38.1 C
Bhubaneswar
Friday, April 26, 2024
Homeଦେଶ ବିଦେଶସୋନିଆ ଗାନ୍ଧୀଙ୍କ ବୟାନ ଉପରେ ରବି ଶଙ୍କର ପ୍ରସାଦ କହିଲେ କିଛି ଏମିତି

ସୋନିଆ ଗାନ୍ଧୀଙ୍କ ବୟାନ ଉପରେ ରବି ଶଙ୍କର ପ୍ରସାଦ କହିଲେ କିଛି ଏମିତି

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକୁ ନେଇ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଗତକାଲି ଦେଇଥିବା ବୟାନ ଉପରେ କେନ୍ଦ୍ର ଆଇନ ମନ୍ତ୍ରୀ ଓଲଟା ପ୍ରହାର କରିଛନ୍ତି । ସେ କହିଛନ୍ତି, ଶାହିନବାଗରେ ହିଂସାକୁ ନେଇ ଯେତେବେଳେ ଲୋକଙ୍କୁ ଉସୁକା ଯାଉଥିଲା, ସେ ସମୟରେ କଂଗ୍ରେସ ନେତା ସେଠାକୁ ଯାଇଥିଲେ । ରବିପ୍ରସାଦ କହିଛନ୍ତି, ସୋନିଆ ଗାନ୍ଧୀ ଆମକୁ ରାଜଧର୍ମ ଶିଖାଇବେ ? ପ୍ରଥମେ ସେ କୁହନ୍ତୁ, ବାଙ୍ଗଲାଦେଶ, ଆଫଗାନିସ୍ତାନ ଓ ପାକିସ୍ତାନ ଏବେ ବିସ୍ତାପିତ ହୋଇ ଅଛନ୍ତି । ଯେଉଁମାନଙ୍କୁ ଯନ୍ତ୍ରଣା ଦିଆଯାଉଛି । ଏହା ହେଉଛି ଆପଣଙ୍କ ଭାବନା । ଯାହା ଆଖି ସାମ୍ନାରେ ଅଛି । ସେମାନେ ସମସ୍ତେ ଚାହୁଁଥିଲେ ନାଗରିକତା ମିଳୁ । ହେଲେ ଏହା କେଉଁ ପ୍ରକାର ରାଜଧର୍ମ ଯାହା ଏବେ ଓଲଟିଗଲା । କଂଗ୍ରେସକୁ ପ୍ରଶ୍ନ ପଚାରିବା ଉଦ୍ଦେଶ୍ୟରେ ମନ୍ତ୍ରୀ କହିଛନ୍ତି ଯେ, ‘ମନମୋହନ ସିଂ ଯାହା ପ୍ରଶ୍ନ କରିଥିଲେ, ତାହା ଭୁଲ । ଇନ୍ଦିରା ଗାନ୍ଧୀ ଓ ରାଜିବ ଗାନ୍ଧୀ ଯାହା କରିଥିଲେ ତାହା ଭୁଲ । ଏହାସହ କଂଗ୍ରେସ ଭାଷଣକୁ ନେଇ ମଧ୍ୟ ସେ କହିଛନ୍ତି, ସୋନିଆ ଗାନ୍ଧୀ ରାମଲୀଲା ମଇଦାନରେ ନିଜ ଟିପ୍ପଣୀକୁ ଦେଖନ୍ତୁ । ସେ କହିଥିଲେ ଏପଟ ସହ ସେପଟରେ ଲଢେଇ ହେବ । ଏହାର ଅର୍ଥ କଣ । ଏହାର ଅର୍ଥ ହେଲା ଯେ, ସାମ୍ବିଧାନିକ ମର୍ଯ୍ୟାଦାରୁ ବିଚ୍ଛେଦ ହେବା । ଏହା କି ପ୍ରକାର ରାଜଧର୍ମ ? ଆମ ଜନତାଙ୍କ ମଧ୍ୟରେ କଣ ପାଇଁ ଉତେଜନା ସୃଷ୍ଟି କଲେ’ ?

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking