36.1 C
Bhubaneswar
Monday, May 20, 2024
Homeଓଡିଶାବିମାନ ଧକ୍କାରେ ଚାଲିଗଲା ଜୀବନ

ବିମାନ ଧକ୍କାରେ ଚାଲିଗଲା ଜୀବନ

ଭୁବନେଶ୍ୱର: ହଂକଂ ଏୟାରପୋର୍ଟରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଥିଲା । ଏୟାରପୋର୍ଟ ଅଧିକାରୀଙ୍କ ସୂଚନା ମୁତାବକ ଟ୍ରକରୁ ଅଚାନକ ଖସିପଡିବା ପରେ ବିମାନ ସହ ଧକ୍କା ହେବା ଦ୍ୱାରା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ପରିଚୟ ମିଳିନାହିଁ, ତାଙ୍କ ବୟସ ୩୪ ବର୍ଷ ହେବ । ସେ ଜୋର୍ଡାନର ନାଗରିକ ହୋଇଥିବା ବେଳେ ହଂକଂରେ କାମ କରୁଥିଲେ । ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ ମୃତକ ଜଣକ ଚୀନ୍‍ ଏୟାରକ୍ରାଫ୍ଟ ସର୍ଭିସେସ୍‍ରେ ଅଣକୁଶଳୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ ।

ଘଟଣାରେ ପୁଲିସ କହିଛି ଯେ ବ୍ୟକ୍ତି ଜଣଙ୍କ ଟ୍ରକରେ ବସିଥିଲେ । ଅଚାନକ ଟ୍ରକରୁ ଖସିପଡିବା ପରେ ବିମାନରେ ଧକ୍କା ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ବେପରୁଆ ଗାଡି ଚାଳନା ଯୋଗୁ ଟ୍ରକ ଡ୍ରାଇଭରଙ୍କୁ ଗିରଫ କରାଯାଇଛି । ପୁଲିସ କହିଛି ଯେ ଜଣେ ୬୦ବର୍ଷର ବ୍ୟକ୍ତି ଏୟାରପୋର୍ଟରେ ଟ୍ରକ ଚଲାଉଥିଲେ । ତାଙ୍କ ବେପରୁଆ ଗାଡି ଚାଳନା ଯୋଗୁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାରୁ ଡ୍ରାଇଭରଙ୍କୁ ଗିରଫ କରି ପଚରାଉଚରା କରାଯାଉଛି । ପୁଲିସ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking