33.1 C
Bhubaneswar
Monday, May 20, 2024
Homeଓଡିଶାଆଜି ଓଡିଶାରେ ଭାରତ ଯୋଡ ନ୍ୟାୟ ଯାତ୍ରାର ଶେଷ ଦିନ

ଆଜି ଓଡିଶାରେ ଭାରତ ଯୋଡ ନ୍ୟାୟ ଯାତ୍ରାର ଶେଷ ଦିନ

ଝାରସୁଗୁଡା: ଓଡିଶାରେ ତୃତୀୟ ଦିନରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା । ଗୁରୁବାର ଝାରସୁଗୁଡାରେ ଭାରତ ଯୋଡ ନ୍ୟାୟ ଯାତ୍ରା ଆରମ୍ଭ ହୋଇଛି । ପୁରୁଣା ବସ ଷ୍ଟାଣ୍ଡ ସ୍ଥିତ ଗାନ୍ଧି ମୂର୍ତ୍ତି ଛକଠାରୁ ଏହି ଯାତ୍ରା ଆରମ୍ଭ ହୋଇଥିବାବେଳେ ୧.୭ କିଲୋମିଟର ଅତିକ୍ରମ କରିବା ପରେ କିଷାନ ଛକରେ ଶେଷ ହେବ । ସେଠାରେ ରାହୁଲ ଗାନ୍ଧୀ ଏକ ଜନସାଧାରଣଙ୍କୁ ସମ୍ବୋଧନ କରିବାର କାର୍ୟ୍ୟକ୍ରମ ରହିଛି । ୪୯ ନମ୍ବର ଜାତୀୟ ରାଜପଥ ଦେଇ ମଧ୍ୟାହ୍ନ ୧୨ଟାରେ ଲଖନ ଖନପୁର ବ୍ଲକ ଗୋବିନ୍ଦପୁରରେ ପହଞ୍ଚିବ ଏହି ଯାତ୍ରା । ସେଠାରେ ରାହୁଲ ଗାନ୍ଧୀ କିଛି ସମୟ ପାଇଁ ବିଶ୍ରାମ ନେବେ ବୋଲି ସୂଚନା ରହିଛି ।

ଦୁଇ ଦିନ ଧରି ସୁନ୍ଦରଗଡରେ ଭାରତ ଯୋଡ ନ୍ୟାୟ ଯାତ୍ରା ଚାଲିଥିଲା । ବୁଧବାର ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ଝାରସୁଗୁଡ଼ା ଆମଲିପାଲି ପଡିଆରେ ପହଞ୍ଚି ଅସ୍ଥାୟୀ କ୍ୟାମ୍ପରେ ପହଞ୍ଚି ରାତ୍ରୀ ଯାପନ କରିଥିଲେ ରାହୁଲ ଗାନ୍ଧୀ ଓ କଂଗ୍ରେସ କର୍ମୀ । ଆଜି ସକାଳୁ ଝାରସୁଗୁଡାର ପୁରୁଣା ବସ୍‌ଷ୍ଟାଣ୍ଡ ଛକରୁ ପୁଣି ଆରମ୍ଭ ହୋଇଛି ଯାତ୍ରା । ଏହା ବେହେରାମାଲ ଦେଇ ଅତିକ୍ରମ କରିବା ପରେ କିଷାନ ଛକରେ ଶେଷ ହେବ । ସେଠାରେ ଏକ ଜନସାଧାରଣ ସଭାକୁ ରାହୁଲ ସମ୍ବୋଧନ କରିବାର କାର୍ୟ୍ୟକ୍ରମ ରହିଛି । ଏହାପରେ ୪୯ ନମ୍ବର ଜାତୀୟ ରାଜପଥ ଦେଇ ମଧ୍ୟାହ୍ନ ୧୨ଟାରେ ଲଖନପୁର ବ୍ଲକ ଗୋବିନ୍ଦପୁରରେ ପହଞ୍ଚିବା ପରେ ସେଠାରେ ବିଶ୍ରାମ ନେବେ ରାହୁଲ ଗାନ୍ଧୀ ଓ କଂଗ୍ରେସ କର୍ମୀ । ପରେ ଝାରସୁଗୁଡ଼ାର କନକତୋରା ଦେଇ ଓଡ଼ିଶା-ଛତିଶଗଡ଼ ସୀମା ରେଙ୍ଗାଲପାଲି ଠାରେ ପହଞ୍ଚି ଛତିଶଗଡ଼ ଅଭିମୁଖେ ଯାତ୍ରା ଆରମ୍ଭ କରିବେ ରାହୁଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking