35.1 C
Bhubaneswar
Sunday, May 19, 2024
Homeଖେଳୱିମ୍ବଲଡନ୍ ଓପନ୍‌: ୩ୟ ରାଉଣ୍ଡ୍‌ରେ ୱାରିଙ୍କା

ୱିମ୍ବଲଡନ୍ ଓପନ୍‌: ୩ୟ ରାଉଣ୍ଡ୍‌ରେ ୱାରିଙ୍କା

ଲଣ୍ଡନ: ଚଳିତ ୱିମ୍ବଲଡନ୍ ଓପନ୍‌ରେ ଗୁରୁବାର ସ୍ୱିଜରଲାଣ୍ଡ୍‌ର ୩୮ ବର୍ଷୀୟ ଅଣସିଡେଡ୍ ଖେଳାଳି ଷ୍ଟାନିସ୍ଲାସ୍ ୱାରିଙ୍କା ପୁରୁଷ ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍‌ରେ ୨୯ତମ ସିଡେଡ୍ ଆର୍ଜେଣ୍ଟିନାର ଟୋମାସ୍ ମାର୍ଟିନ୍ ଏଚେଭେରୀଙ୍କୁ ୬-୩,୪-୬.୬-୪,୬-୨ରେ ପରାସ୍ତ କରି ପ୍ରତିଯୋଗିତାରେ ବିପର୍ଯ୍ୟୟ ଘଟାଇଛନ୍ତି । ୨୩ ବର୍ଷୀୟ ଏଚେଭେରୀଙ୍କୁ ପରାସ୍ତ କରି ୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ୱାରିଙ୍କା କୌଣସି ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍‌ର ତୃତୀୟ ରାଉଣ୍ଡ୍‌ରେ ପହଞ୍ଚିପାରିଛନ୍ତି । ଏହି ପର୍ଯ୍ୟାୟରେ ତାଙ୍କର ମୁକାବିଲା ବିଶ୍ୱର ଦୁଇ ନମ୍ବର ଖେଳାଳି ସର୍ବିୟାର ନୋଭାକ୍ ଜୋକୋଭିଚ୍‌ଙ୍କ ସହ ହେବ । ଏହି ଦୁଇ ଖେଳାଳି ଗତ ୨୦୧୫ ଫ୍ରେଞ୍ଚ୍ ଓପନ୍ ଫାଇନାଲ୍‌ରେ ପରସ୍ପରକୁ ଭେଟିଥିବା ବେଳେ ଏଥିରେ ୱାରିଙ୍କା ଚାମ୍ପିଅନ୍ ହୋଇଥିଲେ ।

କିନ୍ତୁ ପୁରୁଷ ସିଙ୍ଗଲ୍ସରେ ଚତୁର୍ଥ ସିଡ୍ କ୍ୟାସ୍‌ପର୍ ରୁଡ୍ ୪-୬,୬-୩,୪-୬,୬-୩,୦-୬ରେ ବ୍ରିଟେନ୍‌ର ଲିଆମ୍ ବ୍ରୋଡିଙ୍କଠାରୁ ହାରି ବିଦାୟ ନେଇଛନ୍ତି । ତୃତୀୟ ରାଉଣ୍ଡ୍‌ରେ ବ୍ରୋଡି କାନାଡାର ୨୬ତମ ସିଡେଡ୍ ଖେଳାଳି ଡେନିସ୍ ଶାପୋଭାଲୋଭ୍‌ଙ୍କୁ ଭେଟିବେ । ଅନ୍ୟପକ୍ଷରେ ମହିଳା ସିଙ୍ଗଲ୍ସରେ ରୁଷିଆର ୧୬ ବର୍ଷୀୟା ମୀରା ଆଣ୍ଡ୍ରିଭା କ୍ରମାଗତ ଦ୍ୱିତୀୟ ଥର ପାଇଁ ପ୍ରିକ୍ୱାର୍ଟର୍ ଫାଇନାଲ୍‌ରେ ପହଞ୍ଚିଛନ୍ତି । ସେ ଗୁରୁବାର ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍‌ରେ ଚେକ୍ ଗଣରାଜ୍ୟର ଦଶମ ସିଡ୍ ଖେଳାଳି ବାର୍ବୋରା କ୍ରେଜିକୋଭାଙ୍କୁ ଭେଟିଥିବା ବେଳେ ଏଥିରେ ୬-୩, ୪-୦ରେ ଆଗୁଆ ରହିଥିଲେ । ଏହି ସମୟରେ ପୂର୍ବତନ ଫ୍ରେଞ୍ଚ୍ ଓପନ୍ ଚାମ୍ପିଅନ୍ ବାର୍ବୋରା ରିଟାୟର୍ଡ ହର୍ଟ ହେବାରୁ ଆଣ୍ଡ୍ରିଭା ପରବର୍ତ୍ତୀ ରାଉଣ୍ଡ୍‌କୁ ଉନ୍ନୀତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking