29.1 C
Bhubaneswar
Monday, May 6, 2024
Homeବିଜିନେସ୍କଶ୍ମୀରୀ କେଶର କିଲୋ ୩.୨୫ ଲକ୍ଷ

କଶ୍ମୀରୀ କେଶର କିଲୋ ୩.୨୫ ଲକ୍ଷ

ନୂଆଦିଲ୍ଲୀ: କଶ୍ମୀର ଉପତ୍ୟକାରେ ଉତ୍ପାଦିତ ହେଉଥିବା ସୁଗନ୍ଧିତ କଶ୍ମୀରୀ କେଶର ମୂଲ୍ୟ ଆକାଶଛୁଆଁ ହେବାରେ ଲାଗିଛି । ଇକୋନୋମିକ୍ ଟାଇମ୍‌ସ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ କଶ୍ମୀରୀ କେଶର କିଲୋ ପିଛା ୩.୨୫ ଲକ୍ଷ ଟଙ୍କାରେ ବିକ୍ରି କରାଯାଉଛି । ଅର୍ଥାତ ୧୦ ଗ୍ରାମ କେଶର କିଣିବାକୁ ହେଲେ ଗ୍ରାହକଙ୍କୁ ୩୨୫୦ ଟଙ୍କା ଦେବାକୁ ପଡୁଛି ।

ରୁପା ମୂଲ୍ୟ ତୁଳନାରେ କଶ୍ମୀରୀ କେଶର ମୂଲ୍ୟ ୫ ଗୁଣ ଅଧିକ ରହିଛି । ଗତବର୍ଷ ଏହି ସମୟରେ କଶ୍ମୀରୀ କେଶର ମୂଲ୍ୟ କିଲୋ ପିଛା ୨ ଲକ୍ଷ ଟଙ୍କା ରହିଥିଲା । କଶ୍ମୀରୀ କେଶରକୁ ଜିଆଇ (ଜିଓଗ୍ରାଫିକାଲ ଟ୍ୟାଗ୍‌) ମିଳିବାପରେ ଏହାର ମୂଲ୍ୟ ହୁ ହୁ ହୋଇ ବଢିବାରେ ଲାଗିଛି । ବର୍ତ୍ତମାନ କଶ୍ମୀରୀ କେଶର ଇରାନରେ ଉତ୍ପାଦିତ ହେଉଥିବା କେଶର ସହ ଆନ୍ତର୍ଜାତିକ ମାର୍କେଟରେ ଟକ୍କର ଦେଉଥିବା ଜଣାପଡିଛି । ଏହାର ସୁଗନ୍ଧ ଓ ରଙ୍ଗ ଯୋଗୁଁ ସାଧାରଣତଃ ବିରିୟାନୀ ଏବଂ ଅନ୍ୟ ଭାରତୀୟ ଖାଦ୍ୟ ପ୍ରସ୍ତୁତିରେ କଶ୍ମୀରୀ କେଶର ବ୍ୟବହୃତ ହୋଇଥାଏ । ସୂଚନାଯୋଗ୍ୟ ବିଶ୍ୱରେ କେବଳ କଶ୍ମୀରୀ କେଶରକୁ ଜିଆଇ ଟ୍ୟାଗ୍ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking