37.1 C
Bhubaneswar
Monday, May 20, 2024
Homeଓଡିଶାପାଗଳ କୁକୁର କାମୁଡ଼ାରେ ଜେଜେମା ଏବଂ ନାତି ଗୁରୁତର

ପାଗଳ କୁକୁର କାମୁଡ଼ାରେ ଜେଜେମା ଏବଂ ନାତି ଗୁରୁତର

କଲମପୁର: ଗୁରୁବାର ସକାଳୁ ବନ୍ଧକନାରେ ଅଭାବନୀୟ ଘଟଣା ଘଟିଛି। ଜନୈକ ବ୍ୟକ୍ତିଙ୍କର ଘର ଭିତରେ ଏକ ପାଗଳ କୁକୁର ପଶିଯାଇ ଘର ଭିତରେ ଥିବା ଜଣେ ବୃଦ୍ଧାଙ୍କ ସମେତ ଅଢେଇ ବର୍ଷିୟ ଶିଶୁକୁ କାମୁଡି ରକ୍ତାକ୍ତ କରିବା ଭଳି ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ସୂଚନା ଅନୁସାରେ ବନ୍ଧକନା ଗାଁର ୫୫ ବର୍ଷିୟ ନିଲାବତୀ ବାଗ ଏବଂ ତାଙ୍କ ଅଢେଇ ବର୍ଷିୟ ନାତି ଆରବ ଘର ଭିତରେ ରହିଥିଲେ। ପରିବାରର ଅନ୍ୟ ସମସ୍ତେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ଥିଲେ ।

ଏହି ସମୟରେ ଏକ ପାଗଳ କୁକୁର ଘର ଭିତରକୁ ପଶିଯାଇ ଉଭୟ ଜେଜେମା ଏବଂ ନାତି କୁ କାମୁଡି ରକ୍ତାକ୍ତ କରିଥିଲା। ଉଭୟଙ୍କ ଚିତ୍କାର ଶୁଣି ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଅଧିକ ଚିକିତ୍ସା ଆବଶ୍ୟକ ଯୋଗୁଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking