35.1 C
Bhubaneswar
Sunday, May 19, 2024
Homeବଲିଉଡଆଶିକ୩ ରେ ମୁଖ୍ୟ ଭୂମିକରେ ନଜର ଆସିବେ ତୃପ୍ତି

ଆଶିକ୩ ରେ ମୁଖ୍ୟ ଭୂମିକରେ ନଜର ଆସିବେ ତୃପ୍ତି

ମୁମ୍ବାଇ: ଆନିମଲ ଫିଲ୍ମ ମାଧ୍ୟମରେ ଚର୍ଚ୍ଚାକୁ ଆସିଥିବା ତୃପ୍ତି ଡିମୋରୀଙ୍କ ହାତରେ ଏକ ବଡ ଫିଲ୍ମ ଲାଗିଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଆଶିକ ୩ରେ କାର୍ତିକ ଆର୍ଯ୍ୟନଙ୍କ ସହ ତୃପ୍ତି ଅଭିନୟ କରିବେ । ଏହି ରୋମାଂଟିକ ଡ୍ରାମା ଫିଲ୍ମକୁ ତୃପ୍ତି ସାଇନ ମଧ୍ୟ କରିଛନ୍ତି । ଆଶିକ ୩ ପାଇଁ ଦୀର୍ଘ ଦିନ ହେବ ମେକର୍ସ ଏକ ନୂଆ ଚେହେରାକୁ ଖୋଜୁଥିଲେ । ଏବେ ଏହି ପ୍ରତୀକ୍ଷାର ଅନ୍ତ ଘଟିଛି । ୧୯୯୦ରେ ରିଲିଜ ହୋଇଥିବା ଆଶିକ ଫିଲ୍ମ ବକ୍ସ ଅଫିସରେ ଝଡ ସୃଷ୍ଟି କରିଥିଲା । ରାହୁଲ ରାୟ ଓ ଅନ୍ନୁ ଅଗ୍ରୱାଲ ରାତାରାତି ଷ୍ଟାର ପାଲଟି ଯାଇଥିଲେ ।୨୦୧୩ରେ ଆଦିତ୍ୟ ରାୟ କାପୁର ଓ ଶ୍ରଦ୍ଧା କାପୁରଙ୍କ ଆଶୀକ ୨ ମଧ୍ୟ ବଡ ହିଟ ସାବ୍ୟସ୍ତ ହୋଇଥିଲା । ମୋହିତ ସୂରୀ ଏହାର ନିର୍ଦ୍ଦେଶନା ଦେଇଥିଲେ । ଆଶୀକ ଫ୍ରାଂଚାଇଜର ଫିଲ୍ମ ମିଳିବା ମୋ ପାଇଁ ଭାଗ୍ୟର କଥା ବୋଲି ତୃପ୍ତି କହିଛନ୍ତି । କାର୍ତିକ ଓ ତୃପ୍ତିଙ୍କ କମ୍ବିନେଶନ ଫିଲ୍ମକୁ କେତେ ବଡ ହିଟ କରୁଛି ତାହା ସମୟ କହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking