29.1 C
Bhubaneswar
Monday, May 6, 2024
Homeଓଡିଶାମା' ମାଣିକେଶ୍ୱରୀ ମନ୍ଦିର ଭୂମିପୂଜନ ଉତ୍ସବ ଅନୁଷ୍ଠିତ

ମା’ ମାଣିକେଶ୍ୱରୀ ମନ୍ଦିର ଭୂମିପୂଜନ ଉତ୍ସବ ଅନୁଷ୍ଠିତ

 

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା ମାଣିକେଶ୍ୱରୀ ଦେବୀ।ପ୍ରାୟ ୧୨୦୦ ଶହ ବର୍ଷ ହେବ ଅଞ୍ଚଳରେ ମା ପୂଜା ପାଉଥିବା ବେଳେ ଲୋକଙ୍କ ମନରେ ରହିଛି ଅଗାଢ଼ ବିଶ୍ୱାସ ଓ ଭକ୍ତି।ଜିଲ୍ଲାର ଭବାନୀପାଟଣା, କାଶୀପୁର ଥୁଆମୂଳ ରାମପୁରରେ ଦେବୀଙ୍କ ମନ୍ଦିର ରହିଥିବା ବେଳେ ଥୁଆମୂଳ ହେଉଛି ମାଁଙ୍କ ଆବିର୍ଭାବ ସ୍ଥାନ।
ମାଣିକ୍ୟ ଦେବୀ ବା ମାଁ ମାଣିକେଶ୍ୱରୀଙ୍କ ବହୁ ପୁରାତନ ମନ୍ଦିର ରହିଛି ଥୁଆମୂଳ ରାମପୁରରେ।ବହୁ ଦିନରୁ ଅଞ୍ଚଳରେ ମାଁଙ୍କ ମନ୍ଦିର ଭିତ୍ତିଭୂମିର ବିକାଶ ଓ ସୌନ୍ଦର୍ଯ୍ୟକରଣର ଦାବି ରହିଥିଲା।ଆଜି ବହୁ ପ୍ରତିକ୍ଷା ପରେ ଅଞ୍ଚଳ ବାସୀଙ୍କ ସପ୍ନ ପୂରଣ ହେବାକୁ ଯାଉଛି,ବହୁ ପ୍ରତିକ୍ଷିତ ମାଁଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

ଏକ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ରେ ମନ୍ଦିର ନିର୍ମାଣ କାର୍ଯ୍ୟ ହେବ।ମନ୍ଦିର ନିର୍ମାଣ ପାଇଁ ସହୃଦୟରେ ଯେ କୌଣସି ବ୍ୟକ୍ତିବିଶେଷ ସାହାଯ୍ୟ ସହଯୋଗ କରିବା ପାଇଁ ମନ୍ଦିର ନିର୍ମାଣ କମିଟି ଘୋଷଣା କରିଛି।ଏ ନେଇ ଅତିଥି ମାନଙ୍କ କର କମଳ ରେ ଏକାଉଣ୍ଟ ନମ୍ବର ଉନ୍ମୋଚିତ କରାଯାଇଛି ।ଏହି କାର୍ଯ୍ୟକ୍ରମ ରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ,ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ,ପୁର୍ବତନ ସାଂସଦ ଅର୍କ କେଶରୀ ଦେଓ,ପୂର୍ବତନ ଲାଞ୍ଜିଗଡ଼ ବିଧାୟକ ଶ୍ରୀଯୁକ୍ତ ବଳଭଦ୍ର ମାଝୀ, ପ୍ରମୂଖ ଯୋଗ ଦେଇଥିବା ବେଳେ ,ମନ୍ଦିର ନିର୍ମାଣ କମିଟିର ସଭାପତି ମାଣିକ୍ୟ ଚନ୍ଦ୍ର ନାଏକ, ସମ୍ପାଦକ କୈଳାସ ପରିଚ୍ଛା,ମୁଖ୍ୟ ଉପଦେଷ୍ଟା ସତ୍ୟ ନାରାୟଣ ମୁଣ୍ଡଛିନା ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ତୁଲାଇଥିଲେ।

ମନ୍ଦିର ନିର୍ମାଣ କୁ ନେଇ ଅଞ୍ଚଳରେ ଭକ୍ତି ଭାବ ବିଭୋର ହୋଇଥିଲେ ଲୋକେ।।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking