27.1 C
Bhubaneswar
Thursday, April 25, 2024
HomeUncategorizedତୁଳସୀ କ୍ଷେତ୍ରରେ ୧୪୪ ଧାରା ମଧ୍ୟରେ ସରିଲା ରଥଯାତ୍ରା:ବଳଦେବଜୀଉଙ୍କୁ ଶନ୍ତ କରିବାକୁ ହେଲା ଶନ୍ତି ଜଜ୍ଞ

ତୁଳସୀ କ୍ଷେତ୍ରରେ ୧୪୪ ଧାରା ମଧ୍ୟରେ ସରିଲା ରଥଯାତ୍ରା:ବଳଦେବଜୀଉଙ୍କୁ ଶନ୍ତ କରିବାକୁ ହେଲା ଶନ୍ତି ଜଜ୍ଞ

କେନ୍ଦ୍ରାପଡ଼ା  : ତୁଳସୀକ୍ଷେତରେ ୧୪୪ ଧାରା ମଧ୍ୟରେ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପରିସରରେ ପ୍ରତୀକ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ବଳଦେବଜୀଉ ରଥରେ ବସି ଗୁଣ୍ଡିଚା ମନ୍ଦିରକୁ ଯିବା ପାଇଁ ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ସରିଥିଲେ ବି କରୋନା କଟକଣା କାରଣରୁ ବଡ଼ଦାଣ୍ଡରେ ରଥ ଗଡ଼ିପାରିଲା ନାହିଁ । ତୁଳସୀକ୍ଷେତ୍ରରେ ବିନା ଭକ୍ତରେ ରଥଯାତ୍ରା କରିବାକୁ ସେବାୟତ ଓ କିଛି ସ୍ଥାନୀୟ ଭକ୍ତ ଅଡ଼ିବସି ଗୁଣ୍ଡିଚା ପୂର୍ବ ଦିନ ରାତିରେ ଶ୍ରୀବଳଦେଦବଜୀଉଙ୍କ ମନ୍ଦିର ସମ୍ମୁଖରେ ଧାରଣା ଦେଇ ବସିଥିଲେ ବି ରଥାଯାତ୍ର କରିବାକୁ ପ୍ରଶାସନ ଅନୁମତି ନଦେବାରୁ ରଥାଯାତ୍ର ହୋଇପାରିଲା ନାହିଁ କି ଶ୍ରୀଜୀଉମାନେ ରଥରେ ବସି ଗୁଣ୍ଡିଚା ମନ୍ଦିରକୁ ଯାଇପାରିଲେ ନାହିଁ । ଏହି ପରିସ୍ଥିତିରେ ରାଜପୁରୋହିତଙ୍କ ପରାମର୍ଶ କ୍ରମେ କେବଳ ବିଧୀ ରକ୍ଷା ପାଇଁ ମନ୍ଦିର ପରିସରରେ ସେବାୟତଙ୍କ ଦ୍ୱାରା ପତୀକ ରଥଯାତ୍ର କରାଯାଇଛି । ଶ୍ରୀଗୁଣ୍ଡିଚା ଦିନ ଶ୍ରୀ ଜୀଉମାନଙ୍କୁ ପହୁଣ୍ଡି କରାଯାଇ ରତ୍ନ ସିଂହାସନରୁ ଓହ୍ଲାଇ ଗୋଟି ପହଣ୍ଡିରେ ସ୍ନାନ ମଣ୍ଡପକୁ ଅଣାଯାଇଥିଲା ଓ ସ୍ନାନ ମଣ୍ଡପକୁ ବ୍ରହ୍ମତାଳଧ୍ୱଜ ରଥର ପ୍ରତୀକ ଭାବେ ଗ୍ରହଣ ଯାଇ ସେଠାରେ ଶ୍ରୀଜୀଉଙ୍କୁ ପରମ୍ପରା ମୁତାବକ ୨ ଦିନ ରଖାଯାଇଥିଲା । ଏହାପରେ ମନ୍ଦିର ପରିସରରେ ଥିବା ବାଟ ଦେଉଳକୁ ଗୁଣ୍ଡିଚା ମନ୍ଦିର ଭାବେ ଗ୍ରହଣ କରାଯାଇ ସେଠାକୁ ଶ୍ରୀଜୀଉମାଙ୍କୁ ନିଆଯାଇ ୭ ଦିନ ଧରି ଅବସ୍ଥାପିତ କରାଯାଇ ପୂଜାର୍ଚ୍ଚନା କରାଯିବା ପରେ ଗତ ବୁଧବାର ବାହୁଡ଼ା ଯାତ୍ରା ଅବସରରେ ଶ୍ରୀଜୀଉମାନଙ୍କୁ ପହୁଣ୍ଡି କରାଯାଇ ପୁନର୍ବାର ସ୍ନାନ ମଣ୍ଡପକୁ ଅଣାଯାଇଥିଲା । ତେବେ ଶ୍ରୀଜୀଉମାନେ ଗୋଟିଏ ଦିନ ରଥରେ ରହିବାର ଓ ତା’ ପରଦିନ ରଥଟଣାଯାଇ ବଳଦେବଜୀଉଙ୍କ ମନ୍ଦିର ପର୍ଯ୍ୟନ୍ତ ଅଣାଯିବାର ପରମ୍ପରା ଥିବାରୁ ଗୁରୁବାର ଶ୍ରୀଜୀଉମାନେ ସ୍ନାନ ମଣ୍ଡପରେ ରହିଥିଲେ ଓ ଗୁରୁବାର ରାତିରେ ଶ୍ରୀଜୀଉଙ୍କ ଠାରେ ସୁନା ଚିତା ଲାଗି କରାଯାଇଥିଲା । ଶୁକ୍ରବାର ଶ୍ରୀଜୀଉମାନଙ୍କୁ ଗୋଟି ପହଣ୍ଡିରେ ରତ୍ନସିଂହାସନକୁ ବିଜେ କରାଯିବ । ତେବେ ଶ୍ରୀଗୁଣ୍ଡଚା ପୂର୍ବରୁ ମନ୍ଦିର ଆଖପାଖ ଅଂଚଳରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଥିବାରୁ ବଡ଼ଦାଣ୍ଡ ଭକ୍ତଶୂନ୍ୟ ଥିଲା । କାଁ ଭାଁ ଯେଉଁ ଭକ୍ତମାନେ ମନ୍ଦିର ନିକଟକୁ ଯାଇଥିଲେ ତାଙ୍କୁ ମନ୍ଦିର ମଧ୍ୟକୁ ଛଡ଼ାଯାଇ ନଥିଲା । ଫଳରେ ଅରୁଣ ସ୍ତମ୍ବ ନିକଟରେ ଭକ୍ତମାନେ ଶ୍ରୀଜୀଉଙ୍କ ଉଦ୍ଦେଶ୍ୟରେ ପ୍ରାଣାମ କରି ଘରକୁ ଫେରିବାକୁ ବାଧ୍ୟ ହୋଇଥିଲେ । ଏହି ନବଦିନାତ୍ମକ ଯାତ୍ରା ସମୟରେ କୌଣସି ଭକ୍ତ ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କରିପାରି ନାହଁନ୍ତି । କ୍ରୋଧୀ ଶ୍ରୀ ବଳଦେବ ଚଳିତ ବର୍ଷ ରଥଯାତ୍ରା ସମୟରେ ରଥାରୂଢ ହୋଇ ଗୁଣ୍ଡିଚା ମନ୍ଦିରକୁ ଯାଇ ନପାରିବାରୁ କ୍ରୋଧୀତ ହେବାର ସମ୍ଭାବନା ଥିବାରୁ ତାଙ୍କ କ୍ରୋଧ ଶାନ୍ତ କରିବାକୁ ମନ୍ଦିରର ସିଂହଦ୍ୱାର ଗୁମଟ ନିକଟରେ ସେବାୟତଙ୍କ ପକ୍ଷରୁ ୯ ଦିନ ଧରି ଏକ ଶାନ୍ତି ଜଜ୍ଞ କରାଯାଇଛି । ଶ୍ରୀଗୁଣ୍ଡିଚା ଦିନରୁ ଆରମ୍ଭ ହୋଇଥିବା ଏହି ଶାନ୍ତିଜଜ୍ଞର ପୂର୍ଣ୍ଣାହୁତି ଦିଆଯାଇଛି ବାହୁଡ଼ା ତିଥି ସନ୍ଧ୍ୟାରେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking