32.1 C
Bhubaneswar
Thursday, May 9, 2024
Homeଓଡ଼ିଶା ବିଧାନସଭା ବଜେଟ୍ ଅଧିବେଶନବଜ୍ରପାତ: ୫ ବର୍ଷରେ ଗଲାଣି ୧୪୭୨ ଜୀବନ

ବଜ୍ରପାତ: ୫ ବର୍ଷରେ ଗଲାଣି ୧୪୭୨ ଜୀବନ

ଭୁବନେଶ୍ୱର: ଗତ ୫ ବର୍ଷରେ ବଜ୍ରପାତରେ ଯାଇଛି ୧୪୭୨ ଲୋକଙ୍କ ଜୀବନ। ୧୪୫ ଜଣ ଆହତ ହୋଇଛନ୍ତି। ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଏପରି ଉତ୍ତର ରଖିଛନ୍ତି ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି। ମୃତକଙ୍କ ପରିବାରକୁ ବିପର୍ୟ୍ୟୟ ସହାୟତା ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି, ବଜ୍ରପାତରେ ୪୦% ଅକର୍ମଣ୍ୟ ହୋଇଥିବା ବ୍ୟକ୍ତିଙ୍କୁ ୭୪ ହଜାର ଟଙ୍କା ମିଳୁଛି। ସେହିପରି ୬୦% ଅକର୍ମଣ୍ୟ ହୋଇଥିବା ବ୍ୟକ୍ତିଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କା ଦିଆଯାଉଛି। ଯଦି କୌଣସି ବ୍ୟକ୍ତି ବଜ୍ରପାତରେ ଆହତ ହୋଇ ୭ ଦିନରୁ ଅଧିକ ଦିନ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି, ତାହାହେଲେ ସେମାନଙ୍କୁ ୧୬ ହଜାର ଟଙ୍କା ପ୍ରଦାନ କରାଯାଉଛି। ସପ୍ତାହେରୁ କମ୍‌ ଦିନ ଚିକିତ୍ସା ହେଉଥିଲେ, ୫ ହଜାର ୪୦୦ ଟଙ୍କା ଲେଖାଏଁ ସହାୟତା ଆକାରରେ ପ୍ରଦାନ କରାଯାଉଥିବା ମନ୍ତ୍ରୀ ଉତ୍ତର ରଖିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking