33.1 C
Bhubaneswar
Friday, April 26, 2024
Homeଓଡିଶାନାବାଳିକାକୁ ଅପହରଣ ସହ ଦୁଷ୍କର୍ମ ଅଭିଯୋଗ

ନାବାଳିକାକୁ ଅପହରଣ ସହ ଦୁଷ୍କର୍ମ ଅଭିଯୋଗ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଧର୍ମଗଡ଼ ବ୍ଲକ ଭାଲୁଚୁଆଁ ଗ୍ରାମର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ପୀଡ଼ିତା ପରିବାର କଳାହାଣ୍ଡି ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପରେ କୋକସରା ଥାନାରେ ଏନେଇ ମାମଲା ରୁଜୁ କରି ଘଟଣାରେ ସମ୍ପୃକ୍ତ ଥିବା ଦୁଇଭାଇ ସମେତ ବାପା ଓ ଅନ୍ୟ ଜଣେ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି । ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ସୋମବାର ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।
ସୂଚନା ଅନୁଯାୟୀ, ଧର୍ମଗଡ଼ ଧଅଁରପୁର ପଞ୍ଚାୟତ ଭାଲୁଚୁଆଁ ଗାଁର ଗଜପାୟା ସିଂ(୧୯) ଗତ ୨୦୧୯ ମସିହା ଏପ୍ରିଲ ୨୦ ତାରିଖରେ ସେହି ଗ୍ରାମର ଜଣେ ନାବାଳିକାଙ୍କୁ ଘରେ ଏକୁଟିଆ ଥିବା ଦେଖି ଦୁଷ୍କର୍ମ ଉଦ୍ୟମ କରିଥିଲା । ବାପା ମା\’ ଘରକୁ ଫେରି ଝିଅ ପାଖରୁ ଘଟଣା ସମ୍ପର୍କରେ ଅବଗତ ହେବାପରେ ଗାଁରେ ଏକ ସଭା କରିଥିଲେ । ଗାଁ ସଭାର ନିଷ୍ପତ୍ତିକ୍ରମେ ଅଭିଯୁକ୍ତ ଯୁବକ ଭୁଲ ମାଗିବାସହ ଆପୋଷ ବୁଝାମଣା ହୋଇଥିଲା । ଏହି ଘଟଣା ପରେ ଝିଅର ବାପା ମା ଦାଦନ ଖଟିବାକୁ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ହାଇଦ୍ରାବାଦ ଅଞ୍ଚଳରେ ଏକ ଠିକା ସଂସ୍ଥାରେ କାମ କରୁଥିଲେ । କୌଣସି ଅଘଟଣ ସନ୍ଦେହରେ ଝିଅକୁ ମଧ୍ୟ ସାଙ୍ଗରେ ନେଇଯାଇଥିଲେ । ସେଠାରେ ପରିବାର ସହ ନାବାଳିକା ଜଣକ କୁଲି ମଜୁରି କରି ପେଟପାଟଣା କରୁଥିଲେ । ତେବେ କୌଣସି ସୂତ୍ରରୁ ଖବରପାଇ ଗଜପାୟା ସିଂ ସେଠାରୁ ନାବାଳିକା ଏକୁଟିଆ ଥିବା ସୁଯୋଗ ପାଇ ଅପହରଣ କରି କୌଣସି ଏକ ଅଜ୍ଞାତ ସ୍ଥାନରେ ରଖି ଦୁଷ୍କର୍ମ ସହ ନିର୍ଯାତନା ଦେଇଥିଲେ । ଝିଅ ନିଖୋଜ ହେବା ପରେ ଭାଷାଗତ ସମସ୍ୟା ପାଇଁ ପରିବାର ବର୍ଗ ସେଠାକାର ପୁଲିସରେ ଅଭିଯୋଗ ନକରି ଗାଁକୁ ଫେରି କୋକସରା ଥାନାରେ ଝିଅର ନିଖୋଜ ଥିବା ଓ ଏଥିରେ ଗଜପାୟା ସିଂ ସମ୍ପୃକ୍ତ ଥିବା ନେଇ କୋକସରା ଥାନା ଓ କଳାହାଣ୍ଡି ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ ।
ପୁଲିସରେ ଅଭିଯୋଗ ହୋଇଥିବା ଖବରପାଇ ନାବାଳିକା ଝିଅକୁ ହାଇଦ୍ରାବାଦର ସମସାବାଦ ଅଞ୍ଚଳର କୌଣସି ଏକ ଅଜ୍ଞାତ ସ୍ଥାନରୁ ଅଭିଯୁକ୍ତ ଗଜପାୟା ସିଂ ଓ ତାର ବଡଭାଇ ରୁପେନ୍ଦ୍ର ସିଂ (୨୫) ଓ ତାଙ୍କ ବାପା କୃଷ୍ଣଚନ୍ଦ୍ର ପାୟା ସିଂ (୪୫) ଓ ଅନ୍ୟଜଣେ ସହଯୋଗୀ କ୍ଷୀରସିନ୍ଧୁ ନାଏକ(୨୦) ମିଶି ନାବାଳିକାକୁ ଜୋର ଜବରଦସ୍ତ ଅନ୍ୟତ୍ର ସ୍ଥାନକୁ ନେବା ବେଳେ ନାବାଳିକାର ଚିତ୍କାର ଶୁଣି ସ୍ଥାନୀୟ ଲୋକେ ନାବାଳିକାଙ୍କୁ ଉଦ୍ଧାର କରିଥିଲେ । ଏହି ସମୟରେ ୪ ଜଣ ଅପହରଣକାରୀ ଫେରାର ହୋଇଯାଇଥିଲେ । ପରେ ପୁଲିସ ନାବାଳିକାଙ୍କୁ ହାଇଦ୍ରାବାଦର ଏକ ମହିଳା ହଷ୍ଟେଲରେ ରଖି ପରିବାର ବର୍ଗ ସହିତ ଯୋଗାଯୋଗ କରି ନାବାଳିକାଙ୍କୁ ହସ୍ତାନ୍ତର କରିଥିଲେ । ନାବାଳିକା ଯୁବତୀର ଡାକ୍ତରୀ ମାଇନା ସହ ମାଜିଷ୍ଟ୍ରେଟଙ୍କ ନିକଟରେ ୧୬୪ ଜମାନବନ୍ଦୀ ଦେବାପରେ ୪ ଜଣ ଅଭିଯୁକ୍ତଙ୍କ ନାମରେ କୋକସରା ପୁଲିସ ଏକ ମାମଲା ରୁଜୁ କରି କୋର୍ଟଚାଲାଣ କରିଥିଲା । ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ସୋମବାର ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି କୋକସରା ମହିଳା ଇନିସସ୍ପେକ୍ଟର ଆନ୍ନା ମିଞ୍ଜ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking