39.1 C
Bhubaneswar
Friday, April 26, 2024
Homeଓଡିଶାକରୋନା କବଳରେ ଖୋର୍ଦ୍ଧା ଏସପି

କରୋନା କବଳରେ ଖୋର୍ଦ୍ଧା ଏସପି

ଖୋର୍ଦ୍ଧା: ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡ଼ି ଚାଲିଥିବା ବେଳେ ଏଥିରୁ ବାଦ ପଡ଼ିନାହାନ୍ତି ଖୋର୍ଦ୍ଧା ଏସପି । ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁଙ୍କୁ କରୋନା ହୋଇଥିବା ଜଣାପେଡ଼ିଛି । ତାଙ୍କର ସ୍ୱାବ ରିପୋର୍ଟ ପଜିଟିଭ ଆସିଥିବା ନେଇ ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ । ତାଙ୍କୁ ହୋମ ଆଇସୋଲେସନରେ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ତେବେ ତାଙ୍କର କୌଣସି ଲକ୍ଷଣ ନଥିବା ଜଣା ପଡିଛି।
ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଜଣେ କର୍ମଚାରୀ ସଂକ୍ରମିତ ହୋଇଥିଲେ।ଏହାପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କର ସ୍ୱାବ ନମୁନା ନିଆଯାଇଥିଲା। ସ୍ୱାବ ଟେଷ୍ଟ ରେ ପଜିଟିଭ ଥିବା ନେଇ ନିଜେ ଏସପି କହିଛନ୍ତି।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking