30.1 C
Bhubaneswar
Thursday, May 9, 2024
Homeକାରଗିଲ ବିଜୟ ଦିବସ-୨୦୨୩କାର୍ଗିଲ ବିଜୟ ଦିବସ : ଭାରତୀୟ ସେନାର ପରାକ୍ରମ ଆଗରେ ମୁଣ୍ଡ ନୁଆଁଇଥିଲା ପାକିସ୍ତାନ

କାର୍ଗିଲ ବିଜୟ ଦିବସ : ଭାରତୀୟ ସେନାର ପରାକ୍ରମ ଆଗରେ ମୁଣ୍ଡ ନୁଆଁଇଥିଲା ପାକିସ୍ତାନ

ନୂଆଦିଲ୍ଲୀ: ପରାକ୍ରମୀ ଯବାନଙ୍କ ପରାକ୍ରମକୁ ଆଜି ସାରା ଦେଶ ମନେ ପକାଉଛି । ମନେ ପକାଉଛି ସେହି ବୀର ପୁତ୍ରଙ୍କୁ ଯାହାଙ୍କ ପାଇଁ ଆଜି ଆମେ ଶାନ୍ତିରେ ନିଶ୍ବାସ ମାରୁଛେ । ୨୨ ବର୍ଷ ତଳେ ପାକିସ୍ତାନର ଯୋଜନାକୁ ପଣ୍ଡ କରିଥିଲେ ଭାରତୀୟ ସେନା । କାର୍ଗିଲ ସେକ୍ଟରରେ ଉଡ଼ିଥିଲା ତ୍ରିରଙ୍ଗା । କାରଗିଲ ପାହାଡ ଉପରେ ଉଡୁଥିବା ଏହି ତ୍ରିରଙ୍ଗା, ଦେଶ ପାଇଁ ସହିଦ ହୋଇଥିବା ବୀର ଯବାନଙ୍କ ପରାକ୍ରମର ଗାଥା ବଖାଣୁଛି । ସେଦିନର ବିଜୟକୁ ମନେ ପକାଇ ଦେଶ ପାଳନ କରୁଛି ବିଜୟ ଦିବସ ।
ଆଜିର ଦିନ ଅର୍ଥାତ ଜୁଲାଇ ୨୬ରେ ଭାରତୀୟ ଯବାନମାନେ ପାକିସ୍ତାନୀ ସେନାକୁ ମାତ୍ ଦେବା ସହ ଅପରେସନ ବିଜୟର ଶଙ୍ଖନାଦ କରିଥିଲେ । କିନ୍ତୁ ଯୁଦ୍ଧରେ ୫୨୭ ଯବାନ ସେମାନଙ୍କ ପ୍ରାଣର ଆହୁତି ଦେଇଥିଲେ । ଆଉ ସାରା ଦେଶକୁ ଏକ ଆସନ୍ନ ବିପଦ ମୁହଁରୁ ରକ୍ଷା କରିଥିଲେ । ହିମାଳୟର ବରଫାଚ୍ଛନ୍ନ ଅଞ୍ଚଳରେ ଭାରତୀୟ ସେନାର ଏଭଳି ଦୁଃସାହସ, ସବୁ ମହଲରେ ପ୍ରଶଂସା ସାଉଁଟିଥିଲା । ଆଉ ପାକିସ୍ତାନ ଭଳି ଏକ ଆତଙ୍କୀ ରାଷ୍ଟ୍ରର ଅସଲ ମୁଖା ଖୋଲି ଦେଇଥିଲା ।
ଏହି ଅବସରରେ କାଶ୍ମୀରର ଡ୍ରାସଠାରେ ଥିବା କାରଗିଲ ୱାର ମେମୋରିଆଲ୍ ରେ କାରଗିଲ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ସେହିପରି ଦିଲ୍ଲୀ ଇଣ୍ଡିଆ ଗେଟ୍ ରେ ଥିବା ଅମର ଯବାନ ଜ୍ୟୋତିରେ ମଧ୍ୟ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଜମ୍ମୁ-କାଶ୍ମୀର ଗସ୍ତରେ ଅଛନ୍ତି । ସେ କାର୍ଗିଲ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବାର କାର୍ଯ୍ୟକ୍ରମ ରହିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking