26.1 C
Bhubaneswar
Friday, May 10, 2024
Homeଓଡିଶା୫ ପରେ ନିସ୍ତାର, ବରଷିପାରେ ଉପକୂଳ

୫ ପରେ ନିସ୍ତାର, ବରଷିପାରେ ଉପକୂଳ

ଭୁବନେଶ୍ୱର: ଟାଣ ଖରାରୁ ମିଳିବ ନିସ୍ତାର । ବରଷିପାରେ ଉପକୂଳ ଅଞ୍ଚଳ । ଆସନ୍ତା ମାସରୁ ପାଣିପାଗ ବଦଳିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୪ ତାରିଖ ରାତି କିମ୍ବା ୫ ତାରିଖ ସୁଦ୍ଧା ଟାଣ ଖରାରେ ପରିବର୍ତ୍ତନ ହୋଇ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାଣ ସମ୍ଭାବନା ରହିଛି । ଆଇଏମ୍‌ଡିର ବରିଷ୍ଠ ବୈଜ୍ଞାନିକ ଆର୍‌କେ ଜେନାମଣି ଏହି ସୂଚନା ଦେଇଛନ୍ତି । ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତା’ର ଆଖାପାଖ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ପରିଲକ୍ଷିତ ହୋଇଛି । ଏହାର ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ । ସେହିପରି ଲଘୁଚାପ ବଳୟ ସୃଷ୍ଟି ହେବାର ଆହୁରି ୨୪ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହେବ ବୋଲି ଶ୍ରୀ ଜେନାମଣି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
ଅପରପକ୍ଷେ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ପାରା ୪୦ରୁ ଊର୍ଦ୍ଧ୍ୱ ରହୁଥିବା ବେଳେ କେବଳ ପଶ୍ଚିମା ପବନ ପ୍ରବାହିତ ଯୋଗୁ ତାତି ବଢ଼ୁଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ଜଙ୍ଗଲହୀନ ଅଞ୍ଚଳରେ ତଥା ସହରାଞ୍ଚଳରେ ମାତ୍ରାଧିକ ତାପମାତ୍ରା ଅନୁଭୂତ ହେଉଛି । ଏଥିଯୋଗୁ ଦିନ ୧୧ଟା ପରେ ଏବଂ ଅପରାହ୍ଣ ୩ଟା ପୂର୍ବରୁ ଘରୁ ନବାହାରିକା ପାଇଁ ଏସ୍‌ଆର୍‌ସି ପରାମର୍ଶ ଦେଇଛନ୍ତି । ଅତ୍ୟଧିକ ଜରୁରୀ କାର୍ଯ୍ୟ ନଥିଲେ ଘରୁ ନବାହାରିବା ପାଇଁ କୁହାଯାଇଥିବା ବେଳେ ଯଦି ବାହାରୁଛନ୍ତି ସାଙ୍ଗରେ ପାଣି ବୋତଲ କିମ୍ବା ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଜରୁରୀ ସାମଗ୍ରୀ ସାଥିରେ ନେଇ ଆସିବା ପାଇଁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking