29.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଲଖୀମପୁର ହିସାଂ: ୟୁପି ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ଲଖୀମପୁର ହିସାଂ: ୟୁପି ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲଖୀମପୁର ଖେରିରେ କୃଷକଙ୍କ ଉପରେ ଗାଡି ଚଢାଇଦେବା ଘଟଣାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଏହି ମାମଲାରେ ସୁପ୍ରିମକୋର୍ଟ ଆଜି ୟୁପି ସରକାରଙ୍କ ଠାରୁ ଷ୍ଟାଟସ ରିପୋର୍ଟ ମାଗିଛନ୍ତି । ଶୁଣାଣୀ ମଧ୍ୟରେ ଚିଫ ଜଷ୍ଟିସ ଏନବି ରମଣା କହିଥିଲେ କି ସରକାର କୁହନ୍ତୁ ଯେ, ହିଂସାରେ କେଉଁ କେଉଁମାନଙ୍କର ମୃତ୍ୟୁ ହୋଇଛି । ଏହି ମାମଲାରେ ସୁପ୍ରିମକୋର୍ଟରେ କାଲି ବି ଶୁଣାଣି ଜାରି ରହିବ ।
ସେ ଆହୁରି ମଧ୍ୟ କହିଥିଲେ, ଏହି ମାମଲାରେ ଦୁଇଜଣ ଓକିଲ ମୋତେ ଚିଠି ଲେଖିଥିଲେ । ତାଙ୍କ ନାମ ଶିବକୁମାର ତ୍ରିପାଠୀ ଓ ସିଏସ ପଣ୍ଡା । ଶୁଣାଣି ସମୟରେ ଓକିଲ ସୁପ୍ରିମକୋର୍ଟଙ୍କଠାରୁ  ସମସ୍ତ ମୃତ ୮ଜଣଙ୍କ ଉପରେ ରିପୋର୍ଟ ନେବା ପାଇଁ ଅନୁରୋଧ କରିଥିଲେ । ଯାହା ଉପରେ ପ୍ରଧାନ ବିଚାରପତି କହିଥିଲେ, ସେ ସବୁ ଶୁଣିବା ପରେ ଆଦେଶ ଦେବେ । ଓକିଲ ଶିବକୁମାର ତ୍ରିପାଠୀ କହିଥିଲେ, ପ୍ରଶାସନର ଦାୟିତ୍ୱହୀନତା ପାଇଁ କୃଷକଙ୍କ ମୃତ୍ୟୁ ହୋଇଛି । ଆମେ ଅନୁରୋଧ କରୁଛୁ ଯେ, କୋର୍ଟ ଏହା ଉପରେ ଉଚିତ ଆଦେଶ ଦିଅନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking