31.1 C
Bhubaneswar
Friday, May 10, 2024
Homeଓଡିଶାଗଜପତିରେ ଅଘଟଣ, ଧସିଲା ମାଟି ଅତଡ଼ା

ଗଜପତିରେ ଅଘଟଣ, ଧସିଲା ମାଟି ଅତଡ଼ା

ଗଜପତି : ଗଜପତି ଜିଲ୍ଲାରେ ଅଘଟଣ । ଗଜପତି ଜିଲ୍ଲା ଗୁମ୍ମା ବ୍ଳକରେ ମାଟି ଅତଡ଼ା ଧସି ରାସ୍ତା ଅବରୋଧ । ଯାତାୟତ ଠପ୍‌ । ନାମନଗଡରୁ ଅଜୟଗଡ଼ ମଧ୍ୟରେ ରାସ୍ତାରୁ ମାଟି ଅତଡ଼ା ଧସିବାରୁ ଯାତାୟତ ସମ୍ପୂର୍ଣ୍ଣ ଠପ୍‌ ହୋଇଛି । ଜିଲ୍ଲା ପ୍ରଶାସନ ଓ ରେସ୍‌କ୍ୟୁ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ରାଇପାଙ୍କା ଅଂଚଳର ପାହାଡ଼ ତଳେ ବସବାସ କରୁଥିବା ଗ୍ରାମବାସୀଙ୍କୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି ।

କୌଣସି ଅଘଟଣକୁ ଏଡ଼ାଇବା ପାଇଁ ପ୍ରଶାସନର ନିର୍ଦ୍ଦେଶକ୍ରମେ ରାଇପାଙ୍କା ପଞ୍ଚାୟତର ରାଇପଙ୍କା ଗାଁ ସମେତ କଡ଼କଡ଼ମା, ମାନ୍ଦ୍ରାବାଜୁ ଗାଁର ପ୍ରାୟ ୫୦ ପରିବାରକୁ ସ୍ଥାନାନ୍ତର କରାଯାଉଛି । ସେମାନଙ୍କୁ ଆଶ୍ରୟ ସ୍ଥଳୀରେ ରଖାଯାଉଛି । ସେହିଭଳି ବାତ୍ୟା ଗୁଲାବକୁ ନେଇ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ କନିଷି ଠାରୁ ଗୋପାଳପୁର ମଧ୍ୟରେ ଥିବା ଦୁର୍ବଳ ଗଛ ଗୁଡିକ ଡାଳ କାଟି ସଫା କରାଯାଉଛି । ଯେଉଁ ଗଛର ଡାଳ ବିଦ୍ୟୁତ ତାର ନିକଟରେ ରହିଛି କିମ୍ବା ଡାଳ ଭାଂଗି ରାସ୍ତା ଅବରୋଧ ସମ୍ଭାବନା ରହିଛି ସେଗୁଡିକୁ କାଟି ସଫା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking