29.1 C
Bhubaneswar
Tuesday, May 7, 2024
Homeସ୍ୱାସ୍ଥ୍ୟଆସନ୍ତୁ ଜାଣିବା ସ୍ବାସ୍ଥ୍ୟ ପାଇଁ କେତେ ଉପଯୋଗୀ କୋବି ?

ଆସନ୍ତୁ ଜାଣିବା ସ୍ବାସ୍ଥ୍ୟ ପାଇଁ କେତେ ଉପଯୋଗୀ କୋବି ?

ଭୁବନେଶ୍ୱର : ଶୀତଦିନେ ସାଧରଣତଃ କୋବି ବଜାରରେ ବହୁଳ ପରିମାଣରେ ଉପଲବ୍ଧ ହୋଇଥାଏ  । କୋବି ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି । ଆମେ ଏହାକୁ ଅନେକ ଉପାୟରେ ଖାଇଥାଉ  । କେହି ଏହାକୁ ଭାଜି କରି ଖାଇଥାନ୍ତି ତ , କେହି ଏହାକୁ ତରକାରୀ କରି ଖାଆନ୍ତି  । ଆସନ୍ତୁ ଜାଣିବା ଏହା ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପଯୋଗୀ  । ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ଏବଂ ପୌଷ୍ଟିକତାରେ ଭରପୂର ଥାଏ  । ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।ଏହା ଖଣିଜ ପଦାର୍ଥରେ ଭରପୁର ଥାଏ  । ଯାହା ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ ।  ଏବଂ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ । ଏହି ପରିବାରେ ପ୍ରଚୁର ମାତ୍ରାରେ ଫାଇବର ଏବଂ ପାଣି ଥାଏ । ଯେଉଁଥିପାଇଁ ଏହା ମେଦବହୁଳତା ହ୍ରାସ କରିବାରେ ସହାୟକ ହୋଇଥାଏ । ଯଦିଓ ଏଥିରେ ପ୍ରୋଟିନ୍ ପରିମାଣ ନଥାଏ । ଫୁଲକୋବି ହାର୍ଟ ପାଇଁ ଖୁବ୍ ଭଲ ହୋଇଥାଏ । ହାଡକୁ ଶକ୍ତିଶାଳୀ ରଖିବାରେ ଫୁଲକୋବି ଅତ୍ୟନ୍ତ ଉପଯୋଗୀ ହୋଇଥାଏ । କୋବି ମସ୍ତିଷ୍କ କୁ ମଧ୍ୟ ସୁସ୍ଥ ରଖିଥାଏ  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking