30.1 C
Bhubaneswar
Monday, May 6, 2024
Homeଦେଶ ବିଦେଶ୨୦୨୭ରେ ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି ହେବେ ଜଷ୍ଟିସ ବିଭି ନାଗରତ୍ନା

୨୦୨୭ରେ ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି ହେବେ ଜଷ୍ଟିସ ବିଭି ନାଗରତ୍ନା

ନୂଆଦିଲ୍ଲୀ : ଭାରତକୁ ୨୦୨୭ ସୁଦ୍ଧା ପ୍ରଥମ ମହିଳା ପ୍ରଧାନ ବିଚାରପତି ମିଳିପାରେ । ଏନେଇ ସୁପ୍ରିମକୋର୍ଟର କଲେଜିୟମ ୯ ଜଣ ବିଚାରପତିଙ୍କ ନାମ ସୁପାରିଶ କରିଛନ୍ତି । ପ୍ରଧାନ ବିଚାରପତି ଏନ. ଭି ରମନ୍ନାଙ୍କ ନେତୃତ୍ୱାଧୀନ ଏହି କଲେଜିୟମ ମୋଟ୍ ୯ ଜଣଙ୍କ ନାମ ସୁପାରିଶ କରିଛନ୍ତି । ଯେଉଁଥିରେ ତିନି ଜଣ ମହିଳା ରହିଛନ୍ତି । ତେଣୁ ଏହି ତିନି ଜଣଙ୍କ ମଧ୍ୟରେ କେହି ଜଣେ ୨୦୨୭ ସୁଦ୍ଧା ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇପାରନ୍ତି ବୋଲି କୁହାଯାଉଛି । ଜଷ୍ଟିସ ବିଭି ନାଗରତ୍ନା କର୍ଣ୍ଣାଟକ ହାଇକୋର୍ଟରେ ଏବେ ବିଚାରପତି ଅଛନ୍ତି । ସେ ସୁପିମକୋର୍ଟର ପୂର୍ବ ମୁଖ୍ୟ ବିଚାରପତି ଜଷ୍ଟିସ ଇଏମ ଭେଙ୍କଟରମେୟାଙ୍କ କନ୍ୟା । ଜଷ୍ଟିସ ନାଗରତ୍ନା କର୍ଣ୍ଣାଟକରେ କମର୍ସିଆଲ ଏବଂ ସାମ୍ବିଧାନିକ ଆଇନର ବାଖ୍ୟା କରି ଅନେକ ମହତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ତାଙ୍କ ପିତା ପୂର୍ବ ଜଷ୍ଟିସ ଭେଙ୍କଟରମେୟା ୧୯୮୯ ଜୁନ ୧୯ ତାରିଖରୁ ୧୯୮୯ ଡିସେମ୍ବର ମାସ ପର୍ଯ୍ୟନ୍ତ ଭାରତୀୟ ଉଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଭାବେ ପଦଭାର ସମ୍ଭାଳିଥିଲେ ।

କଲେଜିୟମ ଯେଉଁସବୁ ନାମ ସୁପାରିଶ କରିଛନ୍ତି ସେମାନଙ୍କ ମଧ୍ୟରେ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ବିବି ନାଗରଥନାଙ୍କ ନାମ ମଧ୍ୟ ରହିଛି। ଯାହାଙ୍କର ଏବେ ପଦୋନ୍ନତି ହୋଇଛି। ୨୦୨୭ ବେଳକୁ ସେ ଦେଶର ପ୍ରଧାନ ବିଚାରପତି ହୋଇପାରନ୍ତି। ସେହିପରି କଲେଜିୟମ ସୁପାରିଶ କରିଥିବା ଅନ୍ୟ ଦୁଇ ବିଚାରପତି ହେଲେ ତେଲେଙ୍ଗାନା ହାଇକୋର୍ଟର ହିମା କୋହଲି ଏବଂ ଗୁଜରାଟ ହାଇକୋର୍ଟର ବିଚାରପତି ବେଲା ତ୍ରିବେଦୀ। ବାକି ବିଚାରପତି ହେଲେ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଅଭୟ ଶ୍ରୀନିବାସ ଓକା, ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ବିକ୍ରମ ନାଥ, ସିକ୍କିମ୍ ହାଇକୋର୍ଟର ମୁଖ୍ୟ ବିଚାରପତି ଜିତେନ୍ଦ୍ର କୁମାର ମାହେଶ୍ୱରୀ, କେରଳ ହାଇକୋର୍ଟର ବିଚାରପତି ସିଟି ରବିକୁମାର ଏବଂ କେରଳ ହାଇକୋର୍ଟର ବିଚାରପତି ଏମଏମ ସୁନ୍ଦରେଶ ରହିଥିବା ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking