39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଆସନ୍ତା ସପ୍ତାହରୁ ଅମରନାଥ ଯାତ୍ରା: ପ୍ରସ୍ତୁତି ନେଇ ସମୀକ୍ଷା କଲେ ଜମ୍ମୁ କଶ୍ମୀର ଉପରାଜ୍ୟପାଳ

ଆସନ୍ତା ସପ୍ତାହରୁ ଅମରନାଥ ଯାତ୍ରା: ପ୍ରସ୍ତୁତି ନେଇ ସମୀକ୍ଷା କଲେ ଜମ୍ମୁ କଶ୍ମୀର ଉପରାଜ୍ୟପାଳ

ଶ୍ରୀନଗର: ଅମରନାଥ ଯାତ୍ରା ଚଳିତ ମାସ ୩୦ ତାରିଖ ଠାରୁ ଆରମ୍ଭ ହେବ। ଏଥିପାଇଁ ଜମ୍ମୁ କଶ୍ମୀର ସରକାର ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଉପରାଜ୍ୟପାଳ ମନୋଜ ସିହ୍ନା ଗୁରୁବାର ପ୍ରସ୍ତୁତି ନେଇ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ସୁରକ୍ଷା ବ୍ୟବସ୍ଥା କେମିତି କରାଯାଉଛି ଉପରାଜ୍ୟପାଳ ସେ ଉପରେ ଅବଗତ ହୋଇଛନ୍ତି। ଏହି ବୈଠକରେ ମୁଖ୍ୟ ସଚିବ ଓ ଗୃହ ବିଭାଗର ବରିଷ୍ଠ ସୁରକ୍ଷା ଅଧିକାରୀ, ଜମ୍ମୁ କଶ୍ମୀର ପୁଲିସ, ଆର୍ମି, ଗୁଇନ୍ଦା ସଂସ୍ଥା, ସିଆରପିଏଫ, ବିଏସ୍‌ଏଫରୁ ସଦସ୍ୟ ଉପସ୍ଥିତ ଥିଲେ।

ଉପରାଜ୍ୟପାଳ ମନୋଜ ସିହ୍ନା ଅଧିକାରୀ ଓ ସୁରକ୍ଷା ଅଧିକାରୀଙ୍କ ସହିତ ବିସ୍ତୃତ ଚର୍ଚ୍ଚା କରିଥିଲେ। ଅମରନାଥ ଯାତ୍ରା ପାଇଁ କ’ଣ ସବୁ ବ୍ୟବସ୍ଥା ଏପର୍ଯ୍ୟନ୍ତ ସରିଛି, ତାହା ଜାଣିଥିଲେ। ଟେଲିକମ ସଂଯୋଗୀକରଣ, ସ୍ୱାସ୍ଥ୍ୟ ସେବା, ଇଲେକ୍ଟ୍ରି, ଜଳ ଯୋଗାଣ, ପାଗ, ସଫେଇ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସଠିକ ମୁକାବିଲା ପାଇଁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ସୂଚନାଯୋଗ୍ୟ, ଅମରନାଥ ଯାତ୍ରା ପାଇଁ ଅନ୍‌ଲାଇନ୍ ପଞ୍ଜୀକରଣ ପୂର୍ବରୁ ଆରମ୍ଭ ହୋଇଯାଇଛି। ଚଳିତ ଥର ପ୍ରାୟ ୩ ଲକ୍ଷ ଶ୍ରଦ୍ଧାଳୁ ଦକ୍ଷିଣ କଶ୍ମୀରରେ ଥିବା ଅମରନାଥ ଯାତ୍ରା କରିପାରନ୍ତି। ୪୩ ଦିବସୀୟ ଏହି ଯାତ୍ରା ଅଗଷ୍ଟ ୧୧ ତାରିଖରେ ଶେଷ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking