16.1 C
Bhubaneswar
Friday, January 28, 2022
Homeଓଡିଶାପରିବାର ହିଁ ପ୍ରାଥମିକ ଶିକ୍ଷାର ମୂଳଦୁଆ

ପରିବାର ହିଁ ପ୍ରାଥମିକ ଶିକ୍ଷାର ମୂଳଦୁଆ

ବଲାଙ୍ଗିର,- ପରିବାର ହିଁ ହେଉଛି ପ୍ରାଥମିକ ଶିକ୍ଷାର ମୂଳଦୁଆ । ଆମେ ମୂଳଦୁଆ କେ ଯେତେ ସୁଦୃଢ କରିବା ଆମ ଭବିଷ୍ୟକତର ପିଲାମାନଙ୍କର ଶିକ୍ଷାକ୍ଷେତ୍ରରେ ଭବିଷ୍ୟତ ସେତେ ଉଜ୍ୱଳ ହେବ । ତେଣୁ ପ୍ରତ୍ୟେକ ପରିବାରରେ ଶିଶୁମାନଙ୍କ ପାଇଁ ଏକ ସୁସ୍ଥା ବାତାବରଣ ତିଆର ହେବାର ଆବଷ୍ୟକତା ରହିଛି । ଶିକ୍ଷା ଦ୍ୱାରା ହିଁ ଆମେ ସମସ୍ତ ପ୍ରକାର ସମସ୍ୟାର ମୁକୁଳି ପାରିବା । ବିଶେଷ କରି ବଲାଙ୍ଗୀର ଭଳି ପଛୁଆ ଜିଲ୍ଲାରେ ଶିକ୍ଷାର ଗୁରୁତ୍ୱ ଅନେକ ରହିଛି ବୋଲି ବଲାଙ୍ଗୀରରେ ଥିବା ଜାଭିଅର ପବ୍ଲିକ ସ୍କୁଲର ଦ୍ୱିତୀୟ ବାର୍ଷିକୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଲକ୍ଷ୍ମଣ କୁମାର ମେହେର ମତବ୍ୟକ୍ତ କରିଛନ୍ତି । ମୁଖ୍ୟବକ୍ତା ଭାବେ ବରିଷ୍ଠ ସାଂବାଦିକ ଅଖିଳ ଚନ୍ଦ୍ର ହୋତା କହିଥିଲେ , ଆମେ ପିଲାବେଳେ ଆଈମା’ ପାଖରୁ ଅନେକ ପ୍ରକାର କାହାଣୀ ଶୁଣୁଥିଲୁ । ତାହା ଆଜି କିନ୍ତୁ ସ୍ୱପ୍ନ ହୋଇଯାଇଛି । କାହାଣୀ ବଦଳରେ ପିଲାମାନଙ୍କ ହାତରେ ଧରାଇ ଦିଆଯାଉଛି ମୋବାଇଲ । ଫଳରେ ଠିକ ସମୟରେ ଶିଶୁମାନଙ୍କ ବୈଦ୍ଧିକ ବିକାଶ ହୋଇ ପାରୁନାହିଁ । ତେଣୁ ଅଭିଭାବକମାନେ ଶିଶୁମାନଙ୍କର ବୈଦ୍ଧିକ ବିକାଶ ଉପରେ ଗୁରୁତ୍ୱ ଦେବା ଉଚିତ ବୋଲି ସେ କହିଥିଲେ । ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟକ କୁମାର ଶତପଥି କହିଥିଲେ , ଅତି କମ ବୟସରେ ଶିଶୁମାନଙ୍କ ଉପରେ ଶିକ୍ଷା ରୂପକ ବୋଝ ଲଦି ଦିଆଯାଉଛି । ପିଲାମାନେ ଠିକ ଭାବେ ନିଜ ପରିବାର ସହିତ ମିଶି ମଧ୍ୟ ପାରୁନାହାନ୍ତି । ଶିଶୁମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବାକୁ ହେଲେ ସେମାନଙ୍କ ମନୋଭାବକୁ ବୁଝିବା କଥା । ପରିବାର ଲୋକେ ଶିଶୁର ମନୋଭାବ ବୁଝିବା ପାଇଁ ପ୍ରଥମେ ଚେଷ୍ଟା କରିବା ଉଚିତ । ଶିଶୁର ମନୋଭାବକୁ ବୁଝି ପାରିଲେ ଆମେ ତାକୁ ଠିକ ଭାବେ ଶିକ୍ଷା ଦେଇ ପାରିବା ବୋଲି ଶ୍ରୀ ଶତପଥି କହିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷା ନିରୁପମା ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ଟ୍ରଷ୍ଟି ଅଜିତ ପଣ୍ଡା ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟି ପ୍ରକାଶ ନେପାକ ଓ କୁନା ବାଗ ମଂଚାସୀନ ଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସମାଜସେବା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଆକୁଳ ବେହେରାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନୀତ କରାଯାଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉମାଶଙ୍କର ସ୍ୱାଇଁ ସଂଯୋଜନା କରିଥିବା ବେଳେ ସସ୍ମିତା ମହାକୁର , ଖୁସି ତ୍ରିପାଠୀ ଓ ରଶ୍ମୀରେଖା ପୁରୋହିତ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଆକୁଳ ବେହେରା , ରିତୁରାଜ ସିଂ ଓ ରଘୁନନ୍ଦନ ସିଂ ବିଶେଷ ସହଯୋଗ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking