32.1 C
Bhubaneswar
Friday, April 26, 2024
Homeଓଡିଶାପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟ ଦୁର୍ନୀତିର ତଦନ୍ତ ଲୋକାୟୁକ୍ତଙ୍କ ଦ୍ୱାରା ଆରମ୍ଭ : କର୍ମଚାରୀଙ୍କ ମଧ୍ୟରେ ଛନକା

ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟ ଦୁର୍ନୀତିର ତଦନ୍ତ ଲୋକାୟୁକ୍ତଙ୍କ ଦ୍ୱାରା ଆରମ୍ଭ : କର୍ମଚାରୀଙ୍କ ମଧ୍ୟରେ ଛନକା

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରରେ ହୋଇଥିବା ଦୁର୍ନିୀତିର ତଦନ୍ତ ରାଜ୍ୟ ପାଇଁ ଲୋକାୟୁକ୍ତଙ୍କ ଦ୍ୱାରା ନିଯୁକ୍ତ ଦୁଇ ଜଣିଆ ଦଳ ସୋମବାର ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଲୋକାୟୁକ୍ତଙ୍କ ଦ୍ୱାରା ମହାବିଦ୍ୟାଳୟରେ ହୋଇଥିବା ଦୁର୍ନୀତିର ତଦନ୍ତ ଆରମ୍ଭ ହେବା ଦ୍ୱାରା ଦୁର୍ନୀତିରେ ସମ୍ପୃକ୍ତ କଲେଜ କର୍ମଚାରୀଙ୍କ ମଧ୍ୟରେ ଛନକା ପସିଛି। ଦୁର୍ନୀତିଗ୍ରସ୍ଥ କର୍ମଚାରୀମାନେ ଆତଙ୍କିତ ହୋଇ ତଦନ୍ତରୁ ବର୍ତିବା ପାଇଁ ବାଟ ଖୋଜିବା ଆରମ୍ଭ କରିଛନ୍ତି । ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟର ବିକାଶ ପାଇଁ ବିଭିନ୍ନ ସମୟରେ ବିଭିନ୍ନ ଲୋକପ୍ରତିନିଧୀଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଲକ୍ଷ ଲକ୍ଷ ଟଙ୍କା ମହାବିଦ୍ୟାଳୟକୁ ମିଳିଥିଲା । ସେହିପରି ବିଭିନ୍ନ ବେସରକାରୀ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ଠାରୁ ମଧ୍ୟ ମହାବିଦ୍ୟାଳୟକୁ ଲକ୍ଷ ଲକ୍ଷ ଟଙ୍କା ମିଳିଥିଲା । ହେଲେ ଏହି ବିପୁଳ ଅର୍ଥରାଶୀର ଦୁରୁପଯୋଗ କରାଯାଇ ତୋଷରପାତ କରାଯାଇଥିôବା ଅଭିଯୋଗ ହୋଇଥିଲା । ସେହିପରି କଲେଜର କକର୍ମଚାରୀ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଅନିୟମିତା ହୋଇଥିବା ନେଇ ବିଭିନ୍ନ ଅଦାଲତରେ ମାମଲା ବିଚାରାଧୀନ ରହିଛି । ସେହିପରି କଲେଜ ଜମି କିଣାରେ ମଧ୍ୟ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏହିସବୁର ଅନିୟମିତାର ତଦନ୍ତ ପାଇଁ ରାଜ୍ୟ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଗୁଡ଼ିକର ତଦନ୍ତ ପାଇଁ ରାଜ୍ୟ ଲୋକାୟୁକ୍ତ ଏକ ୨ ଜଣିଆ କମିଟି ନିଯୁକ୍ତ କରିଛନ୍ତି ଓ ଏହି କମିଟି ସୋମବାର ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।
ମହାବିଦ୍ୟାଳୟରେ ହୋଇଥିବା ଏହିସବୁ ଦୁର୍ନୀତି ସମ୍ପର୍କରେ ବିଭିନ୍ନ ସମୟରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଅଧାର କରି କେତେକ ସାମାଜିକକର୍ମୀ ରାଜ୍ୟ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିବା ସହିତ ଦୁର୍ନୀତିର ତଦନ୍ତ ପାଇଁ ଦାବି କରିଥିଲେ । ସୂଚନାଯୋଗ୍ୟ ଯେ, ଗତ ୨୦୧୨ ମସିହାରୁ ୨୦୧୬ ମସିହା ମଧ୍ୟରେ ଲୋକସଭା ସାଂସଦ ପ୍ରଭାତ ସାମନ୍ତରାୟ, ବୈଜୟନ୍ତ ପଣ୍ଡା, ଅର୍ଚ୍ଚନା ନାୟକ, ଓ ପୂର୍ବତନ ଲୋକସଭା ବାଚସ୍ପତି ରବି ରାୟ ପ୍ରମୁଖ ନିଜ ଆଞ୍ଚଳିିକ ଉନ୍ନୟନ ପାଣ୍ଠିରୁ କଲେଜ ଉନ୍ନୟନ ପାଇଁ ୨୧ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଥିବା ବେଳେ ପୂର୍ବତନ ବିଧାୟକ ଗଣେଶ୍ୱର ବେହେରା, କିଶୋର ତରାଇ ନିଜ ଆଞ୍ଚଳିକ ଉନ୍ନୟନ ପାଣ୍ଠରୁ କଲେଜରେ ସାଇକେଲ ଷ୍ଟାଣ୍ଡ ନିର୍ମାଣ ପାଇଁ ପ୍ରଦାନ କରିଥିବା ଦେଢ ଲକ୍ଷ ଟଙ୍କାର ସଠିକ ବିନିଯୋଗ ହୋଇନଥିବା ନେଇ ଅଭିଯୋଗ ହୋଇଥିଲା । ସେହିପରି ସ୍ଥାନୀୟ ପ୍ରବାସୀ ମନୋଜ କୁମାର ତ୍ରିପାଠୀ ନାମକ ଜଣେ ବ୍ୟକ୍ତି କଲେଜରେ ବିଜ୍ଞାନ ଗୃହ ନିର୍ମାଣ ପାଇଁ ଦେଇଥିବା ୩୦ ଲକ୍ଷ ଟଙ୍କା ଓ ଯୋଗଗୁରୁ ପ୍ରଜ୍ଞାନାନନ୍ଦ ଦେଇଥିବା ୪ ଲକ୍ଷ ଟଙ୍କାର ସଠିକ ବିନିଯୋଗ ହୋଇନଥିବା ନେଇ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଗୁଡ଼ିକର ତଦନ୍ତ ଆରମ୍ଭ ହୋଇଛି । ତଦନ୍ତକାରୀ ଦଳ ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜୟ ନାୟକଙ୍କ ସମେତ ବିଭିନ୍ନ କର୍ମଚାରୀଙ୍କୁ ଏହିସବୁ ଅଭିଯୋଗ ସମ୍ପର୍କରେ ପଚରାଉଚରା କରିଥିବା ସହ କଲେଜର ରେକର୍ଡ଼ପତ୍ର ଯାଞ୍ଚ କରିଛନ୍ତି । ଏହାଛଡ଼ା କଲେଜ ପରିଚାଳନା କମିଟିର ସଭାପତି ଦାୟିତ୍ୱରେ ଥିବା କେନ୍ଦ୍ରାପଡ଼ା ଜିଲ୍ଲା ଅତିରିକ୍ତ ଜିଲ୍ଲାପାଲଙ୍କୁ ତଦନ୍ତକାରୀ ଦଳ ଭେଟି ଆଲୋଚନା ମଧ୍ୟ କରିଛନ୍ତି । ଲୋକାୟୁକ୍ତଙ୍କ ତଦନ୍ତକୁ ସ୍ଥାନୀୟ ବୁଦ୍ଧିଜୀବୀ, ଶିକ୍ଷାବିତ୍‌, ଛାତ୍ର, ଛାତ୍ରୀ ଓ ଅଭିଭାବକମାନେ ସ୍ୱାଗତ କରିଥିବା ବେଳେ ଦୁର୍ନୀତି ଓ ହେରାଫେରୀରେ ସମ୍ପୃକ୍ତ କର୍ମଚାରୀଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking