41.1 C
Bhubaneswar
Sunday, April 28, 2024
Homeଓଡିଶାଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀଙ୍କୁ ରାଜ୍ୟ ଶିକ୍ଷା ମନ୍ତ୍ରୀଙ୍କ ଚିଠି

ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀଙ୍କୁ ରାଜ୍ୟ ଶିକ୍ଷା ମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର : ଝାଡ଼ଖଣ୍ଡରେ ଓଡ଼ିଆ ଭାଷାରେ ଶିକ୍ଷାଦାନ ବାତିଲ ପ୍ରସଙ୍ଗ । ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଝାଡ଼ଖଣ୍ଡ ପ୍ରାଥମିକ ଶିକ୍ଷକଙ୍କ ତାଲିମ ପାଠ୍ୟକମ୍ରରେ ଓଡ଼ିଆ ରଖିବାକୁ ଅନୁରୋଧ କରିଛନ୍ତି ମନ୍ତ୍ରୀ । ଓଡ଼ିଆ ଭାଷା ବାତିଲ୍ ନେଇ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶଙ୍କ ପ୍ରତିକ୍ରିକ୍ରିୟା । ଓଡ଼ିଆ ଭାଷାକୁ ଝାଡ଼ଖଣ୍ଡରେ ସମୂର୍ଣ୍ଣ ଭାବେ ବନ୍ଦ କରାଯାଇ ନାହିଁ ।

ଝାଡ଼ଖଣ୍ଡରେ ଓନିଆ ଭାଷାକୁ ଦ୍ୱିତୀୟ ଭାଷାର ମାନୃତା ଦିଆଯାଇଛି । ସେପ୍ଟେମ୍ବର ୨୦ରେ ଝାଡ଼ଖଣ୍ଡ ସରକାର ଶିକ୍ଷକ ତାଲିମ ନୋଟିଫିକେସନ କରିଥିଲେ । ଶିକ୍ଷକଙ୍କ ତାଲିମ ନୋଟିଫିକେସନ ଓଡ଼ିଆ ଶିକ୍ଷକଙ୍କ ବିଷୟରେ କିଛି ନଥିଲା । ଉତ୍କଳ ସମ୍ମିଳନୀ ମାଧ୍ୟମରେ ଆମେ ପଡ଼ୋଶୀ ରାଜ୍ୟକୁ ୧୬୦ ଶିକ୍ଷକ ଦେଇଛୁ । ପତିବର୍ଷ ପଡ଼ୋଶୀ ରାଜ୍ୟକୁ ଓଡ଼ିଆ ପାଠ୍ୟକ୍ରମର ବହି ମଧ୍ୟ ପଠାଉଛୁ । ଦୀର୍ଘଦିନ ଧରି ପଡ଼ୋଶୀ ରାଜ୍ୟଙ୍କ ସହ ଆମର ସୁସମ୍ପର୍କ ଅଛି ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି ।

ଆନ୍ଧ୍ର ସୀମାବର୍ତ୍ତୀ ଜିଲ୍ଲାରେ ପିଲାଙ୍କୁ ଓଡ଼ିଆ ବହି ନମିଳିବା ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଉତ୍କଳ ସମ୍ମିଳନୀ ଜରିଆରେ ଓଡ଼ିଆ ଶିକ୍ଷକ ଓ ପିଲାଙ୍କୁ ବହି ଯୋଗାଉଛୁ ବୋଲି ମନ୍ତ୍ରୀ କହିଛନ୍ତି । ଏହା ସହ ସେ କହିଛନ୍ତି ଯେ, ‘ପ୍ରତିବର୍ଷ ଆବଶ୍ୟକ ଅନୁଯାୟୀ ସ୍କୁଲକୁ ବହି ଯୋଗାଇ ଦିଆଯାଉଛି । ନିକଟରେ ଆନ୍ଧ୍ରର ଏକ ଟିମ୍ ଆସି ଆଲୋଚନା କରିଥିଲେ । ବିଧାନସଭା କମିଟି ମଧ୍ୟ ଯାଇ ସ୍ଥିତି ପରଖିଥିଲା । ହୁଏତ ଚଳିତବର୍ଷ ବହି ପହଞ୍ଚି ନଥିବ, ଯାହାର ଆମେ ତଦାରଖ କରୁଛୁ।’ ଯଦି ସେମିତି ହୋଇଥାଏ, ତେବେ ନିହାତି ବହି ଯୋଗାଇ ଦେବୁ ବୋଲି ମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking