32.1 C
Bhubaneswar
Friday, April 26, 2024
Homeଓଡିଶାରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, କଳିଙ୍ଗା ଘାଟି ଦେଇ ଆସିବ ନାହିଁ ବସ

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, କଳିଙ୍ଗା ଘାଟି ଦେଇ ଆସିବ ନାହିଁ ବସ

ଫୁଲବାଣୀ : ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍ କଳିଙ୍ଗା ଘାଟିରେ ଗତକାଲି ଦୁର୍ଘଟଣାରେ ୨ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଆଜି ସକାଳେ ପୁଣି ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣାକୁ ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି କଳିଙ୍ଗା ଘାଟି ଦେଇ ଆଉ ବସ୍ ଆସି ପାରିବ ନାହିଁ । ଏ ନେଇ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ସମସ୍ତ ବସକୁ ଏଣିକି ଘାଟି ମନା । ଏଣିକି କଳିଙ୍ଗା ଘାଟି ଦେଇ ଆସିବ ନାହିଁ ବସ । ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ବସ ବାରମ୍ବାର ଦୁର୍ଘଟଣା ପରେ ରୁଟ ପରିବର୍ତନ ପାଇଁ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଏଣିକି ବସଗୁଡିକ ବୌଦ୍ଧ ମାଧପୁର ଦେଇ ନୟାଗଡ, ଓଡ଼ଗାଁ ଓ ଜଗନ୍ନାଥପ୍ରସାଦ ଦେଇ ଗଞ୍ଜାମରେ ପହଞ୍ଚିବ । ଗୁଜୁରାଟର ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଅମ୍ବିକା ନାମକ ଏକ ବସ୍ ଗଞ୍ଜାମ ଫେରୁଥିବା ବେଳେ ଏକ ଦୁର୍ଘଟଣା ଘଟିଛି । ଆଜି ସକାଳ ପ୍ରାୟ ସାଢେ ୮ଟା ସମୟରେ । ସୁରତ ଫେରନ୍ତା ବସ୍ ଟ୍ରକ୍ ପଛରେ ପିଟିବା ଫଳରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଏହି ଦୁର୍ଘଟଣାରେ ୫ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking