29.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଶ୍ରୀନଗରରେ ସ୍କୁଲ ଉପରେ ଆତଙ୍କୀ ହାମଲା; ୨ ଶିକ୍ଷକ ନିହତ

ଶ୍ରୀନଗରରେ ସ୍କୁଲ ଉପରେ ଆତଙ୍କୀ ହାମଲା; ୨ ଶିକ୍ଷକ ନିହତ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଶ୍ରୀନଗରର ଇଦଗାହରେ ଆତଙ୍କବାଦୀମାନେ ଆଜି ଏକ ସ୍କୁଲ ଉପରେ ଆକ୍ରମଣ କରିଛନ୍ତି । ଏହାମଧ୍ୟରେ ଆତଙ୍କବାଦୀମାନେ ଦୁଇ ଶିକ୍ଷକଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମହିଳା ପ୍ରିନ୍ସିପାଲ ସତିନ୍ଦର କୌର ଓ ଆଉ ଜଣେ ଶିକ୍ଷକଙ୍କ ନାମ ଦୀପକ ଚାନ୍ଦ ।
କୁହାଯାଉଛି ଯେ, ଏହା ଏକ ଟାର୍ଗେଟିଂ କିଲିଂ । ଆତଙ୍କବାଦୀମାନେ ଯେଉଁଠି ହାମଲା କରିଛନ୍ତି, ତାହା ଏକ ହାଇ ସେକେଣ୍ଡ୍ରି ସ୍କୁଲ । ସେଠାକୁ ଦୁଇ ଶିକ୍ଷକ ଆସିଥିଲେ । ସୂତ୍ର ଅନୁସାରେ, ଆତଙ୍କବାଦୀମାନେ ସେମାନଙ୍କୁ ଅତି ନିକଟରୁ ମୁଣ୍ଡକୁ ଗୁଳି କରିଛନ୍ତି । ସ୍କୁଲ ଉପରେ ଆଟାକ କରିଥିବା ଆତଙ୍କୀଙ୍କ ସଂଖ୍ୟା ୨ରୁ ୩ ହେବ । ଏହି ହାମଲା କରିବା ପରେ ସେମାନେ ଫେରାର ହୋଇ ଯାଇଛନ୍ତି । ବର୍ତମାନ ସେହି ଅଂଚଳରେ ଭାରି ସଂଖ୍ୟାରେ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି । ଏହାସହ ସଂପୃକ୍ତ ଅଂଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ସୀମାରେ ସାଧାରଣ ନାଗରିକଙ୍କ ଉପରେ ହାମଲାର ଏହା ହେଉଛି ସପ୍ତମ ଘଟଣା । ମଙ୍ଗଳବାର ଆତଙ୍କବାଦୀମାନେ ଗୋଟିଏ ଘଣ୍ଡା ଭିତରେ ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ହାମଲା କରିଥିଲେ । ଯେଉଁଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଆତଙ୍କବାଦୀମାନେ କଶ୍ମୀରି ପଣ୍ଡିତ ଓ ପ୍ରସିଦ୍ଧ ଫାର୍ମାସୀ ବିନ୍ଦରୁ ମେଡିକେଟର ମାଲିକ ମାଖନ ଲାଲ ବିନ୍ଦରୁଙ୍କ ହତ୍ୟା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking