30.1 C
Bhubaneswar
Tuesday, May 28, 2024
Homeସ୍ୱାସ୍ଥ୍ୟଆସନ୍ତୁ ଜାଣିବା ସଦାବାହାର ଫୁଲର ଔଷଧିୟ ଗୁଣ ବିଷୟରେ

ଆସନ୍ତୁ ଜାଣିବା ସଦାବାହାର ଫୁଲର ଔଷଧିୟ ଗୁଣ ବିଷୟରେ

ଭୁବନେଶ୍ଵର : ପାଗ ବଦଳିବା ହେତୁ ଜ୍ଵର, ଥଣ୍ଡା, କାଶ, ସଂକ୍ରମଣ ଭଳି ରୋଗ ବି ଲାଗି ରହିଛି । ଏମିତିରେ ରୋଗରୁ ଇମ୍ୟୁନିଟି ପାୱାର୍ ବା ରୋଗ ପ୍ରତିରୋଧକ କ୍ଷମତା ବି ଦୁ୍ର୍ବଳ ହୋଇ ଯାଇଥାଏ । ତେବେ ଶରୀରରେ ଇମ୍ୟୁନ୍ ପାୱାର୍ କୁ ବଢାଇବା ସହିତ କର୍କଟ, ମଧୁମେହ ଆଦି ରୋଗରୁ ମୁକ୍ତି ପାଇବ ପାଇଁ ସଦାବାହାର ଫୁଲ ଓ ପତ୍ର ରାମବାଣ ସଦୃଶ୍ୟ ହୋଇଥାଏ । ଅଧିକାଂଶ କୋଲଙ୍କ ବାଡିରେ ସଦାବାହାର ଫୁଲ ଦେଖିବାକୁ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଏହାର ଔଷଧିୟ ଗୁଣ ବିଷୟରେ….
ଧଳା ସଦାବାହାର ଫୁଲର ୬ରୁ ୭ଟି ପତ୍ରକୁ ପ୍ରତିଦିନ ସକାଳେ ଖାଲି ପେଟରେ ସେବନ କରିବା ଦ୍ଵାରା ମଧୁମେହ ରୋଗ ଭଲ ହୋଇ ଯାଇଥାଏ । ଶରୀରରେ ମହଜୁଦ ଥିବା ସୁଗାରକୁ କମ୍ କରିବା ପାଇଁ ଅଧ ଗ୍ଲାସ୍ ଗରମ ପାଣିରେ ପାଞ୍ଚଟି ଗୋଲାପୀ ରଙ୍ଗର ସଦାବାହାର ଫୁଲକୁ ୫ ମିନିଟ୍ ପର୍ଯ୍ୟନ୍ତ ଭିଜାଇ ରଖନ୍ତୁ । ଏହାପରେ ଫୁଲକୁ ପାଣିରୁ ବାହାର କରି ସେହି ପାଣିକୁ ପିଇ ଦିଅନ୍ତୁ । ଏହାକୁ ପ୍ରତିଦିନ ପିଇଲେ ଶରୀରରେ ସୁଗାର ମାତ୍ରା କମିଯାଇଥାଏ । କେବଳ ଏତିକି ନୁହେଁ ସଦାବାହାର ଫୁଲ ସାପ ଓ ବିଛା କାମୁଡିବା ଦ୍ଵାରା ଚରି ଯାଉଥିବା ବିଷକୁ ବାହାର କରିବାରେ ସାହାର୍ଯ୍ୟ କରିଥାଏ । ଏହା ବ୍ୟତୀତ ଏହି ପତ୍ର ହିପଥିରିୟା ରୋଗକୁ ବି ଦୂର କରିବା ସହିତ ଉକ୍ତ ରକ୍ତଚାପ ସମସ୍ୟାକୁ ବି ଦୂର କରିଥାଏ । ତ୍ଵଚାରେ ବ୍ରଣ ହୋଇଥିଲେ ସଦାବାହାର ପତ୍ରକୁ କ୍ଷୀର ସହିତ ବାଟି ତାହାର ରସକୁ ସେହି ସ୍ଥାନରେ ଲଗାନ୍ତୁ । ଶୁଖିଯିବା ପରେ ନଖ ଉଷୁମ ଗରମ ପାଣିରେ ମୁହଁ ଧୋଇ ଦିଅନ୍ତୁ । ଏକରି କରିବା ଦ୍ଵାରା ବ୍ରଣ ସମସ୍ୟା ଦୂର ହେବା ସହିତ ଦାଗ ବି ରହେ ନାହିଁ । ସଦାବାହାର ଫୁଲ ଓ ପତ୍ର ସେବନ କରିବା ଦ୍ଵାରା କର୍କଟ ଭଳି ଭୟାନକ ରୋଗରୁ ମୁକ୍ତି ମିଳିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking