34.1 C
Bhubaneswar
Thursday, May 9, 2024
Homeଜନ୍ମାଷ୍ଟମୀ-୨୦୨୩ଆସନ୍ତୁ ଜାଣିବା କଣ ରହିଛି ଜନ୍ମାଷ୍ଟମୀର ଅର୍ଥ ଏବଂ ମହତ୍ତ୍ୱ ?

ଆସନ୍ତୁ ଜାଣିବା କଣ ରହିଛି ଜନ୍ମାଷ୍ଟମୀର ଅର୍ଥ ଏବଂ ମହତ୍ତ୍ୱ ?

ବ୍ୟୁରୋ : ଓଡ଼ିଶାର ପୁରପଲ୍ଲୀରେ ଏହି ଉତ୍ସବ ମହା ସମାରୋହରେ ପାଳନ କରାଯାଏ । ଏହିଦିନ ଲୋକେ ଉପବାସ ରଖିଥାନ୍ତି, ଓ ରାତ୍ରି ୧୨ ଘଟିକାକୁ କୃଷ୍ଣଜନ୍ମ ଉତ୍ସବ ପାଳନ କରିସାରି ଉପବାସ ଭାଙ୍ଗିଥାନ୍ତି। ଏହିଦିନ ଗାଁର ଭାଗବତ ଟୁଙ୍ଗୀମାନଙ୍କରେ ଅଥବା କାହାରି ଘର ବା ମଠ ମନ୍ଦିରରେ ହରିବଂଶ ପୁରାଣ ପାଠ କରାଯାଏ । ହରିବଂଶ ପୁରାଣ ଅତି ଦୀର୍ଘ ହୋଇଥିବାରୁ କେଉଁଠି କେଉଁଠି ଖଣ୍ଡିକିଆ ହରିବଂଶ ପଢ଼ିଥାନ୍ତି । ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣୀମାନଙ୍କ ଭିତରେ ଜନ୍ମାଷ୍ଟମୀ ଅନ୍ୟତମ। ଓଡ଼ିଶାରେ ବୈଷ୍ଣବ ମତବାଦର ବହୁଳ ପ୍ରଭାବ ରହିଥିବାରୁ ଏହି ପର୍ବ ଓଡ଼ିଆ ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି । ଲୋକମାନେ ମଧ୍ୟ ଜନ୍ମାଷ୍ଟମୀ ବ୍ରତ ବହି ପାଠ କରିଥାନ୍ତି ଜନ୍ମାଷ୍ଟମୀର ପରବର୍ତ୍ତୀ ଦିନ ନନ୍ଦୋତ୍ସବ ପାଳନ କରାଯାଏ। ନନ୍ଦରାଜ ଓ ଯଶୋଦାରାଣୀଙ୍କ ଆନନ୍ଦକୁ ମନେ ପକାଇବାପାଇଁ ଏହି ଦିନ ଲୋକେ ଗାୟନ କୀର୍ତ୍ତନ କରିଥାନ୍ତି ଓ ନିଜର ଉପବାସ ଭାଙ୍ଗି ବଡ଼ି ସକାଳୁ ମିଷ୍ଟାନ୍ନ ଆଦାନ ପ୍ରଦାନ କରିଥାନ୍ତି ଓ ସେବନ କରିଥାନ୍ତି ।

ଜନ୍ମାଷ୍ଟମୀର ଅର୍ଥ ଏବଂ ମହତ୍ତ୍ୱ
• ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଭାଦ୍ରବମାସ କୃଷ୍ଣ ଅଷ୍ଟମୀ ତିଥିରେ ହୋଇଥିବା କାରଣରୁ ଏହାକୁ କୃଷ୍ଣ ଜନ୍ମାଷ୍ଟମୀ ବୋଲି କୁହାଯାଏ ।
• ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ରୋହିଣୀ ନକ୍ଷତ୍ରରେ ହୋଇଥିଲା, ଏଥିପାଇଁ ଜନ୍ମାଷ୍ଟମୀର ନିର୍ଦ୍ଧାରିତ ତିଥି ତଥା ରୋହିଣୀ ନକ୍ଷତ୍ରକୁ ବେଶି ଗୁରୁତ୍ୱ ଦିଆଯାଇଥାଏ ।
• ଏହି ଦିନ ପ୍ରଭୁ ଶ୍ରୀକୃଷ୍ଣଙ୍କର ପୂଜା କରିବା ଦ୍ୱାରା ସନ୍ତାନ ପ୍ରାପ୍ତି, ଆୟୁ ତଥା ସମୃଦ୍ଧି ପ୍ରାପ୍ତି ହୋଇଥାଏ ।
• ଗ୍ରହ ଦୋଷ ଥିଲେ ଏହି ବ୍ରତ ଅତି ନିଷ୍ଠାର ସହ କରିବାଦ୍ୱାରା ସୁଫଳ ମିଳିଥାଏ ।
ଜନ୍ମାଷ୍ଟମୀର ଅନ୍ୟ ଏକ ବିଶେଷତ୍ୱ ମଧ୍ୟ ରହିଛି, ଭଗବାନ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମତିଥିକୁ ବା
‘ଜନ୍ମାଷ୍ଟମୀ’କୁ ‘ବ୍ରତରାଜ’ ବୋଲି କୁହାଯାଏ । ବିଶ୍ୱାସ ରହିଛି, ଏହି ଗୋଟିଏ ଦିନ ବ୍ରତ ରଖିବା ଦ୍ୱାରା ହିଁ ଅନେକ ଓଷାଉପବାସର ଫଳ ମିଳିଥାଏ । ଯଦି ଆପଣ ନିଷ୍ଠାର ସହ ଏହି ବ୍ରତ ପାଳନ କରନ୍ତି ତେବେ ତେବେ ଏହାଦ୍ୱାରା ଆପଣଙ୍କ ସମସ୍ତ ମନସ୍କାମନା ପୁରଣ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking