35.1 C
Bhubaneswar
Saturday, May 4, 2024
HomeUncategorizedକେନ୍ଦ୍ରାପଡ଼ା ଜିଲ୍ଲାରେ କୁମ୍ଭୀର ଆତଙ୍କ

କେନ୍ଦ୍ରାପଡ଼ା ଜିଲ୍ଲାରେ କୁମ୍ଭୀର ଆତଙ୍କ

କେନ୍ଦ୍ରାପଡ଼ା : ବର୍ଷା ଋତୁ ଆସିଲେ କେନ୍ଦ୍ରାପଡ଼ା ଜିଲ୍ଲାରେ କୁମ୍ଭୀର ଆତଙ୍କ ସୃଷ୍ଟି ହେବା ଏକ ସ୍ୱଭାବିକ କଥା । କେନ୍ଦ୍ରାପଡ଼ା ଜିଲ୍ଲା ଏକ ଉପକୂଳ ଜିଲ୍ଲା ହୋଇଥିବାରୁ ଜିଲ୍ଲାର ପ୍ରାୟ ୭୦ କିଲୋମିଟରରୁ ଅଧିକ ଅଂଚଳ ସିଧା ସଳଖ ସୁମୁଦ୍ରର ସଂଷ୍ପର୍ଷରେ ଆସିଥାଏ । ଜିଲ୍ଲା ଦେଇ ପ୍ରବାହିତ ନଦୀ ଗୁଡ଼ିକ ଉପକୂଳରେ ସମୁଦ୍ର ସହିତ ମିଶିଥାଏ । ବର୍ଷା ଋତୁରେ ନଦୀ ଗୁଡ଼ିକ ଭରା ରହୁଥିବାରୁ ଓ ନଦୀ ଭିତରକୁ ସମୁଦ୍ର ଜୁଆର ମାଡ଼ିଆସୁଥିବା ଯୋଗୁ ଉପକୂଳ ଅଂଚଳରୁ କୁମ୍ଭୀର ଗୁଡ଼ିକ ନଦୀ ଦେଇ ଜିଲ୍ଲାର ଅଭ୍ୟନ୍ତରକୁ ଚାଲି ଆସନ୍ତି । ନଦୀ କୂଳିଆ ଲୋକେ ନଦୀରେ ଗାଧୋଇବା ଠାରୁ ଆରମ୍ଭ କରି ସୌଚ ହେବା ଓ ମାଛ ଧରିବା ପର୍ଯ୍ୟନ୍ତ ସବୁ କାମ କରନ୍ତି । ଏହା ବାଦ ନଦୀ କୂଳରେ ଗୋରୁ ଗାଇ, ଛେଛଳି, କେମଣ୍ଡା ଆଦି ଗୃହପାଳି ପଶୁମାନେ ଚରାବୁଲା କରିବା ସହ ନଦୀରୁ ପାଣି ମଧ୍ୟ ପିଅନ୍ତି । ଏହି ପରିସ୍ଥିତିରେ ଜିଲ୍ଲାର ନଦୀ କୂଳିଆ ଲୋକେ ଓ ଗୋରୁ ଗାଇମାନେ ପ୍ରତି ବର୍ଷ କୁମ୍ଭୀର ଆକ୍ରମଣର ଶୀକାର ହୋଇ ମୃତାହତ ହୁଅନ୍ତି । ଗତ ବୁଧବାର ଠାରୁ କେନ୍ଦ୍ରାପଡ଼ା ବ୍ଲକରେ କୁମ୍ଭୀ ଆତଙ୍କ ଦେଖା ଦେଇଛି । କେନ୍ଦ୍ରାପକଡ଼ା ସହର ଦେଇ ପ୍ରବାହିତ ଗୋବରୀ ନଦୀରେ ଏକ କୁମ୍ଭୀର ଭାସୁଥିବା ନେଇ ପ୍ରଚାର ହେବା ପରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଫୋରଡ଼ ଗାଁ ନିକଟରେ ଗୋବରୀ ନଦୀରେ ଏକ କୁମ୍ଭୀର ଭାସୁଥିବା ଦେଖାଯାଇଛି । କୁମ୍ଭୀରଟିର ଲମ୍ବ ୧୦ ଫୁଟ ହେବ ବୋଲି ଦେଖଣାହାରୀମାନେ କହୁଛନ୍ତି । କୁମ୍ଭୀରଟି ବଉଳା କୁମ୍ଭୀର । ତେବେ କୁମ୍ଭୀର ପାଣିରେ କମ୍ ବୁଡ଼ୁଥିଲା ଓ ଅଧିକ ସମୟ ଭାସୁଥିଲା । ଲୋକେ ଯେତେ ପାଟିତୁଣ୍ଡ କଲେ ମଧ୍ୟ କୁମ୍ଭୀର ସେସବୁକୁ ଖାତି ନକରି ଭାସୁଥିଲା । କୁମ୍ଭୀର ବଉଳା କୁମ୍ଭୀର ହୋଇଥିବାରୁ ରାଜନଗର ଅଂଚଳରୁ ଆସିଥିବା ଅନୁମାନ କରାଯାଉଛି । ଗୋବରୀ ନଦୀ ଏକ ଜୁଆରିଆ ନଦୀ ହୋଇଥିବାରୁ ନଦୀ ଭିତର ଦେଇ ଜିଲ୍ଲାର ଅଭ୍ୟନ୍ତରକୁ ଅନେକ ସମୟରେ ସମୁଦ୍ର ଜୁଆର ଆସିଥାଏ । ତେଣୁ ରାଜନଗର ଅଂଚଳରୁ ଏହି କୁମ୍ଭୀର ଆସିଥିବା ଅନୁମାନ କରାଯାଉଛି । ବଉଳା କୁମ୍ଭୀରମାନେ ସାଧାରଣତଃ ଭିତରକନିକା ଅଂଚଳର ଲୁଣି ପାଣିରେ ବାସ କରନ୍ତି । ଏହି ସମୟ କୁମ୍ଭୀରଙ୍କ ଅଣ୍ଡା ଦେବା ସମୟ ହୋଇଥିବାରୁ ଏହି ବଉଳା କୁମ୍ଭୀର ଗୋବରୀ ନଦୀର କୌଣସି ସ୍ଥାନରେ ବସା କରି ଅଣ୍ଡା ଦେଇଥିବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ପାରିବନାହିଁ । କାରଣ ଏହି ନଦୀର ତଳମୁଣ୍ଡରେ ମହାକଳପଡ଼ା ବ୍ଲକର ବିଜୟନଗର ଗାଁରେ ଏକ ବାଉଁସ ବୁଦାରେ ଏକ ବଉଳା କୁମ୍ଭୀର ପ୍ରଚୁର ଅଣ୍ଡ ଦେଇଥିବା ଠାବ କରାଯାଇଥିଲା । ଫୋଡ଼ ଗାଁ ନିକଟରେ ଗେଗାବରୀ ନଦୀରେ କୁମ୍ଭୀର ଭାସୁଥିବା ଜିଲ୍ଲା ବନ ବିଭାଗ ନିକଟରେ ଖବର ପହଂଚିବା ପରେ ଲୋକମାନେ ନଦୀକୁ ନଯିବାକୁ ବନ ବିଭାଗ ପକ୍ଷରୁ ପ୍ରଚଚାର କରାଯାଉଛି । କୁମ୍ଭୀରକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ଛଡ଼ା ବନବିଭାଗ ପକ୍ଷରୁ ଅଧିକ କିଛି କରାଯାଇ ପାରିବ ନାହିଁ ବୋଲି ବିଭାଗୀୟ ଅଧିକାରୀମାନେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking