ଦେଇ ଠକେଇ ଓ ଟଙ୍କା ଠକି ନେବା ଅଭିଯୋଗରେ ଯୁବକ ଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫ ଯୁବକ ହେଉଛି ରାଜସ୍ଥାନର ନରେଶ ପୁରୀ ଗୋସ୍ୱାମୀ ।

ନରେଶ ପୁରୀ ଗୋସ୍ୱାମୀ ବେଙ୍ଗାଲୁରୁର ଏକ କପଡା ଦୋକାନରେ କାମ କରେ । ସେ ତାର ନାମ ପରିବର୍ତ୍ତନ କରି ପୱନ ଅଗ୍ରୱାଲ ନାମରେ ମାଟ୍ରିମୋନିରେ ଏକ ଆକାଉଣ୍ଟ ଖୋଲିଥିଲା ଓ ନିଜକୁ ଏୟାରପୋର୍ଟରେ ଜଣେ କଷ୍ଟମ ଅଫିସର ବୋଲି ପରିଚୟ ଦେଉଥିଲା । ମାଟ୍ରିମୋନିରେ କୋଏମ୍ବାଟୁରର ଜଣେ ଛାଡପତ୍ର ପାଇଥିବା ମହିଳାଙ୍କ ସହ କଥା ହୋଇଥିଲେ । ଏହାପରେ ବିବାହ ବିଷଯରେ କଥା ହେବାକୁ ତାଙ୍କ ଅଭିଭାବକଙ୍କୁ ଜାନୁଆରୀ ୧୪ ତାରିଖରେ ବେଙ୍ଗାଲୁରୁ ଡକାଇଥିଲା ଠକ । ଏହାପରେ ବେଙ୍ଗାଲୁରୁରେ ଦେଖା କରିବା ପରେ ମହିଳାଙ୍କ ବାପା ଓ ମାଆଙ୍କୁ ପର୍ସ ଆଣିବାକୁ ଭୁଲିଯାଇଥିବା କହି ଟିକେଟ କରିବାକୁ ଟଙ୍କା ମାଗିଥିଲା । ବିଶ୍ୱାସ ଜମାଇବା ପରେ ୧୦ ହଜାର ଟଙ୍କା ଧରି ଘରକୁ ଯିବା ପରେ ଆଉ ଧରାଛୁଆଁ ଦେଇନଥିଲା । ଏନେଇ ମହିଳାଙ୍କ ବାପା ମାଆ ଥାନାରେ ଅଭିଯୋଗ କରିଥିଲେ ।

ରେଲୱେ ପୋଲିସ ଏକ ମମାଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ଏକ ପ୍ରି ଆକ୍ଟିଭ ସିମ କିଣିଥିଲା । ଖବରକାଗଜରେ ମାଟ୍ରିମୋନି ପାଇଁ ଦିଆଯାଇଥିବା ବିଜ୍ଞାପନରେ ମହିଳାଙ୍କ ମୋବାଇଲ ନମ୍ବର ଆଣି ଯୋଗାଯୋଗ କରୁଥିଲା । ପୱନ ଅଗ୍ରୱାଲ ନାମରେ ମାଟ୍ରିମୋନିରେ ଆକାଉଣ୍ଟ ଖୋଲି ନିଜର ନକଲି ବାୟୋଡାଟା ଏବଂ ନକଲି ଫଟୋଗ୍ରାଫ ଦେଇଥିଲା । ସେ ବେଙ୍ଗାଲୁରୁ ବିମାନବନ୍ଦରରେ କଷ୍ଟମ ଅଫିସର ଭାବରେ କାମ କରୁଥିବା ସମସ୍ତଙ୍କୁ କହୁଥିଲା ।୨୫୦ରୁ ଅଧିକ ମହିଳାଙ୍କୁ ଅଭିଯୁକ୍ତ ଜଣଙ୍କ ବିବାହର ପ୍ରଲୋଭନ ଦେଖାଇ ଟଙ୍କା ଠକେଇ କରିଛି । ସେଥିମଧ୍ୟରୁ ରାଜସ୍ଥାନର ୫୬ ଜଣ, ଉତ୍ତରପ୍ରଦେଶର ୩୨ ଜଣ, ଦିଲ୍ଲୀର ୩୨ ଜଣ, କର୍ଣ୍ଣାଟକର ୧୭ ଜଣ, ମଧ୍ୟପ୍ରଦେଶର ୧୬ ଜଣ, ମହାରାଷ୍ଟ୍ରର ୧୩ ଜଣ, ଗୁଜୁରାଟର ୧୧ ଜଣ, ତାମିଲନାଡୁର ୬ ଜଣ, ବିହାରରୁ ୫, ଝାଡଖଣ୍ଡରୁ ୫ ଏବଂ ଆନ୍ଧ୍ରପ୍ରଦେଶର ଦୁଇଜଣ ରହିଛନ୍ତି । ଯେଉଁମାନେ ଠକେଇର ଶିକାର ହୋଇଛନ୍ତି ସେମାନେ ପୋଲିସ ଷ୍ଟେସନରେ ଅଭିଯୋଲ କରିପାରିବେ ବୋଲି ରାଜ୍ୟ ରେଳ ବିଭାଗର ଡିଜିପି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking