30.1 C
Bhubaneswar
Thursday, May 9, 2024
Homeଓଡ଼ିଶା ବିଧାନସଭା ବଜେଟ୍ ଅଧିବେଶନପ୍ରାୟ ୯୦ହଜାର କୋଟି ଟଙ୍କାର ଅନ୍ତରୀଣ ବଜେଟ୍ ‌ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ

ପ୍ରାୟ ୯୦ହଜାର କୋଟି ଟଙ୍କାର ଅନ୍ତରୀଣ ବଜେଟ୍ ‌ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ

ଭୁବନେଶ୍ବର: ଆଜି ବିଧାନସଭା ବଜେଟ ଅଧିବେଶନର ଚତୁର୍ଥ ଦିନ । ଆଜି ବିଧାନସଭାରେ ଉପସ୍ଥାପନ ହେବ କାମଚଳା ବଜେଟ୍ । ସଂଧ୍ୟା ୫ଟା ରେ କାମଚଳା ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଏହାସହ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଆଗାମୀ ୪ମାସ ପାଇଁ ପ୍ରାୟ ୯୦ହଜାର କୋଟି ଟଙ୍କାର ଅନ୍ତରୀଣ ବଜେଟ୍ ‌ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି।

ଆସନ୍ତାକାଲି ଅର୍ଥ ମନ୍ତ୍ରୀ ଶ୍ରୀ ଆରୁଖ ଆସନ୍ତା ଆର୍ଥିକ ବର୍ଷ ପାଇଁ ପ୍ରାୟ ୨ଲକ୍ଷ ୬୦ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିବେ। ଏଥିରୁ ଅନ୍ତରୀଣ ବଜେଟ୍‌ (ପ୍ରାୟ ୯୦ହଜାର କୋଟି ଟଙ୍କା)କୁ ପାରିତ କରିବାକୁ ପ୍ରସ୍ତାବ ରଖିବେ ବୋଲି ଜଣାପଡ଼ିଛି। ଏହି ବଜେଟ୍‌କୁ ଗତ ୩ତାରିଖରେ ମନ୍ତ୍ରୀ ପରିଷଦ ଅନୁମୋଦନ କରିଛି।

ରାଜ୍ୟ ସରକାର ଏହି ବଜେଟ୍‌ରେ ମୁଖ୍ୟତଃ କୃଷି, ସ୍ବାସ୍ଥ୍ୟ, ଶିକ୍ଷା, ଜଳସେଚନ, ମିସନ୍ ଶକ୍ତିଙ୍କୁ ସହାୟତା ଓ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରକୁ ଗୁରୁତ୍ବ ଦେବେ। ରାଜ୍ୟ ସରକାର ଘୋଷଣା କରିଥିବା ମେଟ୍ରୋ ପ୍ରକଳ୍ପ ସମେତ ବିଭିନ୍ନ ପ୍ରକଳ୍ପ ପାଇଁ ବଜେଟ୍‌ରେ ଅର୍ଥ ବ୍ୟବସ୍ଥା ରହିବ। ସେହିପରି ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବାବେଳେ ଯେପରି ବିକାଶମୂଳକ କାର୍ୟ୍ୟ ଜାରି ରହିବ, ସରକାରୀ କର୍ମଚାରୀଙ୍କ ବେତନ, ପେନସନ୍ ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚରେ କୌଣସି ସମସ୍ୟା ହେବନି ସେନେଇ ବଜେଟ୍‌ରେ ବ୍ୟବସ୍ଥା କରାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking