ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌

ନୂଆଦିଲ୍ଲୀ: ‘ମନିଟାରି ପଲିସି କମିଟି’ର ଛଅ ସଦସ୍ୟବିଶିଷ୍ଟ ବ‌ୈଠକ ପରେ ଗୁରୁବାର ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ରେପୋ ରେଟ୍‌ ୪%ରେ ଅପରିବର୍ତ୍ତିତ ରଖାଯାଇଛି। ଏହି ବୈଠକ ମନିଟାରି ପଲିସି କମିଟି’ର ୨୪ ତମ ବୈଠକ
ରିଜର୍ଭ ରେପୋ ରେଟ୍‌ ମଧ୍ୟ ୩. ୩%ରେ ଅପରିବର୍ତ୍ତିତ ରଖାଯାଇଥିବା କଥା ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ଶ୍ରୀ ଦାସ ଆହୁରି ମଧ୍ୟ କହିଛନ୍ତି ଯେ, ମେ ଓ ଜୁନ୍‌ରେ ଦେଖା ଦେଇଥିବା ଅର୍ଥନୈତିକ ପୁନଃଉତ୍ଥାନ ଲକ୍ଷଣକୁ ଜୁଲାଇ ମାସରେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ନିଷ୍ପ୍ରଭ ବା ଅବଦମିତ କରିଦେଇଛି।
ଅଗଷ୍ଟ ୧୨ ତାରିଖ ଦିନ ଜୁଲାଇ ମାସର ମୁଦ୍ରାସ୍ଫିତି ହାର ଘୋଷଣା କରାଯିବ।